fbpx

ମା’ ଭେଣ୍ଟିଲେଟରରେ, ନବଜାତ ଶିଶୁକନ୍ୟା ଏସ୍ଏନସିୟୁରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣେ ପ୍ରସୂତିଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ତେବେ ସେ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରରେ ଥିବାବେଳେ ନବଜାତ ଶିଶୁ କନ୍ୟାକୁ ଏସଏନସିୟୁରେ ରଖାଯାଇଛି।

ସୂଚନା ଅନୁସାରେ ପ୍ରସୂତି ମହିଳା ଜଣକ ଗୁରୁତର ଭାବେ ଫୁଲବାଣୀ ମେଡିକାଲକୁ ଆସିଥିଲେ । ତାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ବହୁତ ସମସ୍ୟା ହେଉଥିବା ଜଣାଇଥିଲେ । ଏନେଇ ତାଙ୍କର କୋଭିଡ୍ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ପରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । କିନ୍ତୁ ତାଙ୍କର ସମସ୍ତ ଲକ୍ଷଣ କୋଭିଡ ଆକ୍ରାନ୍ତଙ୍କ ଭଳି ରହିଥିବାରୁ ତାଙ୍କର ନମୁନା ଆରଟିପିସିଆର ଟେଷ୍ଟ ପାଇଁ ପଠାଯାଇଛି । ଏବଂ ତାଙ୍କର ଅମ୍ଳଜାନ ସ୍ତର ପ୍ରାୟ ୪୦ ରହିଥିବାରୁ ତାଙ୍କୁ ଫୁଲବାଣୀ ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ରାତିରେ ସେ ପ୍ରସବ କାଳୀନ ବ୍ୟଥା ଅନୁଭବ କରିବାରୁ, ତାଙ୍କୁ ଭେଣ୍ଟିଲେଟର ଏବଂ ଆଇସିୟୁର ସହାୟତାରେ ଡାକ୍ତର ଏବଂ ଅନ୍ୟ ନର୍ସମାନେ ମିଳିତ ଭାବେ ସଫଳତାର ସହିତ ପ୍ରସବ କରାଇଥିଲେ ।

Get real time updates directly on you device, subscribe now.