fbpx

ବାଳିକା ଜଣକ ଅର୍ଡର କରିଲା ସାନିଟାରୀ ପ୍ୟାଡ୍, Swiggy ସାଥିରେ ପଠାଇଲା ଏହି ଜିନିଷ..

ନୂଆଦିଲ୍ଲୀ: ଜଣେ ଝିଅ ଅନଲାଇନରେ ସାନିଟାରୀ ପ୍ୟାଡ୍ ଅର୍ଡର କରିଲେ । ହେଲେ ସେ ଯେତେବେଳେ ପାର୍ସଲ ଖୋଲି ଦେଖିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ଘଟଣାକୁ ନେଇ ସେହି ବାଳିକା ଜଣକ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଦାବି କରିଛନ୍ତି । ବର୍ତ୍ତମାନ ସେହି ପୋଷ୍ଟ ଉପରେ ଚର୍ଚ୍ଚା ଚାଲିଛି ।

ସୂଚନା ଅନୁସାରେ, ସମୀରା ନାମକ ଜଣେ ବାଳିକା ଟ୍ୱିଟ କରି କହିଛନ୍ତି ଯେ, ସେ ସ୍ୱିଗି ଇନଷ୍ଟାମାର୍ଟ ସାନିଟାରୀ ପ୍ୟାଡ୍ ଅର୍ଡର କରିଥିଲେ । ହେଲେ ପ୍ୟାଡ ସହିତ ତାଙ୍କୁ ଚକୋଲେଟ କୁକିଜ ଦିଆଯାଇଥିଲା । ତାଙ୍କ ପୋଷ୍ଟରେ ସ୍ୱିଗି ମଧ୍ୟ ରିପ୍ଲାଏ ଦେଇଛି ।

ସମୀରା କହିବା କଥା ହେଲା ଏହି ଭୁଲ କାମ କିଏ କରିଛି ଡେଲିଭରୀ ମ୍ୟାନ ନା ଦୋକାନୀ । ତେବେ ସ୍ୱିଗି ଏହାର ରିପ୍ଲାଏରେ ଲେଖିଛନ୍ତି, ଆମେ କେବଳ ଚାହୁଁଚୁ ଯେ, ଆପଣଙ୍କ ଦିନ ସୁଖମୟ ହେଉ । ଏଥିରେ ଅନେକ ଲୋକ ରି- ଟ୍ୱିଟ କରି କହିଛନ୍ତି, ଏପରି ସ୍ୱିଗି ଫ୍ରିରେ ଗିଫ୍ଟ ଦେଉଛି ।

Get real time updates directly on you device, subscribe now.