fbpx

ଏସିଆ କପ୍ ୨୦୨୨ରୁ ସ୍ପଷ୍ଟ ହୋଇଯିବ ଟି-୨୦ ବିଶ୍ଵ କପର ଚିତ୍ର, ଟିମ୍ ଇଣ୍ଡିଆକୁ ମିଳିବ ଚୂଡାନ୍ତ ୧୫ ଖେଳାଳି !

ନୂଆଦିଲ୍ଲୀ: ଜିମ୍ବାଓ୍ଵେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଦଳ ଚୟନ କରିବା ଚୟନକର୍ତ୍ତାଙ୍କ ପାଇଁ ସହଜ କାମ ଥିଲା। ହେଲେ ଚୟନକର୍ତ୍ତାଙ୍କ ପାଇଁ ମୁସ୍କିଲ ଗୋଟିଏ ସପ୍ତାହ ପରେ ବଢିବାକୁ ଯାଉଛି। କାରଣ ଚୟନକର୍ତ୍ତା ଏସିଆ କପ୍ ୨୦୨୨ ପାଇଁ ଦଳ ଚୟନ କରିବାକୁ ଯାଉଛନ୍ତି। ଏସିଆ କପ୍ ପାଇଁ ଦଳ ଘୋଷଣା କରିବାର ଶେଷ ତାରିଖ ହେଉଛି ଅଗଷ୍ଟ ୮। ଆଉ ଏସିଆ କପ୍ ଦଳ ଘୋଷଣାରୁ ଟି-୨୦ ବିଶ୍ଵ କପରେ କେଉଁ ଖେଳାଳି ଖେଳିବେ ତାର ଚିତ୍ର ମଧ୍ୟ ସ୍ପଷ୍ଟ ହୋଇଯିବ।

ଏହା ନିଶ୍ଚିତ ରୂପେ କୁହାଯାଇ ପାରିବ ଯେ, ଏସିଆ କପ୍ ପାଇଁ ଚୟନ ହେବାକୁ ଥିବା ଦଳ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵ କପ୍ ଖେଳିବାକୁ ଯାତ୍ରା କରିବେ। ଏହା ମଧ୍ୟ କୁହାଯାଉଛି ଯେ, ଏହି ଖେଳାଳି ହିଁ ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଛଅଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିବେ। ଚୟନକର୍ତ୍ତା ଦଳ ପ୍ରବନ୍ଧକଙ୍କୁ ବିଶ୍ଵ କପ୍ ପୂର୍ବରୁ ପର‌୍ୟ୍ୟାପ୍ତ ସଂଖ୍ୟାରେ ମ୍ୟାଚ୍ ଦେବାକୁ ଚାହାନ୍ତି।

ଏହା ସ୍ପଷ୍ଟ ଯେ, ଏସିଆ କପ୍ ପାଇଁ ସମସ୍ତ ବଡ ଖେଳାଳିଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ହେବାକୁ ଯାଉଛି। ଯେଉଁଥିରେ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା, ଋଷଭ ପନ୍ତ ଏବଂ କେଏଲ ରାହୁଲଙ୍କ ପରି ଖେଳାଳି ସାମିଲ୍। ଏଥିରୁ ବିରାଟ, ବୁମରା ଏବଂ ରାହୁଲ ବ୍ୟକ୍ତିଗତ ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ଓ୍ଵେଷ୍ଟଇଣ୍ଡିଜରେ ଜାରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳୁ ନାହାନ୍ତି। ଜିମ୍ବାଓ୍ଵେ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ଏହି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି।

ଏସିଆ କପ୍ ୨୦୨୨ ପାଇଁ ଭାରତୀୟ ଚୟନକର୍ତ୍ତା ଅଗଷ୍ଟ ୮ କିମ୍ବା ତା ପୂର୍ବରୁ ଦଳ ଚୟନ କରି ପାରନ୍ତି। ଏହା ପୂର୍ବରୁ ଭାରତୀୟ ଦଳକୁ ଆହୁରି ଚାରୋଟି ମୁକାବିଲା ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବାର ଅଛି। ଏମିତିରେ ସେହି ଖେଳାଳିଙ୍କ ନିକଟରେ ବଡ ସୁଯୋଗ ରହିଛି, ଯିଏ ନିଜର ସ୍ଥାନ ଦଳରେ ସୁନିଶ୍ଚିତ କରିବାକୁ ଚାହାନ୍ତି। ଏସିଆ କପ୍ ପାଇଁ ଯେଉଁ ଚୂଡାନ୍ତ ୧୫ ଜଣିଆ ଦଳ ଘୋଷଣା ହେବ, ପ୍ରାୟତଃ ସେହି ଖେଳାଳିଙ୍କୁ ହିଁ ଟି-୨୦ ବିଶ୍ଵ କପରେ ଖେଳିବାକୁ ସୁଯୋଗ ମିଳିପାରେ। ହେଲେ କୌଣସି ପ୍ରକାରର ଆହତ ସମସ୍ୟା କିମ୍ବା ଅନ୍ୟ କୌଣସି କାରଣରୁ ଜଣେ ଦୁଇ ଜଣ ଖେଳାଳି ଦଳ ଭିତରେ କିମ୍ବା ବାହାରେ ରହି ପାରନ୍ତି।

Get real time updates directly on you device, subscribe now.