fbpx

ପଞ୍ଚମ ଟେଷ୍ଟକୁ ନେଇ ଘନେଇଲା ବିବାଦ: ଭାରତୀୟ ସମର୍ଥକଙ୍କୁ ଲାଗିଲା ଆରୋପ

ବର୍ମିଂହାମ: ଏଜବାଷ୍ଟନ କ୍ରିକେଟ ଗ୍ରାଉଣ୍ଡରେ ଇଂଲଣ୍ଡ-ଭାରତ ମଧ୍ୟରେ ଜାରି ରହିଛି ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ । ତେବେ ଏହି ମ୍ୟାଚ ରୋମାଞ୍ଚକର ପରିସ୍ଥିତିରେ ପହଞ୍ଚିଥିବା ବେଳେ ଆରମ୍ଭ ହୋଇଛି ବିବାଦ । ଭାରତୀୟ ସମର୍ଥକମାନଙ୍କୁ ନେଇ ଏହି ବିବାଦ ଆରମ୍ଭ ହୋଇଛି । ଇଂଲଣ୍ଡର ସମର୍ଥକମାନେ ଏହି ଆରୋପ ଲଗାଇଥିବା ଜଣାପଡିଛି । ମ୍ୟାଚର ଚତୁର୍ଥ ଦିନର ଅନ୍ତିମ ସେସନରେ ହିଁ ଏମିତି ଏକ ପରିସ୍ତିତି ଦେଖିବାକୁ ମିଳିଛି ।

ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତୀୟ ସମର୍ଥକଙ୍କୁ ଆରୋପ । ଇଂଲଣ୍ଡର ସମର୍ଥକମାନେ ଭାରତୀୟଙ୍କୁ ବର୍ଣ୍ଣବେଷମ୍ୟ ଆରୋପ ଆଣିଥିବା ଅଭିଯୋଗ ହୋଇଛି । ତେବେ ଚତୁର୍ଥ ଦିନର ଅନ୍ତିମ ସେଶନରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହାକୁ ନେଇ ଏହି ମ୍ୟାଚ ଆହୁରି ବିବାଦ ଘେରକୁ ଟାଣି ହୋଇଯାଇଛି । ଭାରତୀୟ ସମର୍ଥକମାନେ ଏ ନେଇ ଫଟୋ ଏବଂ ଭିଡିଓ ସହିତ ଟ୍ୱିଟ କରିବାରୁ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି) ତରଫରୁ ଉଦବେଗ ପ୍ରକାଶ ପାଇଛି ।

କ୍ରିକେଟରେ ବର୍ଣ୍ଣବୈଷମ୍ୟ ପରି ଆରୋପର ସ୍ଥାନ ନାହିଁ ବୋଲି ପ୍ରକାଶ କରିଛି ଇସିବି । ତେବେ ଏହି ମାମଲାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଇସିବି ପ୍ରତିଶ୍ରୁତି ଦେଇଛି । ଗତବର୍ଷ ଟେଷ୍ଟ ସିରିଜର ଶେଷ ମ୍ୟାଚ ଏବେ ଖେଳାଯାଉତିବା ବେଳେ ଭାରତ ଏବେ ଏହି ମ୍ୟାଚରେ ୧୧୯ ରନ ଆଗରେ ରହିଛି । ସେହିପରି ଇଂଲଣ୍ଡ ୩ ୱିକେଯ ହରାଇ ୨୫୯ ରନ ସଂଗ୍ରହ କରିଥିବା ବେଳେ ଜୋ ରୁଟ ଏବଂ ଜନି ବେୟାରଷ୍ଟୋ ପଡିଆରେ ମହଜୁଦ ଅଛନ୍ତି ।

Get real time updates directly on you device, subscribe now.