fbpx

ପଞ୍ଚତାରକା ହୋଟେଲରେ କ୍ୱାରେନଣ୍ଟାଇନରେ ରହିବେ ଦିଲ୍ଲୀ ହାଇକୋର୍ଟର ଜଜ୍

ନୂଆଦିଲ୍ଲୀ, ୨୭ା୪ (ଓଡିଶା ଭାସ୍କର) : ପଞ୍ଚତାରକା ହୋଟେଲରେ କ୍ୱାରେନଣ୍ଟାଇନରେ ରହିବେ ଦିଲ୍ଲୀ ହାଇକୋର୍ଟର ଜଜ୍ । ଦିଲ୍ଲୀରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଥିବା ବେଳେ ସେଠାରେ ଥିବା ପଞ୍ଚତାରକା ହୋଟେଲ ଗୁଡିକୁ ବି କ୍ୱାରେନଣ୍ଟାଇନ୍ ସେଣ୍ଟରରେ ପରିଣତ କରାଯାଇଛି । ଆଉ ଏହି ସେଣ୍ଟରରେ ଦିଲ୍ଲୀ ହାଇକୋର୍ଟର ଜଜ୍ ମାନେ ରହିବାର ବ୍ୟବସ୍ଥା କରାଯାଇଛି । ଏଠାରେ ୧୦୦ଟି ବେଡ୍ ରହିଥିବା ବେଳେ ଏଠାରେ ଜଜ୍ ଏବଂ ସେମାନଙ୍କ ପରିବାର ବର୍ଗ ରହିବେ ବୋଲି ନିଷ୍ପତି ନିଆଯାଇଛି । ତେବେ ଏହି ପଞ୍ଚତାରକା ହୋଟେଲର ନାଁ ହେଉଛି ଦ ଅଶୋକା । ଏନେଇ ଚାଣକ୍ୟପୁରୀ ଏସଡିଏମ୍ ଆଦେଶ ଜାରି କରିଛନ୍ତି ।

ଆଦେଶ ଅନୁସାରେ, ଏହି କୋଭିଡ୍ କେୟାର ସେଣ୍ଟରର ସମସ୍ତ କଥା ପ୍ରାଇମସ୍ ହସ୍ପିଟାଲ ବୁଝିବ । ଏଥିସହିତ ଏଠାରେ କାମ କରିବାକୁ ଥିବା ଡାକ୍ତର ନର୍ସ ଏବଂ ଅନ୍ୟାନ୍ୟ ଚିକିତ୍ସା ସମ୍ପର୍କରେ ପ୍ରାଇମସ୍ ହସ୍ପିଟାଲ ହିଁ ବୁଝିବ ବୋଲି ଜଣାପଡିଛି । ଜଜ୍ ମାନଙ୍କ ଖାଇବା ଏବଂ ସ୍ୱଚ୍ଛତା ବିଷୟରେ ହୋଟେଲ ଧ୍ୟାନ ରଖିବେ । କରୋନା ସଂକ୍ରମଣ ବଢୁଥିବା ହାଇକୋର୍ଟଙ୍କ ପକ୍ଷରୁ ଏହି ଅନୁରୋଧ କରାଯାଇଥିଲା । ଏହାପରେ ପ୍ରଶାସନ ଚାଣକ୍ୟପୁରୀରେ ଏକ ହୋଟେଲକୁ କୋଭିଡ୍ କେୟାର ସେଣ୍ଟର କରିବାକୁ ନିଷ୍ପତ୍ତି ନେଇଥିଲା ।

ସୁଚନାଯୋଗ୍ୟ, ଦିଲ୍ଲୀରେ ସଂକ୍ରମଣ ହ୍ରାସ ପାଉନଥିବା ବେଳେ ଟିକାକରଣକୁ ତ୍ୱରାନ୍ୱିତ କରାଯିବା ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସେହିପରି ଏବେ ରାଜ୍ୟରେ ଟେଷ୍ଟିଂ କମାଇ ଦିଆଯାଇଛି । ପୁର୍ବ ତୁଳନାରେ ୨୫୦୦୦ କମ୍ ଟେଷ୍ଟ କରାଯାଉଛି । ଗତ ୧୦ ଦିନରେ ସଂକ୍ରମଣ ହାର ୩୦ ପ୍ରତିଶତରୁ ଅଧିକ ରହିଛି ।

Get real time updates directly on you device, subscribe now.