fbpx

ଏହି ଅନ୍ତର୍ରାଷ୍ଟ୍ରୀୟ କଂପାନୀର ମଡେଲ୍ ହେଲେ ଓଡିଆ ଝିଅ…

ସମ୍ବଲପୁର: ଦେଶ ଦଥା ରାଜ୍ୟରେ ବିଭିନ୍ନ ପ୍ରକାର ର ସପିଙ୍ଗ ଆପ ରହିଛି ।ଯାହା ମଧ୍ୟରେ ଲୋକେ ଘରେ ବସି ନିଜ ମନ ପସନ୍ଦର ଜିନିଷ କଣି ପାରୁଛନ୍ତି । ଏହି ସପିଙ୍ଗ ଆପ୍ ମଧ୍ୟରୁ ବର୍ତ୍ତମାନ ଫ୍ଲିପକାର୍ଟ (flipkart), ମେସୋ (meesho),ଆମାଜନ୍ (amazon)ଆଦି ଆପମାନଙ୍କ ଚାହିଦା ଖୁବ୍ ବେଶି । ତେବେ ଏହାରି ମଧ୍ୟରେ ଆମାଜନ ସପିଙ୍ଗ ଆପ ତାର ମଡେଲ ଚୟନ କରିଛି । ଯେଉଁଥିରେ ସ୍ଥାନ ପାଇଛନ୍ତି ଓଡିଶାର କୁନି ଝିଅ ଅଂଶିକା । ଯାହାଙ୍କ ବୟସ ମାତ୍ର ୮ ବର୍ଷ । କିନ୍ତୁ ସେ ଖୁବ୍ କମ ବୟସରେ ନିଜର କଳା କୌଶଳ ପାଇଁ ଆମାଜନ ପରି ଏକ ଅନ୍ତରଷ୍ଟ୍ରୀୟ କମ୍ପାମୀର ମଡେଲ ହୋଇ ପାରିଛନ୍ତି ।

ଅନ୍ତର୍ରାଷ୍ଟ୍ରୀୟ କମ୍ପାନୀ “ଆମାଜନ”ର ମଡେଲ ଭାବେ ଚୟନ ହେଲେ ସମ୍ବଲପୁର ବାମରା ର କୁନି ଝିଅ । ସମ୍ବଲପୁର ଜିଲ୍ଲା ବାମରା ବ୍ଲକର ଗୋବିନ୍ଦପୁର ପଣ୍ଡରିପଥର ଗ୍ରାମର ୮ ବର୍ଷର କୁନି ଝିଅ ସାଇ ଅଂଶିକା ବେସନ ଚୟନ ହୋଇଥିବା ଜଣାପଡିଛି । ଗତ ଅଗଷ୍ଟ ମାସରେ କମ୍ପାନୀ ପକ୍ଷରୁ ଶିଶୁ ମଡେଲ ପରିପ୍ରେକ୍ଷୀରେ ଆବେଦନ ଆହ୍ୱାନ କରାଯାଇଥିଲା । ସୂଚନା ପାଇ ଏଥିପାଇଁ ସାଇ ଅଂଶିକା ଅନ ଲାଇନ ଆବେଦନ କରିଥିଲେ ।

ଏହାପରେ ସେ ପ୍ରଥମ ପର୍ଯ୍ୟାୟ ଚୟନ ପ୍ରକ୍ରିୟାରେ ମନୋନୀତ ହୋଇ ଛତିଶଗଡ଼ ରାଜ୍ୟର ରାଜଧାନୀ ରାୟପୁରକୁ ଯାଇଥିଲେ । ସେଠାରେ ବିଭିନ୍ନ ବିଷୟରେ ସମୂହ ସାକ୍ଷାତକାର ସହିତ ଶତାଧିକ ଶିଶୁ ମାନଙ୍କୁ ନେଇ ଏକ ଫେସନ ସୋ ମଧ୍ୟ ଆୟୋଜିତ ହୋଇଥିଲା । ଯେଉଁଥିରେ ସାଇ ଅଂଶିକା ନିଜର ବ୍ୟକ୍ତିତ୍ୱ,କଳା ପ୍ରଦର୍ଶନ ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇ ଶିଶୁ ମଡେଲ ଭାବେ ବିବେଚିତ ହୋଇଥିଲେ । ତେବେ ଚଳିତ ମାସ ସେଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଏକ ବର୍ଷ ପାଇଁ ସାମୟିକ ଚୁକ୍ତି କରାଯାଇଛି । ସମ୍ବଲପୁର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଭଳି ଏକ ଛୋଟିଆ ଗାଁରୁ ଜଣେ ଶିଶୁ ଏକ ଅନ୍ତର୍ରାଷ୍ଟ୍ରୀୟ କମ୍ପାନୀର ଶିଶୁ ମଡେଲ ଭାବେ ଚୟନ ହେବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେବା ସହ ସମଗ୍ର ରାଜ୍ୟ ପାଇଁ ଏକ ଗୌରବର ବିଷୟ ପାଲଟିଛି । ।

Get real time updates directly on you device, subscribe now.