fbpx

ପୁଣିଥରେ ହସାଇବେ କପିଲ, ଜାଣନ୍ତୁ କେବେଠାରୁ…

ନୂଆଦିଲ୍ଳୀ: ଟେଲିଭିଜନ ଦୁନିଆର ଲୋକପ୍ରିୟ ହାସ୍ୟରସ କାର୍ଯ୍ୟକ୍ରମ ‘ଦ କପିଲ ଶର୍ମା ଶୋ’ ପୁଣିଥରେ ଆରମ୍ଭ ହେବ । ଟିଭି ପରଦାକୁ ଫେରିବ ଏହି ନିଆରା କାର୍ଯ୍ୟକ୍ରମ । ଯାହକୁ ନେଇ ଖୁବ ଉତ୍ସାହିତ ହୋଇଉଠିଛନ୍ତି ଏହି ‘ଶୋ’ର ଫ୍ୟାନମାନେ ।

ସୂଚନା ଅନୁଯାୟୀ କପିଲ ଶର୍ମା ଶୋ’ ଏହାର ପୂରା ଟିମ ସହ ପୁଣିଥରେ ସୋନୀ ଟିଭିରେ ଫେରିବାକୁ ଯାଉଛି । ଜୁଲାଇ ୨୧ଠାରୁ ଏହି ଶୋ’ ସୋନୀ ଟିଭିରେ ପ୍ରସାରିତ ହେବ ବୋଲି ଜଣାପଡ଼ିଛି । ଶୋ’ର ପ୍ରସାରଣ ଗତ ଫେବ୍ରୁଆରିରୁ ବନ୍ଦ ହୋଇଥିଲା । ଏହାପରଠାରୁ ଶୋ’ ପୁଣିଥରେ କେବେ ପ୍ରସାରିତ ହେବ, ସେନେଇ ନେଇ କଳ୍ପନାଜଳ୍ପନା ଜାରି ରହିଥିଲା । ଏନେଇ କପିଲ ଶର୍ମା ମଧ୍ୟ ଏକ ଟ୍ୱିଟ କରି କହିଥିଲେ ଯେ ଶୋ’ରେ କେତେକ ନୂଆ କାକଳାରଙ୍କୁ ସାମିଲ କରିବାକୁ ନେଇ ସେ ନିର୍ମାତାଙ୍କ ସହ କଥା ହୋଇଛନ୍ତି ।

ସୂଚନା ଅନୁସାରେ ଶୋ’ର ନୂଆ ସଂସ୍କରଣ ସମ୍ପୂର୍ଣ୍ଣ ଭିନ୍ନ ଧରଣର ହେବ । ତେବେ ଏହାର ଶୁଟିଂ ଜୁଲାଇ ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି । ଶୋ’ରେ କୃଷ୍ଣା ଅଭିଷେକ, କିକୁ ସାରଦା, ସୁମୋନା ଚକ୍ରବର୍ତ୍ତୀ, ଚନ୍ଦନ ପ୍ରଭାକର ଏବଂ ଅର୍ଚ୍ଚନା ପୂରଣ ସିଂଙ୍କ ସହ କେତେକ ନୂଆ କଳାକାର ମଧ୍ୟ ନଜରରେ ଆସିବେ । କିନ୍ତୁ ଶୋ’ରେ ଦର୍ଶକ ଉପସ୍ଥିତ ରହିବେ କି ନାହିଁ ସେ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ ।

ସେ ଯାହାହେଉ ଶୋ’କୁ ନେଇ କପିଲ ଖୁବ୍ ଉତ୍ସାହିତ ଅଛନ୍ତି ଏବଂ ନୂତନ କଳାକାରଙ୍କୁ ସେ ସ୍ୱାଗତ କରିଛନ୍ତି ।

Get real time updates directly on you device, subscribe now.