fbpx

ଧାର୍ମିକ ପୀଠ ପଞ୍ଚଲିଙ୍ଗେଶ୍ୱରର ରହସ୍ୟ ଏବଂ ଲୋକକଥା

ଓଡ଼ିଶା ଭାସ୍କର: ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ମଧ୍ୟରୁ ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଅନ୍ୟତମ । ବାଲେଶ୍ୱରର ନୀଳଗିରି ପର୍ବତମାଳାରେ ଅବସ୍ଥିତ ଏହି ଶୈବପୀଠର ଭିନ୍ନ ରହସ୍ୟ ରହିଛି । ୫ଟି ଶିବଲିଙ୍ଗ ଥିବାରୁ ଶୈବପୀଠର ନାମ ପଞ୍ଚଲିଙ୍ଗେଶ୍ୱର ରଖାଯାଇଛି । ପାହାଡ଼ ଭିତରୁ ବହିଆସୁଥବା ଝରଣାର ସ୍ରୋତ ତଳେ ୫ଟି ଅଦୃଶ୍ୟ ଶିବଲିଙ୍ଗ ରହିଛି । ଏହି ଶିବ ଲିଙ୍ଗକୁ ଦର୍ଶନ କରିହୁଏ ନାହିଁ କାରଣ ଏହା ବର୍ଷସାରା ଝରଣାର ସ୍ରୋତରେ ବୁଡ଼ି ରହିଥାଏ ।

ଶ୍ରଦ୍ଧାଳୁମାନେ ପାହାଡ଼ର ଚଟାଣକୁ ଆଶ୍ରୟ କରି ଝରଣାର ଜଳସ୍ରୋତ ମଧ୍ୟରେ ଶିବଲିଙ୍ଗକୁ ଖୋଜି ଛୁଇଁବାକୁ ଚେଷ୍ଟା କରିଥାନ୍ତିି । ଭକ୍ତମାନେ ଶ÷ବପୀଠ ପାଦଦେଶରେ ଥିବା ଅନ୍ୟ ଶିବଲିଙ୍ଗକୁ ପୂଜା କରିଥାନ୍ତିି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ଶୈବପୀଠକୁ ପ୍ରତ୍ୟେକ ଦିନ ଅନେକ ପର୍ଯ୍ୟଟକ ବୁଲିବା ପାଇଁ ଆସିଥାନ୍ତି ।

 

ଦେବଗିରି ପର୍ବତମାଳାର ଏକ ଅଂଶ ବିଶେଷ ହେଉଛି ପଞ୍ଚଲିଙ୍ଗେଶ୍ୱର । ଦେବଗିରି ପର୍ବତମାଳାର ଶୀର୍ଷଦେଶରୁ ମଙ୍ଗଳପୁର ଦୁର୍ଗ ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ରହିଛି । ଲୋକକଥା ଅନୁଯାୟି ପଞ୍ଚଲିଙ୍ଗେଶ୍ୱର ପାହାଡ଼ ପାଦଦେଶରୁ ଏହି ସୁଡ଼ଙ୍ଗ ଥିବା କୁହାଯାଏ । ମନ୍ଦିରଟି ପାହାଡ଼ର ଶିଖରରେ ଅବସ୍ଥିତ ଏବଂ ଏଠାରେ ପହଞ୍ଚିବା ପାଇଁ ୨୬୩ଟି ସିଢି ଚଢିବାକୁ ପଡ଼ିଥାଏ । ବର୍ଷାଦିନେ ଜଳସ୍ରୋତ ଅଧିକ ଥିବାରୁ ବୁଡ଼ି ରହିଥିବା ପଞ୍ଚଲିଙ୍ଗକୁ ଭକ୍ତମାନେ ଛୁଇଁବା କଷ୍ଟକର ହୋଇଯାଏ । ଘଞ୍ଚ ଜଙ୍ଗଲରେ ଭରା ଏହି ଶୈବପୀଠ ସନ୍ଧ୍ୟା ପରେ ପ୍ରବେଶ ନିଷେଧ ହୋଇଯାଏ । କାରଣ ସନ୍ଧ୍ୟା ପରେ ଏଠାରେ ହାତୀମାନଙ୍କର ଉପଦ୍ରବ ଦେଖିବାକୁ ମିଳେ ।

କୁହାଯାଏ ପ୍ରଭୁରାମଙ୍କ ୧୪ବର୍ଷ ବନବାସ ସମୟରେ ମା ସୀତା ଏହି ପଞ୍ଚଲିଙ୍ଗକୁ ଉପସ୍ଥାପନା କରିଥିଲେ । ସେହିପରି ଲୋକକଥା ଅନୁସାରେ ବନାସୁର ନାମକ ଜଣେ ଶକ୍ତିଶାଳୀ ରାକ୍ଷସ ଶିବଙ୍କର ବଡ଼ ଭକ୍ତ ହୋଇଥିବାରୁ ଏହି ଠାରେ ହିଁ ପଞ୍ଚଲିଙ୍ଗକୁ ଉପସ୍ଥାପନା କରି ପୂଜାର୍ଚ୍ଚନା କରିଥିଲା ।

ମହା ଶିବରାତ୍ରୀରେ ଶୈବପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳେ । ସେହିପରି ସରସ୍ୱତୀ ପୂଜା ସମୟରେ ପ।।ଞ୍ଚ ଦିନ ବ୍ୟାପୀ ମେଳା ହୋଇଥାଏ । ପର୍ବତ ଶିଖରରେ ଅନେକ ଦେବାଦେବୀଙ୍କ ମନ୍ଦିର ଅଛି । ଏହି ମନ୍ଦିର ମଧ୍ୟରୁ ମଣ୍ଡଳେଶ୍ୱରୀ ଦେବୀଙ୍କ ମନ୍ଦିର ଅନ୍ୟତମ । ମଣ୍ଡଳେଶ୍ୱରୀ ଦେବୀଙ୍କୁ ବର୍ଷାର ଦେବୀ ମଧ୍ୟ କୁହାଯାଏ । ବର୍ଷା ନହେଲେ ମଣ୍ଡଳେଶ୍ୱରୀ ଦେବୀଙ୍କୁ ପୂଜା କଲେ ବର୍ଷା ହୋଇଥାଏ ବୋଲି ବିଶ୍ୱାସ ରହିଛି ।

 

Get real time updates directly on you device, subscribe now.