fbpx

ଭିଜିଲାନ୍ସ ଜାଲରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ

ଖୋର୍ଦ୍ଧା: ଟଙ୍କା ଅନ୍ଧ କରିଦେଉଛି ମଣିଷଙ୍କୁ ଏବଂ ଏନେଇ ମଣିଷ ଅନେକ ଅପରାଧ କରି ବସୁଛି । କଳାଧନ କମାଇବା ବହୁତ ସହଜ ତେଣୁ ଲୋକେ ଏହି ବାଟକୁ ଆପଣେଇ ଅନେକ ଅପରାଧର ଶିକାର ହେଉଛନ୍ତି । ଦେଶରେ ତଥା ରାଜ୍ୟରେ ପୋଲିସ ପ୍ରଶାସନ ରହି ମଧ୍ୟ କଳାଧନ ଠୁଳ ଅପରାଧର ଚେର ମାଡିଚାଲିବାରେ ଲାଗିଛି । ଏପରି ଏକ ଅପରାଧ ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଆଜି ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଜଣେ ସରକାରୀ ନିର୍ବାହୀ ଯନ୍ତ୍ରୀ । ବ୍ୟକ୍ତି ଜଣକ ହେଉଛନ୍ତି ମାନସ ରଞ୍ଜନ ଦାସ, ସେ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଅଟନ୍ତି । ତାଙ୍କୁ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ପାଇଁ ଭିଜିଲାନ୍ସ ଚଢାଉ କରିଛି ।

ଅପ୍ରାପ୍ୟ ଟଙ୍କାକୁ କିପରି ଠୁଳ କଲେ ସେନେଇ ତଦନ୍ତ ଜାରି ରହିଛି । ତେଣୁ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ଦାସଙ୍କ ସରକାରୀ ଅଫିସରେ ଚଢାଉ ଚାଲିଛି । ଏହା ବ୍ୟତିତ ଭିଜିଲାନ୍ସ ପକ୍ଷରୁ ଅନେକ ପ୍ରଶ୍ନ ପଚରା ଯାଉଛି ନିର୍ବାହୀ ଯନ୍ତ୍ରୀଙ୍କୁ ।

 

Get real time updates directly on you device, subscribe now.