fbpx

ବିଜ୍ଞାନର ଚମତ୍କାରିତା: ଆଉ ଗର୍ଭରେ ନୁହେଁ, କାରଖାନାରେ ଜନ୍ମ ହେବେ ଯାଆଁଳା ଶିଶୁ

ନୂଆଦିଲ୍ଲୀ: ବିଜ୍ଞାନ ଦିନକୁ ଦିନ ନୂଆ ନୂଆ ଆବିଷ୍କାର କରିବାରେ ଲାଗିଛି। ପୁର୍ବରୁ ପିଲା ଜନ୍ମ କରିବା ପ୍ରକ୍ରିୟାରେ ଯେଉଁଠି ବିଜ୍ଞାନ ଦୁରରେ ଥିଲା ଏବଂ ଆଇବିଏଫ୍ ମାଧ୍ୟମରେ ଏଠାରେ ନିଜର ଉପସ୍ଥିତି ଜାହିର୍ କରି ସାରିଲାଣି। ଏବେ ବିଜ୍ଞାନ ଏଥିରେ ଆଉ ଦୁଇ ପାଦ ଆଗକୁ ବଢିଯାଇଛି। ଯାଆଁଳା ଶିଶୁ ଜନ୍ମକୁ ନେଇ କୁହାଯାଉଛି ଯେ, ଏହା ପ୍ରାକୃତିକ ଭାବେ ଯେତେବେଳେ ଗର୍ଭାଶୟରେ ଦୁଇଟି ଶୁକ୍ରାଣୁ ଫ୍ୟୁଜ୍ ହୁଏ ଏହା ସ୍ୱାଭାବିକ ଭାବରେ ଘଟେ। ସାଧାରଣତ ଯାଆଁଳାମାନଙ୍କର ଚେହେରା ଏବଂ ପ୍ରକୃତି ଅଲଗା ଅଟେ। କିନ୍ତୁ ଋଷରେ ସମାନ ଯାଆଁଳା ଚେହେରା ଏବଂ ପ୍ରକୃତି ଦ୍ୱାରା ଜନ୍ମ ଗ୍ରହଣ କରନ୍ତି। ଆଶ୍ଚର୍ଯ୍ୟର କଥା ଏହା କି ଏହି ଯାଆଁଳା ଶିଶୁ ମା’ର ଗର୍ଭରୁ ନୁହେଁ , ବରଂ କାରଖାନାରେ ପ୍ରସ୍ତୁତ ହେଉଛି। ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। ତେବେ ଆସନ୍ତୁ ଏହା ଖବର ବିଷୟରେ ବିସ୍ତାରରେ ଜାଣିବା।

ଖବର ଅନୁଯାୟୀ, ଋଷରେ ପ୍ରୋମୋବଟ୍ସ ନାମକ ଏକ କମ୍ପାନୀ ଅଛି ଯାହା ଯାଆଁଳା ରୋବଟ୍ ତିଆରି କରେ। ତାହା ହେଉଛି, ଏହା ଯେକୌଣସି ମଣିଷର ରୋବଟ୍ ତିଆରି କରେ, ଯାହା ଚେହେରା ଏବଂ ଗୁଣରେ ମଧ୍ୟ ସମାନ। ଗତ କିଛି ବର୍ଷ ମଧ୍ୟରେ ଋଷରେ ଏଭଳି ରୋବଟ୍ ତିଆରି କରିବାର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କମ୍ପାନୀ ଅନେକ ଲୋକଙ୍କ ଯାଆଁଳା ରୋବଟ୍ ତିଆରି କରିଛି। କମ୍ପାନୀ ପାଖରେ ଏବେ ବହୁତ୍ ଅର୍ଡର ପଡି ରହିଛି। ସମ୍ପ୍ରତି କମ୍ପାନୀ ମ୍ୟାନେଜମେଣ୍ଟ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଦର୍ଶାଇଛି ଯେ ଅର୍ଡର ମିଳିବା ପରେ ସେ କିପରି ଏକ ଯୁଗ୍ମ ରୋବଟ୍ ତିଆରି କରୁଛନ୍ତି।

କମ୍ପାନୀ ଏହି ଭିଡିଓରେ ଦର୍ଶାଇଛି ଯେ, ଅର୍ଡର ଦେଇଥିବା ଲୋକଙ୍କ ପରି ଏହି ରୋବୋର୍ଟ କିଭଳି କାର୍ଯ୍ୟ କରେ। ଏହାର ଚେହେରା ଏବଂ ଗୁଣ ମଧ୍ୟ ସମାନ ହୋଇଥାଏ। ତେବେ ଏହାର ଯେପରି କିଛି ଭୁଲ୍ ଭାବରେ ବ୍ୟବହାର ନହୁଏ। ସେଥିପ୍ରତି କମ୍ପାନୀ ନଜର ରଖିଛି। ଅଧିକାରୀମାନେ କହିଛନ୍ତି ଯେ କାରଖାନାକୁ ଆସୁଥିବା ଏବଂ ଅର୍ଡର ଦେଉଥିବା ବ୍ୟକ୍ତିଙ୍କ ଯାଆଁ ରୋବୋର୍ଟ ପ୍ରସ୍ତୁତ କରାଯାଏ। ଅର୍ଥାତ୍ ଯାହାର ରୋବଟ୍ ତିଆରି ହେବ, ସେ ଉପସ୍ଥିତ ରହିବା ଆବଶ୍ୟକ। ଅନ୍ୟର ଆଦେଶରେ, ଅନ୍ୟ ମୁହଁର ରୋବଟ୍ ତିଆରି ହୁଏ ନାହିଁ। ଅନ୍ୟର ମୁହଁର ରୋବଟ୍ ତିଆରି କରି କେହି ଯେମିତି ଅପବ୍ୟବହାର ନକରନ୍ତି। ସେଥି ପାଇଁ ଏହି ନିୟମ କରାଯାଇଛି।

 

Get real time updates directly on you device, subscribe now.