fbpx

ବାବୁସାନ-ପ୍ରକୃତି ବିବାଦ ଭିତରେ ‘ଦ୍ରୌପଦୀ’: ଆସୁଛି ଅଭିନେତ୍ରୀଙ୍କ ନୂଆ ଚଳଚ୍ଚିତ୍ର

ଭୁବନେଶ୍ୱର: ଓଲିଉଡ ଷ୍ଟାର ବାବୁସାନ ଏବଂ ପ୍ରକୃତି ମିଶ୍ରଙ୍କ ବିବାଦ ଏବେ ସାମାନ୍ୟ ଥମିଥିବା ବେଳେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଏହି ବିବାଦ ମଝିରେ ଏବେ ଆସୁଛି ଆଉ ଏକ ନାଁ ‘ଦ୍ରୌପଦୀ’ । ତେବେ କ’ଣ ଏହି ନାଁ ରହସ୍ୟ ?

ବାବୁସାନଙ୍କ ସହ ବିବାଦ ଥମିବା ପରେ ମୁମ୍ବାଇ ଚାଲିଯାଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ତେବେ ଏହି ବିବାଦ ଭିତରେ ଆସୁଥିବା ଏହି ‘ଦ୍ରୌପଦୀ’ ନାଁ ହେଉଛି ପ୍ରକୃତିଙ୍କ ଅଭିନୀତ ନୂଆ ଚଳଚ୍ଚିତ୍ର । ଖୁବ ଶୀଘ୍ର ନାରୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଥିଏଟରକୁ ଆସୁଥିବା ପ୍ରକୃତି ସୂଚନା ଦେଇଛନ୍ତି । ଏହି ସିନେମା ସମ୍ପୂର୍ଣ୍ଣ ନାରୀ ଉପରେ ଆଧାରିତ ହୋଇଥିବା ବେଳେ ସେମାନଙ୍କ ଯୁଦ୍ଧ ଏବଂ ତ୍ୟାଗ ଇତ୍ୟାଦିକୁ ଏହି ସିନେମାରେ ସ୍ଥାନ ଦିଆଯାଇଛି । ସମାଜରେ ପ୍ରତ୍ୟେକ ନାରୀର କାହାଣୀକୁ ନେଇ ଆସୁଛି ପ୍ରକୃତିଙ୍କ ନୂଆ ଫିଲ୍ମ ‘ଦ୍ରୌପଦୀ’ । ଗୋଟିଏ ନାରୀ କେବେ କେବେ ଆଉ ଏକ ନାରୀର ଶତ୍ରୁ ହୋଇଯାଏ ତାହାକୁ ନେଇ ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି ବୋଲି ସେ କହିଛନ୍ତି ।

Prakruti Mishra To Play Draupadi In Odia Movie; Check Film's Poster -  odishabytes

ଏହାବ୍ୟତୀତ ବାବୁସାନ ଏବଂ ତୃପ୍ତିଙ୍କ ସହ ହୋଇଥିବା ବିବାଦକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପ୍ରକୃତି । ଭାରତ ଏକ ପୁରୁଷପ୍ରାଧାନ୍ୟ ଦେଶ ବୋଲି କହିଛନ୍ତି ପ୍ରକୃତି । ସେ ଏ ପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ହୋଇ ନଥିବା ବେଳେ ସେ ଭୁଲ କି ଠିକ ତାହା ଆଇନ କହିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ପ୍ରକୃତି କହିଛନ୍ତି ଯେ, ସବୁବେଳେ ଗୋଟିଏ ନାରୀକୁ ଦୋଷ ଦେବା ଠିକ୍ ନୁହେଁ, ତାଙ୍କ ପରିସ୍ଥିତିରେ ମଧ୍ୟ ସମସ୍ତେ କିଛି ଜାଣି ନଶୁଣି ମନ୍ତବ୍ୟ ଦେଇଥିଲେ । ତେବେ ସମୟ ଆସିଲେ ତାଙ୍କ କାହାଣୀ ମଧ୍ୟ ପଦାକୁ ଆସିବ ବୋଲି ପ୍ରକୃତି ଜୋର ଦେଇ କହିଛନ୍ତି ।

Get real time updates directly on you device, subscribe now.