fbpx

ବାଜିବ ଝାରସୁଗୁଡ଼ା ଉପନିର୍ବାଚନ ବିଗୁଲ ,ଖୁବଶୀଘ୍ର ମୁଖ୍ୟ ନିର୍ବାଚନ ଶୁଣାଇବେ ନିଷ୍ପତ୍ତି

ଭୁବନେଶ୍ୱର:ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ସମ୍ପର୍କରେ ଗତକାଲି ବିଧିବଦ୍ଧ ଭାବେ ଭାରତୀୟ ନିର୍ବାଚନ କମିଶନଙ୍କ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମେତ ରାଜ୍ୟସଭା, ଲୋକସଭା, ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଓଡ଼ିଶା ବିଧାନସଭା ପକ୍ଷରୁ ଏନେଇ ଏକ ବିଜ୍ଞପ୍ତିର ନକଲ ସମସ୍ତଙ୍କ ନିକଟକୁ ପଠାଇ ଦିଆଯାଇଛି। ଝାରସୁଗୁଡ଼ାରେ କେବେ ଉପନିର୍ବାଚନ ଅନୁଷ୍ଠିତ ହେବ ସେନେଇ ଭାରତୀୟ ମୁଖ୍ୟ ନିର୍ବାଚନ ନିଷ୍ପତ୍ତି ଗ୍ରହଣ କରିବେ।

ସୂଚନାଯୋଗ୍ୟ ଯେ ଚଳିତ ଷୋଡ଼ଶ ବିଧାନସଭାରେ ସ୍ୱର୍ଗତ ଦାସଙ୍କୁ ମିଶାଇ ଏଯାବତ୍‌‌ ୭ ଜଣ ଆସୀନ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ବିଜେପୁରକୁ ମିଶାଇ ମୋଟ ୭ଟି ଉପନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ତନ୍ମଧ୍ୟରୁ ୬ଟିରେ ବିଜେଡି ବିଜୟ ହାସଲ କରିଥିବା ବେଳ କେବଳ ଧାମନଗର ଆସନରେ ମୁଖ୍ୟ ବିରୋଧୀ ଦଳ ବିଜେପିର ବାଜିମାର କରିଥିଲା । ତେବେ ପ୍ରଥମେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ପ୍ରତିନିଧିତ୍ୱ କରୁଥିବା ମଦନମୋହନ ଦତ୍ତଙ୍କ ମୃତ୍ୟୁ ହୋଇଥିଲା। ଏହାପରେ କ୍ରମାନ୍ୱୟରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁଚରଣ ଦାସ, ପିପିଲି ବିଧାୟକ ପ୍ରଦୀପ ମହାରଥି, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଧାମନଗର ବିଧାୟକ ବିଷ୍ଣୁଚରଣ ସେଠୀ, ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଏବଂ ଗତ ୨୯ ତାରିଖରେ ନବକିଶୋର ଦାସଙ୍କ ଦେହାନ୍ତ ହୋଇଛି।

Get real time updates directly on you device, subscribe now.