fbpx

ସୂର୍ଯ୍ୟ ପରିବର୍ତ୍ତନରେ ଏହି ୫ରାଶିର ବଢିବ ଅସୁବିଧା, ୧ମାସ ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ

ସୂର୍ଯ୍ୟଦେବ ୧୫ମାର୍ଚ୍ଚ ୨୦୨୩ରେ ମୀନ ରାଶିରେ ପ୍ରବେଶ କରୁଛନ୍ତି । ସୂର୍ଯ୍ୟଙ୍କର ଏହି ଗମନାଗମନ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ । ସୂର୍ଯ୍ୟ ପରିବର୍ତ୍ତନକୁ ସଂକ୍ରାନ୍ତି କୁହାଯାଏ । ମୀନ ରାଶିର ସ୍ୱାମୀ ହେଉଛନ୍ତି ବୁଧ । ତେବେ ସୂର୍ଯ୍ୟଙ୍କୁ ଆତ୍ମା, ଉଚ୍ଚ ପଦ, ପ୍ରତିଷ୍ଠା, ମାନ-ସମ୍ମାନର କରାକ ବୋଲି କୁହାଯାଏ । କିଛି ରାଶି ପାଇଁ ସୂର୍ଯ୍ୟ ଦେବଙ୍କ ଗମନାଗମନ ସକରାତ୍ମକ ହୋଇଥାଏ । କିଛି ରାଶିଙ୍କ ପାଇଁ ଏହା ନକରାତ୍ମକ ପରିଣାମ ମଧ୍ୟ ଆଣିଥାଏ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ, ମୀନରାଶିରେ ପ୍ରବେଶ କରିବା ଦ୍ୱାରା କେଉଁ କେଉଁ ରାଶିର ଲୋକେ ସାବଧାନ ରହିବାକୁ ପଡିବ ।

ମେଷ: ସୂର୍ଯ୍ୟ ଏହି ରାଶି ପରିବର୍ତ୍ତନ ଦାମ୍ପତ୍ତ୍ୟ ସଂପର୍କରେ ଆସୁବିଧା ଅଣିପାରେ । ପାରିବାରିକ କଳହର ସାମ୍ନା କରିବାକୁ ପଡିବ । ଏହି ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ । ଚିକିତ୍ସାରେ ମଧ୍ୟ ଅଧିକ ଧନ ଖର୍ଚ୍ଚ କରିବାକୁ ପଡିପାରେ । ଏହି ସମୟରେ ଆପଣ ମାନସିକ ଚିନ୍ତାରେ ରହିପାରନ୍ତି । ପିଲାମାନଙ୍କ ଚିନ୍ତା ଏବଂ ଅସୁବିଧାର ସାମ୍ନା ମଧ୍ୟ କରିବାକୁ ପଡିପାରେ । ଗାଡିଚଳାଚଳ ବେଳେ ସାବଧାନତା ଅବଲମ୍ବନ କରନ୍ତୁ ।

ସିଂହ: ସୂର୍ଯ୍ୟଙ୍କ ଏହି ପରିବର୍ତ୍ତନ ସିଂହରାଶିରେ ମିଶାମିଶି ପରିଣାମ ପ୍ରାପ୍ତ ହେବ । ନିଜର ସ୍ୱାସ୍ଥ୍ୟକୁ ନେଇ ଟିକେ ବି ହେଳା କରନ୍ତୁ ନାହିଁ ନଚେତ ଅନେକ ଅସୁବିଧା ହୋଇପାରେ । ଏହି ସମୟରେ ଆପଣ ନିଜ କଥା ବାର୍ତ୍ତା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ଏହି ସମୟରେ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ନିଜ ସହକର୍ମୀଙ୍କ ସହ ଝଗଡା ଲାଗିପାରେ । ଧନହାନୀର ସାମ୍ନା କରିବାକୁ ପଡିବ । କିଛି କାମରେ ବାଧା ସୃଷ୍ଟି ହୋଇପାରେ । ଏଥିପାଇଁ ଚିନ୍ତା କରିବାର ଆବଶ୍ୟକ ନାହିଁ କାରଣ ଅସୁଥିବା ସମୟରେ ନିଶ୍ଚୟ ସଫଳତା ହାସଲ ହେବ ।

କନ୍ୟା: ପ୍ରେମ ସଂପର୍କରେ ଫାଟ ସୃଷ୍ଟି ହୋଇପାରେ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାଦ-ବିବାଦର ସାମ୍ନା କରିବାକୁ ପଡିପାରେ । ତର୍କ ବିତର୍କ ଏବଂ ଅହଂକାର ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ବିରୋଧରେ ପ୍ରସ୍ତୁତ ହୋଇଥିବା ରଣନୀତି ସଫଳ ହେବାରେ ପ୍ରବଳ ସମ୍ବାବନା ରହିଛି । ତେଣୁ ସତର୍କତା ଅବଲ୍ୱନ କରନ୍ତୁ ।

ଧନୁ: ଘରୋଇ ଜୀବନରେ ଅସୁବିଧା ବଢିପାରେ । ଏହାସହ ଆପଣଙ୍କ ମାଆଙ୍କ ସହ ଝଗଡା ହୋଇପାରେ । ବଡ ଗୁରୁଜନଙ୍କ ସହ ମଧ୍ୟ କୌଣସି କଥା ପାଇଁ ମତଭେଦ ହୋଇପାରେ ଯାହାଦ୍ୱାରା କାମ ଉପରେ ପ୍ରଭାବ ପଡିପାରେ ।

ମକର: ସୂର୍ଯ୍ୟଙ୍କ ଗମନାଗମନ ପାଇଁ ମକର ରାଶିକୁ ନିଜ କଥାବର୍ତ୍ତା ଉପରେ ସଂଯମତା ରଖିବାକୁ ପଡିବ । ନିଜ ରାଗ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବାକୁ ପଡିବ । ନିଜ ଛୋଟ ଭାଇ ଭଉଣୀଙ୍କ ସହ ଅଧିକ ମଧୁର ସଂପର୍କ ରହିବନାହିଁ । ଆର୍ଥିକ କ୍ଷତି ବା ସଂକଟର ସାମ୍ନା କରିବାକୁ ପଡିବ । ତେଣୁ ଆପଣ ନିଜ ଖର୍ଚ୍ଚ ଉପରେ ଧ୍ୟାନ ରଖନ୍ତୁ ।

Get real time updates directly on you device, subscribe now.