ହତ୍ୟା ନା ଆତ୍ମହତ୍ୟା? ବିବାହର 28 ଦିନ ପରେ ନବବିବାହିତ କନ୍ୟାର ମୃତ୍ୟୁ
ବିବାହର 28 ଦିନ ପରେ ନବବିବାହିତ କନ୍ୟାର ଶ୍ୱଶୁର ଘରେ ହୋଇଛି ମୃତ୍ୟୁ
ବିହାର: ବିବାହର 28 ଦିନ ପରେ ନବବିବାହିତ କନ୍ୟାର ହୋଇଛି ମୃତ୍ୟୁ। କିନ୍ତୁ କଣ ପାଇଁ? ଏହା ହତ୍ୟା ନା ଆତ୍ମହତ୍ୟା? ଏଭଳି ଏକ ଭୟାନକ ଘଟଣା ଦେଖିବାକୁ ମିଳିଛି ବିହାରର ଔରଙ୍ଗାବାଦରେ।
28 ଦିନ ପୂର୍ବରୁ ହୋଇଥିଲା ବାହାଘର: ବିହାରର ଔରଙ୍ଗାବାଦରେ 28 ଦିନ ପୂର୍ବରୁ ବିବାହ ହୋଇଥିବା ଜଣେ ନବବିବାହିତା କନ୍ୟା ତାଙ୍କ ଶ୍ୱଶୁର ଘରେ ମୃତ୍ୟୁବରଣ କରିଛନ୍ତି। ଝିଅଟିର ପରିବାର ଲୋକେ ଥାନାକୁ ଯାଇ ଅଭିଯୋଗ କରି କହିଛନ୍ତି ଯେ, ଝିଅକୁ ଶଶୁର ଘର ଲୋକ ଯୌତୁକ ପାଇଁ ମାରିଦେଇଛନ୍ତି।
ବିବାହ ସମୟରେ ତାଙ୍କୁ ଯୌତୁକ ଭାବରେ 1.5 ଲକ୍ଷ ଟଙ୍କା ଦିଆଯାଇଥିଲା କିନ୍ତୁ ସେମାନେ ଅଧିକ ଯୌତୁକ ଦାବି କରୁଥିଲେ। ଯେତେବେଳେ ଆମେ ଦେବାକୁ ମନା କଲୁ ସେ ଆମ ଝିଅକୁ ମାରିଦେଲେ।
Uttarakhand Govt.
ହତ୍ୟା ନା ଆତ୍ମହତ୍ୟା? ଅନ୍ୟପକ୍ଷରେ, ଶ୍ୱଶୁର ଘର ଲୋକଙ୍କ କହିବା ଅନୁସାରେ, ଝିଅଟିର ଅନ୍ୟ ଜଣେ ପୁଅ ସହିତ ପ୍ରେମ ସମ୍ପର୍କ ଥିଲା ଏବଂ ସେ ତା’ ସହିତ ଫୋନରେ କଥା ହେଉଥିଲା। ଝିଅଟିର ଭଉଣୀ ଏବଂ ଭାଇ ମଧ୍ୟ ତାକୁ ବୁଝାଇବାକୁ ଆସିଥିଲେ, ନବୁଝିବାରୁ ସେମାନେ ତାକୁ ମାଡ଼ ମାରିଥିଲେ। ଏଥିରେ ରାଗିଯାଇ ଝିଅଟି ଆତ୍ମହତ୍ୟା କରିଛି।
ଏହି ସବୁ ଘଟଣା ଜାଣି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବାସ୍ତବରେ, ଏହି ମାମଲା ଔରଙ୍ଗାବାଦର ଆମ୍ବା ଥାନା ଅଞ୍ଚଳର ଧୁନ୍ଧା ଗାଁରୁ ଆସିଛି। ଏଠାରେ ରହୁଥିବା ସୋନୁ କୁମାରଙ୍କ ବିବାହ ୨୮ ଦିନ ପୂର୍ବରୁ ଦାଉଦନଗରର ଶମଶେରନଗର ନୌଡିହା ନିବାସୀ ମନସା କୁମାରୀଙ୍କ ସହିତ ହୋଇଥିଲା।
ଶବ ସତ୍କାର ନକରି 5ଘଣ୍ଟା ଯାଏଁ ହଙ୍ଗାମା: ମନସାଙ୍କ ମୃତ୍ୟୁ ପରେ ପରିବାର ଲୋକେ 5 ଘଣ୍ଟା ପର୍ଯ୍ୟନ୍ତ ଶବର ଶେଷକୃତ୍ୟ ନକରି ଝିଅ ଶାଶୂଘରେ ବହୁତ ହଙ୍ଗାମା କରିବା ସହିତ ଯୌତୁକ ଆକାରରେ ଦିଆଯାଇଥିବା 1.5ଲକ୍ଷ ଟଙ୍କା ଏବଂ ସମସ୍ତ ଜିନିଷପତ୍ର ଦାବି କରିଥିଲେ। ତା ପରେ ସୋନୁ ଘର ଲୋକେ ନଗଦ 50 ହଜାର ଟଙ୍କା ଏବଂ 50 ହଜାର ଟଙ୍କାର ଗହଣା ସେମାନଙ୍କୁ ଦେଇ ବାକି 50ହଜାର ପରେ ଦେବେ ବୋଲି କହିଥିଲେ।
ଆତ୍ମହତ୍ୟା କରିଥିବା ସନ୍ଦେହ: ଏହାକୁ ନେଇ ଆମ୍ବା ଥାନା ପ୍ରଭାରୀ ରାହୁଲ ରାଜ କହିଛନ୍ତି ଯେ, ଘଟଣାକୁ ଦେଖିଲେ ମନେ ହେଉଛି ଏ ଆତ୍ମହତ୍ୟା। କାହିଁକି ନା ଯେତେବେଳେ ଆମେ ତାଙ୍କୁ ଦେଖିଲୁ ସେ ତଳେ ପଡ଼ିଥିଲେ ଏବଂ ତାଙ୍କ ବେକରେ ଦଉଡ଼ିର ଦାଗ ଥିଲା। ତଥାପି, ଏହି ମାମଲାର ତଦନ୍ତ କରାଯାଉଛି।

