fbpx

୫୦ ଘୋଡାକୁ ପଛରେ ପକାଇଲେ ଏହି ବ୍ୟକ୍ତି ; ଭାଙ୍ଗିଲେ ରେକର୍ଡ

ଯଦି ଆପଣଙ୍କୁ କିଏ ପ୍ରଶ୍ନ କରେ, ମଣିଷ ଓ ଘୋଡା ମଧ୍ୟରେ ରେସ୍ ହୁଏ ତେବେ କିଏ ଜିତିବ? ସାଧାରଣ କଥା ଘୋଡା ହିଁ ଜିତିବ । କାରଣ ଘୋଡା ସହିତ ମଣିଷ ରେସ୍ କରିବା କେବେ ସମ୍ଭବ ନୁହେଁ । ମାତ୍ର ଆମେ ଆଜି ଆପଣଙ୍କୁ ଜଣେ ଏଭଳି ବ୍ୟକ୍ତିଙ୍କ ବିଷୟରେ କହିବୁ ଯେ କି, ୧୦୦୦ ଜଣ ମଣିଷ ଓ ୫୦ ଘୋଡାକୁ ପଛରେ ପକାଇ ବିଜୟ ହାସଲ କରିବା ସହ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।

ଅସମ୍ଭବକୁ ସମ୍ଭବ କରିପାରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ବ୍ରିଟେନର ରନର ରିକି ଲାଇଟଫିଟ୍ । ସେ ଘୋଡାଙ୍କୁ ପଛରେ ପକାଇ ୩୫ କିଲୋମିଟରର ଏକ ରେସରେ ବିଜେତା ହୋଇଛନ୍ତି । ମନୁଷ୍ୟ ଏବଂ ଘୋଡା ମଧ୍ୟରେ ଏଭଳି ଅଜବ ରେସରେ ବ୍ରିଟେନରେ ଆୟୋଜିତ କରାଯାଇଥିଲା, ଯେଉଁଥିରେ ରିକି ବିଜୟ ହାସଲ କରିଛନ୍ତି ।

୧୫ବର୍ଷ ପରେ କଲେ ରେକର୍ଡ
କମ୍ବ୍ରିଆର ଡେରୟମରେ ବାସ କରୁଥିବା ୩୭ ବର୍ଷୀୟ ରିକି ପୂର୍ବରୁ ଫାୟରଫାଇଟର ଭାବେ କାମ କରିସାରିଛନ୍ତି । ଏହି ସାହାସୀ ବ୍ୟକ୍ତି ଜଣଙ୍କ ୩୫ କିଲୋମିଟର ରେସକୁ ୨ ଘଣ୍ଟା ୨୨ ମିନିଟ୍ ୨୩ ସେକେଣ୍ଡରେ ଶେଷ କରି ରେକର୍ଡ ହାସଲ କରିଛନ୍ତି । ଏହି ରେସରେ ଦୁଇଜଣ ଘୋଡା ଲେନ୍ ହାଉସ୍ ବଏ ଏବଂ କିମ୍ ଅଲମାନ୍ ରନର୍ସ ଅପ୍ ହୋଇଛନ୍ତି । ସେମାନେ ୨ ଘଣ୍ଟା ୨୪ ମିନିଟ୍ ୨୪ ସେକେଣ୍ଡରେ ନିଜର ରେସ୍ ପୂରା କରିଥିଲେ । ଫଳରେ ଦୀର୍ଘ ୧୫ ବର୍ଷ ପରେ ଉଭୟ ଘୋଡାଙ୍କୁ ୨ ମିନିଟରେ ପଛରେ ପକାଇ ଇତିହାସ ରଚିଛନ୍ତି । ଶେଷଥର ପାଇଁ ୨୦୦୭ ମସିହାରେ ଫ୍ଲୋରେନ୍ ହୋଲଟିଙ୍ଗର ନାମକ ଜଣେ ବ୍ୟକ୍ତି ଏଭଳି ରେକର୍ଡ କରିଥିଲେ ।

୧୯୮୦ରୁ ଆରମ୍ଭ
ପ୍ରଥମେ ୧୯୮୦ ମସିହରୋ ମଣିଷ ଓ ଘୋଡା ମଧ୍ୟରେ ଏଭଳି ଅଜବ ରେସ ଆରମ୍ଭ ହୋଇଥିଲା । ୧୯୮୦ ମସିହାରେ ନେଉଦ୍ ଆରମ୍ଭ ପର୍ବରେ ଦୁଇଜଣ ଲୋକ ଘୋଡା ସହ ରେସ୍ ହେଲେ ମଣିଷ ଜିତିବ ବୋଲି ଯୁକ୍ତି ବାଢ଼ିଥିଲେ । ଏହାକୁ ପ୍ରମାଣ କରିବାକୁ ଯାଇ ଆରମ୍ଭ ହୋଇଥିଲା ଏହି ରେସ ପ୍ରକ୍ରିୟା । ପ୍ରଥମେ ୨୦୦୪ ମସିହାରେ ଏହି ରେସରେ ଜଣେ ବ୍ୟକ୍ତି ବିଜୟ ହାସଲ କରିଥିଲା ।

Get real time updates directly on you device, subscribe now.