fbpx

ଚିକିତ୍ସାରେ ଅବହେଳା ହେତୁ ହେଲା ରୋଗୀଙ୍କ ମୃତ୍ୟୁ, ମେଡିକାଲ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା ଲଗାଇଲେ କୋର୍ଟ

ନୂଆଦିଲ୍ଲୀ: ଚିକିତ୍ସାରେ ଅବହେଳା ହେତୁ ରୋଗୀଙ୍କ ମୃତ୍ୟୁ ହେଲେ ଡାକ୍ତରଖାନା ଦେବେ କ୍ଷତିପୂରଣ। ଏଭଳି ଏକ ଗୁରୁତ୍ୱପୂର୍ଣ ନିଷ୍ପତି ଶୁଣାଇଛନ୍ତି ଲକ୍ଷ୍ନୌରେ ଥିବା ଗ୍ରାହକ କୋର୍ଟ। ଏକ ମାମଲାର ଶୁଣାଣି କରି ଗ୍ରାହକ କୋର୍ଟ ଚିକିତ୍ସାରେ ଅବହେଳା ହେତୁ ରୋଗୀଙ୍କ ମୃତ୍ୟୁ ମାମଲାରେ ଘରୋଇ ଡାକ୍ତରଖାନା ଏବଂ ଏହାର ମାଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଚାରି ବର୍ଷ ପୁରୁଣା ମାମଲାରେ ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ଲକ୍ଷ୍ନୌରେ ଅବସ୍ଥିତ ଅଜନ୍ତା ହସ୍ପିଟାଲର ଅଟେ।

ସୂଚନାନୁସାରେ, ଚାରି ବର୍ଷ ପୂର୍ବେ ଲକ୍ଷ୍ନୌର ଅଜନ୍ତା ଡାକ୍ତରଖାନାରେ ଅଜୟ ଚତୁର୍ବେଦୀ ନାମକ ଜଣେ ବ୍ୟକ୍ତି ତାଙ୍କ ପିତାଙ୍କୁ ଚିକିତ୍ସା ପାଇଁ ଆଡମିଟ କରିଥିଲେ। ସେଠାରେ ଥିବା ଡାକ୍ତର ଦୀପକ ଦେୱାନ ଏବଂ ଡାକ୍ତର ରିତେଶ ପୁରୱାର ଡାକ୍ତରଖାନାରେ ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଅଜୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ତାଙ୍କର ପିତା ମୃତ୍ୟୁ ବରଣ କରିଥିଲେ। ଏହି ମାମଲାରେ ଅଜୟ ଡାକ୍ତରମାନଙ୍କୁ ଏହି ଚିକିତ୍ସା କରିବାରେ ଅବହେଳା କରିଥିବା ଅଭିଯୋଗ କରିଥିଏଲ।

ଅଜୟ ଚତୁର୍ବେଦୀ କହିଛନ୍ତି, ‘ଚିକିତ୍ସା ସମୟରେ ଉଭୟ ଡାକ୍ତର ଅବହେଳା କରିଥିଲେ। ଏହି କାରଣରୁ ପିତାଙ୍କର ମୃତ୍ୟୁ ଘଟିଥିଲା। ପରିବାରର ଅନୁମତି ନ ନେଇ ବାପାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏହା ପରେ ସେ କୋର୍ଟରେ ନ୍ୟାୟ ପାଇଁ ଆବେଦନ କରିଥିଲେ। ଏହି ମାମଲାରେ ମୃତକଙ୍କ ପୁଅ ଜାତୀୟ ଚିକିତ୍ସା ଆୟୋଗ, ପିଏମଓ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିକଟକୁ ଯାଇ ନ୍ୟାୟ ପାଇଁ ନିବେଦନ କରିଥିଲେ। ଡାକ୍ତରୀ ଅବହେଳାକୁ ବିଚାରକୁ ନେଇ ଜାତୀୟ ଚିକିତ୍ସା ଆୟୋଗ କେବଳ ଡାକ୍ତରମାନଙ୍କୁ ଚେତାବନୀ ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରି ନଥିଲେ।’

ଏହା ପରେ ଅଜୟ ମାମଲାକୁ ଗ୍ରାହକ ଅଦାଲତକୁ ନେଇଥିଲେ, ଯେଉଁଠାରେ ଗ୍ରାହକ କୋର୍ଟ ମୃତକଙ୍କ ପୁଅକୁ ନ୍ୟାୟ ଦେବାବେଳେ ଡାକ୍ତରଖାନା ଏବଂ ଡାକ୍ତରଖାନା ମାଲିକଙ୍କୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଗ୍ରାହକ କୋର୍ଟ ସଦସ୍ୟ ବିବେକ ସାକ୍ସେନା ଏବଂ ଅଧ୍ୟକ୍ଷ ସଦସ୍ୟ ରାଜେନ୍ଦ୍ର ସିଂଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଦୁଇ ଦୋଷୀ ଦଳଙ୍କୁ ୩୦ ଦିନ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 

 

Get real time updates directly on you device, subscribe now.