fbpx

ଆଶ୍ଚର୍ଯ୍ୟ! ଦୁନିଆର କୋଣ ଅନୁକୋଣରେ ଏହି ବ୍ୟକ୍ତିଙ୍କ ଛୁଆ, ୩୧ ବର୍ଷ ବୟସରେ ୫୧ ସନ୍ତାନର ….

ନୂଆଦିଲ୍ଲୀ: ଯଦି କୌଣସି ବ୍ୟକ୍ତିର ୮ରୁ ୧୦ ସନ୍ତାନ ଥାଏ, ତେବେ ଲୋକମାନେ ଏହାକୁ ଶୁଣି ଆଶ୍ଚର୍ଯ୍ୟ ହୁଅନ୍ତି । ଏପରି ପରିସ୍ଥିତିରେ ଯଦି କୌଣସି ବ୍ୟକ୍ତିର ୫୭ ସନ୍ତାନ ଅଛି ବୋଲି ଜାଣନ୍ତି, ତେବେ ଆପଣଙ୍କ ପ୍ରତିକ୍ରିୟା କିପରି ରହିବ ? ଏପରି ଏକ ଝଟକା ଦେଇଛନ୍ତି ୩୧ ବେୀଁୟ ଜଣେ ଯୁବକ, ଯେ କି ୨/୪ର ନୁହେଁ ବରଂ ୫୭ ପିଲାର ପିତା । ତାଙ୍କ ଛୁଆ ଗୋଟିଏ ଦେଶରେ ନୁହେଁ ବରଂ ଦୁନିଆର ଅଲଗା ଅଲଗା ଦେଶରେ ବଢ଼ୁଛନ୍ତି । ଆପଣଙ୍କୁ ମଧ୍ୟ ଏହି କାହାଣୀଟି ବହୁତ ଆକର୍ଷଣୀୟ ଲାଗୁଥିବ ।

 

କିଛି ଦେଶରେ ଜନସଂଖ୍ୟା ବୃଦ୍ଧି ଏକ ବଡ଼ ସମସ୍ୟା ପାଲଟିଛି, କିନ୍ତୁ କେତେକ ସ୍ଥାନରେ ଲୋକମାନେ ଆଜି କି କିଛି କାରଣରୁ ବନ୍ଧ୍ୟାକରଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହିପରି ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ଚିକିତ୍ସା ଉପଲବ୍ଧ ରହିଛି  । ଆମ ଦେଶରେ ତ ଏତେ ନୁହେଁ, କିନ୍ତୁ ବିଦେଶରେ ଏପରି ମାମଲା ପାଇଁ ସ୍ପର୍ମ ଡୋନର ଏକ ବିକଳ୍ପ ପାଲଟିଛି ଓ ଲୋକମାନେ ଏପରି କରି ମୋଟାଅଙ୍କର ଟଙ୍କା ଅର୍ଜନ କରୁଛନ୍ତି । ଆମେ ଯେଉଁ ୫୭ ପିଲାର ପିତାଙ୍କ ବିଷୟରେ କହୁଛୁ, ସେ ପ୍ରକୃତରେ ଜଣେ ସ୍ପର୍ମ ଡୋନର, ଯେ କି ନିଜ ବିଷୟରେ ସୋସିଆଲ ମିଡିଆରେ କହିଛନ୍ତି ।

 

୯ ବର୍ଷରେ ୫୭ ପିଲାଙ୍କୁ ଜନ୍ମ :-

 

୩୧ ବର୍ଷୀୟ କେଲ୍ ଗାର୍ଡି ଆମେରିକାର କାଲିଫର୍ନିଆରେ ରହୁଛନ୍ତି । ସେ ନିଜେ ସୋସିଆଲ ମିଡିଆରେ ସ୍ପର୍ମ ଡୋନର ଯାତ୍ରା ବିଷୟରେ ସମସ୍ତଙ୍କୁ କହିଛନ୍ତି । କେଲଙ୍କ ଅନୁଯାୟୀ, ସେ ଏହି କାମ ୯ ବର୍ଷ ଧରି କରିଆସୁଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଡଜନ ଅର୍ଥାତ୍ ୪୮ ମହିଳାଙ୍କୁ ମା ହେବାରେ ସାହାଯ୍ୟ କରିଛନ୍ତି । ତାଙ୍କର ରେକର୍ଡ ହେତୁ ତାଙ୍କୁ ସିରିଏଲ ସ୍ପର୍ମ ଡୋନର ମଧ୍ୟ କୁହାଯାଉଛି ।  ତାଙ୍କର ପିଲାମାନେ ବିଭିନ୍ନ ଦେଶରେ ଅଛନ୍ତି  । କେଲ କିଛି ଦିନ ପୂର୍ବରୁ ବ୍ରିଟେନ ଏବଂ ଫ୍ରାନ୍ସ ଯାଇ ସେଠାରେ ୩ ଜଣ ମହିଳାଙ୍କ ପାଇଁ ସ୍ପର୍ମ ଡୋନେଟ କରିଥିଲେ, ଯେଉଁମାନେ ଏବେ ଗର୍ଭବତୀ ଅଛନ୍ତି । ୫୭ ପିଲାଙ୍କ ଜୈବିକ ପିତା କେଲ ଖୁବ୍ ଶୀଘ୍ର ଆଉ ୧୪ ଟି ସନ୍ତାନର ପିତା ହେବାକୁ ଯାଉଛନ୍ତି ।

 

ସ୍ପର୍ମ ଡୋନେଟ କରିବାର କାର୍ଯ୍ୟ ହେତୁ ତାଙ୍କ ବ୍ୟକ୍ତିଗତ ଜୀବନରେ କିଛି ଅସୁବିଧା ଅଛି ବୋଲି କେଲ କହିଛନ୍ତି । ଏତେ ପିଲାର ପିତା ଜାଣିବା ପରେ କେଲଙ୍କୁ ଝିଅମାନେ ଛାଡି ଚାଲିଯାଉଛନ୍ତି । ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଏଥିପାଇଁ କେଲ ପ୍ରତିଦିନ ୧୦ ଘଣ୍ଟା ଶୋଇଥାନ୍ତି ଏବଂ ନିଜକୁ ଚାପରୁ ଦୂରେଇ ରଖନ୍ତି  । କୌଣସି ପ୍ରକାରର ସଂକ୍ରମଣ ନହୁଏ, ସେଥିପାଇଁ ସେ ଧ୍ୟାନ ଦିଅନ୍ତି । ସ୍ପର୍ମ ଡୋନେଟ ଆଗକୁ ମଧ୍ୟ ଜାରି ରଖିବେ ବୋଲି କେଲି କହିଛନ୍ତି । କେଲିଙ୍କ କହିବା ମୁତାବକ, ସେ ଶାରୀରିକ ସମ୍ପର୍କକୁ ଏଡ଼ାନ୍ତି, ଯାହାଦ୍ୱାରା ତାଙ୍କର ସ୍ପର୍ମ ନଷ୍ଟ ନହେବ  ।

Get real time updates directly on you device, subscribe now.