fbpx

ଏହି ଭିଟାମିନ୍ କମିଲେ ଶରୀରରେ ପଡ଼ିଥାଏ ଗଭୀର ପ୍ରଭାବ: ଜାଣନ୍ତୁ ଏହାର ଲକ୍ଷଣ

ନୂଆଦିଲ୍ଲୀ: ଆଜିକାଲିର ଖାଦ୍ୟ ଏବଂ ପାନୀୟ ଯୋଗୁଁ ଶରୀରକୁ କମ୍ ପୁଷ୍ଟିକର ଉପାଦାନ ମିଳୁଛି, କାହିଁକି ନା ଲୋକମାନଙ୍କୁ ପ୍ରାୟତଃ ଜଙ୍କ ଫୁଡ୍ ଫାଇବାକୁ ପସନ୍ଦ । ଫାଷ୍ଟଫୁଡ୍ ଖାଇଲେ ଆମ ଶରୀରକୁ କୌଣସି ଆବଶ୍ୟକୀୟ ପୁଷ୍ଟିକର ପୋଷଣ ମିଳିନଥାଏ, ବରଂ ଏହା ଆମ ଶରୀରରେ ଥକ୍କାପଣ ଏବଂ ଅଳସୁଆପଣକୁ ବଢ଼ାଇ ଦେଇଥାଏ । ଏଭଳି ପରିସ୍ଥିତିରେ ଭିଟାମିନର ଅଭାବ ଅତି ସାଧାରଣ ହୋଇଗଲାଣି । ତେବେ ଶରୀରରେ ଭିଟାମିନ୍ ଡି ଅଭାବ ହେଲେ କ’ଣ ଲକ୍ଷଣ ଦେଖାଯାଏ, ଆସନ୍ତୁ ଜାଣିବା…

ଶରୀର ଏବଂ ହାଡରେ ଯନ୍ତ୍ରଣା -:
ଭିଟାମିନ୍ ଡି ଅଭାବର ସବୁଠାରୁ ଗଭୀର ପ୍ରଭାବ ଆମ ଶରୀରର ହାଡ ଉପରେ ପଡ଼ିଥାଏ । ଏହାର ଅଭାବ ଫଳରେ ଶରୀର ଏବଂ ହାଡରେ ଯନ୍ତ୍ରଣା ହୋଇଥାଏ । ଭିଟାମିନ୍ ଡି ଅଭାବ ହେତୁ କ୍ୟାଲସିୟମ୍ ଶରୀରରେ ପହଞ୍ଚିବାରେ ସକ୍ଷମ ହୁଏ ନାହିଁ, ଯେଉଁ କାରଣରୁ ଶରୀର ଏବଂ ହାଡରେ ଲଗାତାର ଯନ୍ତ୍ରଣା ହୁଏ ।

କେଶ ଝଡ଼ିବା -:
ଭିଟାମିନ୍ ଡି କେଶ ବଢ଼ିବାରେ ସାହାଯ୍ୟ କରେ । ଏହାର ଅଭାବ ଯୋଗୁଁ କେଶ ଝଡ଼ିବା ସମସ୍ୟା ବହୁତ ବଢ଼ିଯାଏ କାରଣ ଆମ କେଶ ଫୋଲିକଲ୍ସର ବୃଦ୍ଧି କମିଯାଏ । ଏପରି ସମସ୍ୟାରେ ଆପଣ ଅଧିକ ଭିଟାମିନ୍ ଡି ଥିବା ଖାଦ୍ୟ ଖାଇବା ଉଚିତ୍ ।

ଥକ୍କାପଣ-:
ଆପଣ ସବୁବେଳେ କ୍ଳାନ୍ତ ଅନୁଭବ କରୁଛନ୍ତି କି? ପ୍ରତିଦିନ ରାତିରେ ଆଠ ଘଣ୍ଟା ଶୋଇବା ପରେ ମଧ୍ୟ ଯଦି ଥକାପଣ ନ କମେ, ତେବେ ଏହା ମଧ୍ୟ ଭିଟାମିନ୍ ଡି ଅଭାବର ଏକ ବଡ଼ ସଙ୍କେତ ହୋଇପାରେ ।

Get real time updates directly on you device, subscribe now.