fbpx

ବାଲ୍ୟବିବାହକୁ ନେଇ ଆକ୍ସନ ମୋଡ଼ରେ ଆସାମ ସରକାର, ଗିରଫ ହେଲେଣି ୨୨୧୧ ଲୋକ

ଦିସପୁର: ଆସାମରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨୧୧ଲୋକଙ୍କୁ ବାଲ୍ୟ ବିବାହ କରିବା ନେଇ ଗିରଫ କରାଯାଇଛି । ସେଥିପାଇଁ ଗୋହ୍ୱାଟୀ, ବିଶ୍ୱନାଥ, ଗୋଳାପାରା, କରିମଗଞ୍ଜ, ମେରୀ ଗାଁଓ, ବୋଙ୍ଗାଇଗାଁଓ, ଜୋରହାଟରେ ଏପରି ନିୟମ ଲାଗୁ କରାଯାଇଛି । ଆସାମର ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଆସାମରେ ବାଲ୍ୟବିବାହ ନେଇ ୪,୦୭୪ ମାମଲା ରୁଜୁ ହୋଇଛି ।

ସୂଚନା ଅନୁଯାୟୀ, ଆସାମରେ ବାଲ୍ୟ ବିବାହକୁ ନେଇ ବିରୋଧ ଆରମ୍ଭ ହୋଇସାରିଛି । ଏଆଇଏମଆଇଏମ ଚିଫ୍ ଅସଦୁଦ୍ଦିନ ଓବେସୀ ବିଜେପି ସରକାର ଉପରେ ଆକ୍ରମଣ ବୋଲି କହିଛନ୍ତି ଏବଂ ଲୋକମାନେ ଗିରଫକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଓବେସି କହିଛନ୍ତି ଯେ, ଝିଅ ମାନଙ୍କୁ ଗିରଫ କରିବା ପରେ ବିବାହିତ ଝିଅମାନେ କଣ କରିବେ । ତାଙ୍କ କଥା କିଏ ବୁଝିବ?

ଆସାମ ସରକାରଙ୍କ ଏହି ଆକ୍ସନ ଉପରେ ଓବେସି ବିରୋଧ ପ୍ରଦର୍ଶନ କରିଛି । ଓବିସି କହିବା କଥା ହେଲା ଆସାମରେ ଗତ ୬ବର୍ଷ ଧରି ବିଜେପି ସରକାର ରହି ଆସିଛି । ଏହା ବିଜେପି ସରକାରର ପରାଜୟ ଅଟେ । ଏହି ପ୍ରକାର ଲୋକ ମାନଙ୍କୁ ଗିରଫ କରି ବିଜେପି ଅନ୍ୟ ଏକ ଅସୁବିଧା ଠିଆ କରୁଛି । ଯେଉଁ ଝିଅମାନେ ବିବାହ କରିସାରିଛନ୍ତି ସେହି ଝିଅ ମାନଙ୍କ ଅବସ୍ଥା କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ଓବେସି । ବିଜେପି ସରକାର ରାଜ୍ୟରେ କେତୋଟି ବିଦ୍ୟାଳୟ ଖୋଲିଛନ୍ତି ସେନେଇ ପ୍ରଶ୍ନ କରିଛନ୍ତି ଓବେସି ।

Get real time updates directly on you device, subscribe now.