fbpx

ଇତିହାସ ରଚିଲେ ଭାରତୀୟ ଦ୍ରୁତ ବୋଲର: ପ୍ରଥମ ଥର କଲେ ଏମିତି କାରନାମା

ନୂଆଦିଲ୍ଲୀ: ଜସପ୍ରୀତ ବୁମରାହଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଭାରତ ବିପକ୍ଷରେ ପଞ୍ଚମ ଟେଷ୍ଟ ଖେଳୁଛି । ପଞ୍ଚମ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୫ଟି ୱିକେଟ ହରାଇ ୮୪ ରନ ସଂଗ୍ରହ କରିଥିଲା । ତେବେ ଏତିରୁ ଅଧିନାୟକ ବୁମରାହ ୩ଟି ୱିକେଟ ହାସଲ କରିଥିବା ବେଳେ ମହମ୍ମଦ ଶାମୀ ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ ନିଜ ନାମରେ କରିଛନ୍ତି । ଏହାସହ ଏକ ରେକର୍ଡକୁ ନିଜ ନାମରେ କରିଛି ଟିମ ଇଣ୍ଡିଆର ପେସ ଆଟାକ ।

ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତୀୟ ଦ୍ରୁତ ବୋଲର ଏବେ ପର୍ଯ୍ୟନ୍ତ ମୋଟ ୬୬ ୱିକେଟ ଅକ୍ତିଆର କରିସାରିଛନ୍ତି । ଏହା କୌଣସି ଦ୍ୱିପାକ୍ଷିକ ଟେଷ୍ଟ ସିରିଜର ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ୨୦୧୮ରେ ଇଂଲଣ୍ଡରେ ଖେଳାଯାଇଥିବା ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତୀୟ ପେସ ଆଯାକ ମୋଟ ୬୧ ଟି ୱିକେଟ ଅକ୍ତିଆର କରିଥିଲେ ।

ଏହି ସିରିଜରେ ୬ ଜଣ ବୋଲର ଅନ୍ୟୁନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ତେବେ ଏହି ତାଲିକାରେ ପଞ୍ଚମ ଟେଷ୍ଟର ଅଧିନାୟକ ଜସପ୍ରୀତ ବୁମରାହ ଆଗରେ ରହିଛନ୍ତି । ସେ ଏବେ ପର୍ଯ୍ୟନ୍ତ ୨୦ ଔସତରେ ୨୧ଟି ଶିକାର କରିସାରିଛନ୍ତି । ସେହିପରି ମହମ୍ମଦ ସିରାଜ ୧୫ଟି ୱିକେଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହାପରେ ସିନିୟର ବୋଲର ମହମ୍ମଦ ଶାମୀ ୧୨, ଶାର୍ଦ୍ଦୁଳ ଠାକୁର ୭ ଏବଂ ଉମେଶ ଯାଦବ ୬ଟି ୱିକେଟ ନେଇଥିବା ବେଳେ ଇଶାନ୍ତ ଶର୍ମା ୫ ଟି ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି ।

ଏହି ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି ଟିମ ଇଣ୍ଡିଆ । ତେଣୁ ସିରିଜ ବିଜୟ ପାଇଁ ଭାରତ ନିକଟରେ ବେଶୀ ସୁଯୋଗ ରହିଛି । ଏହି ମ୍ୟାଚରେ ବିଜୟଲାଭ କଲେ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ମଧ୍ୟ ବଡ ଫାଇଦା ପାଇବ ଟିମ ଇଣ୍ଡିଆ ।

Get real time updates directly on you device, subscribe now.