fbpx

Video: ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ୬ ଯୁବକଙ୍କୁ ଏକାକୀ ଧୁଲେଇ କଲେ ଯୁବତୀ, ଡାକ୍ତରଖାନାରେ ଭର୍ତ୍ତି ହେଲେ ଦୁର୍ବତ୍ତ

ଓଡ଼ିଶା ଭାସ୍କର: ଆଜିକାଲି ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରତିଦିନ ଲକ୍ଷାଧିକ ମହିଳା ଏବଂ ଯୁବତୀ ଯୌନ ନିର୍ଜାତନାର ଶିକାର ହେଉଛନ୍ତି। ଏହି କାରଣରୁ ଆଜି ଯୁବତୀମାନେ ଅପରାଧିକ ଶ୍ରେଣୀର ଲୋକଙ୍କ ପାଖରୁ ନିଜକୁ ରକ୍ଷା କରିବା ଲାଗି ଆତ୍ମରକ୍ଷା କୌଶଳ ଶିକ୍ଷା କରୁଛନ୍ତି। ଯାହା ମହିଳାମାନଙ୍କୁ ଏବେ ଅଧିକା ସାହସୀ କରିଛି। ସୋସିଅଅଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ଏକ ଶୁନଶାନ ରାସ୍ତାରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ୬ଜଣ ଦୁର୍ବତ୍ତଙ୍କୁ ଏକାକୀ କିପରି ଧରାଶୟୀ କରି ଦେଉଛନ୍ତି।

ବାସ୍ତବରେ ଏହି ଭିଡିଓଟି ଚମତ୍କାର ଅଟେ। ଯେପରି ଯୁବତୀ ଜନକ ବଦମାସ୍ ମାନଙ୍କୁ ଶିକ୍ଷା ଦେଉଛନ୍ତି ତାହା ଅତ୍ୟନ୍ତ ପ୍ରଶଂସା ଯୋଗ୍ୟ। ଯୁବତୀ ଜଣକ ମାର୍ଶଲା ଅର୍ଟ ଜ୍ଞାନ କୌଶଳ ପ୍ରୟୌଗ କରି ଦୁର୍ବତ୍ତମାନଙ୍କୁ ଏପରି ପିଟିଥିଲେ ଯେ, ସେମାନେ ମେଡିକାଲରେ ଭର୍ତ୍ତି ହୋଇଥିଲା। ଭାଇରାଲ ହେଉଥିବା ଭିଡିରେ ଦେଖିବାକୁ ମିଳୁଛି ଯେ, ଏକ ଶୁନଶାନ ରାସ୍ତାରେ ଏକାକୀ ଜଣେ ଯୁବତୀ ଯାଉଥିବା ସମୟରେ ୬ଜଣ ଯୁବକ ତାଙ୍କୁ ଘେରି ଯାଇଥିଲେ ଏବଂ ତାଙ୍କୁ ହଇରାଣ କରିବା ଆରମ୍ଭ କରି ଦେଇଥିଲେ ।

କିନ୍ତୁ ଯୁବତୀ ଜଣକ ଏଥିରେ ଡରି ନଯାୟୀ ଉଗ୍ର ରୁପ ଧାରଣ କରିଥିଲେ ଆଉ ୬ ଜଣ ଯୁବକଙ୍କୁ ନିର୍ଦ୍ଦୁମ ପିଟିଥିଲେ। ଆପଣ ଦେଖିପାରିବେ ଯେ ଯେତେବେଳେ ପୁଅମାନେ ରାଜି ହୁଅନ୍ତି ନାହିଁ, ଝିଅଟି ଫ୍ଲାଇକିକ୍ ଏବଂ କିଛି ମାର୍ଶଲ ଆର୍ଟ ଗତି ସହିତ କିଛି ସେକେଣ୍ଡରେ ସେମାନଙ୍କୁ ଧୂଳି ଚଟେଇ ଦେଇଥିଲେ।

 

Get real time updates directly on you device, subscribe now.