fbpx

ବିଦ୍ୟୁତ୍ ଖୁଣ୍ଟରେ ଚଢ଼ିଲେ ଶକ୍ତିମନ୍ତ୍ରୀ; ଲୋକଙ୍କୁ ମାଗିଲେ କ୍ଷମା,ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ: କେତେକ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ଗଛ ଉପରେ ତ ନହେଲେ ଟାୱାର ଉପରେ ଚଢି଼ବାର ଦେଖାଯାଇଥାଏ । ଏମିତି ଏକ ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା ବିଦ୍ୟୁତ୍ ଖୁଣ୍ଟରେ । ସେ ପୁଣି ସାଧାରଣ ଲୋକ ନୁହନ୍ତି ସେ ହେଲେ ମଧ୍ୟପ୍ରଦେଶର ଶକ୍ତିମନ୍ତ୍ରୀ ।କିନ୍ତୁ କଥାଟା ଟିକେ ଅଡ଼ୁଆ ଲାଗୁଛି ନା.. ବିଦ୍ୟୁତ୍ ଖଣ୍ଟ ପୁଣି ଶକ୍ତିମନ୍ତ୍ରୀ ।

ସୂଚନା ଅନୁଯାୟୀ ମଧ୍ୟପ୍ରଦେଶର ଶକ୍ତମନ୍ତ୍ରୀ ପ୍ରଦ୍ୟୁମ୍ନ ତୋମର ଗ୍ୱାଲିୟର ଗସ୍ତରେ ପହଞ୍ଚିଥିଲେ । ସେଠାରେ ଲୋକଙ୍କର ବାରମ୍ବାର ବିଦ୍ୟୁତ୍ କାଟ୍ ହେବା ସହ ଠିକ୍ ସମୟରେ ବିଦ୍ୟୁତ୍ ଆସୁନଥିବାର ଅଭିଯୋଗ ହୋଇଆସୁଥିଲା । ଫଳରେ ଘଟଣାର ସମସ୍ୟା ଜାଣିବା ପାଇଁ ବିଦ୍ୟୁତ୍ ଖୁଣ୍ଟ ଉପରେ ଚଢି଼ଥିଲେ ।ଏଥିପାଇଁ ସେ ତୁରନ୍ତ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି ଅଳିଆକୁ ବାହାର କରି ସଫା କରିଥିଲେ । ଏହା ପରେ ସତ ଜାଣିବାକୁ ପାଇଥିଲେ କି ଟ୍ରାନ୍ସଫର୍ମ ଉପରେ ଗଛର ଲତା ମାଡିଯିବାରୁ ଅନେକ ସମସ୍ୟା ଦେଖା ଦେଉଛି ।

ଘଟଣା ବିଷୟରେ ଜାଣିବା ପରେ ବିଦ୍ୟୁତ୍ ବିଭାଗ ଅଫିସରଙ୍କ ଉପରେ ଖୁବ୍ ବର୍ଷିଥିଲେ । ଆଉ ଲୋକମାନଙ୍କୁ ହାତ ଯୋଡ଼ି ଏହି ସବୁ ଖାମଖାଲି କାର୍ଯ୍ୟ ପାଇଁ କ୍ଷମା ମାଗିଥିଲେ । ଏହା ସହ ଆହୁରି ପ୍ରତିଶ୍ରୁତି ଦେଇଥିଲେ କି ଏସବୁ ବିଷୟରେ ଖୁବ୍ ଶୀଘ୍ର ତର୍ଜମା କରାଯିବ । କେଉଁ ସ୍ଥାନରୁ ବିଦ୍ୟୁତ୍ ଟ୍ରିପ୍ ଙ୍ଗ  ହେବ ତାହା ଯାଞ୍ଚ କରାଯିବ ।

 

 

 

Get real time updates directly on you device, subscribe now.