fbpx

ସରିଲା ବର୍ଷା, ଏବେ ଠୁଁ ତାତିବ ; ଏପ୍ରିଲ ରୁ ଜୁନ୍ ଯାଏଁ ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା – ପାଣିପାଗ ବିଭାଗ ସୂଚନା

ଭୁବନେଶ୍ୱର : ପଶ୍ଚିମାଝଡ ପ୍ରଭାବରେ ମାର୍ଚ୍ଚର ଅଦିନିଆ ବର୍ଷା ଜୀବମଣ୍ଡଳକୁ ଟିକିଏ ଆଶ୍ୱସ୍ତି ଦେଇଥିଲେ ହେଁ ଆଗାମୀ ତିନି ମାସ ପ୍ରବଳ ତାତି ଅନୁଭୂତ ହେବ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏପ୍ରିଲ ରୁ ଜୁନ୍ ଏହି ମାସ ପ୍ରବଳ ତାତି ଅନୁଭୂତ ହେବ । ଯେଉଁ କେତୋଟି ରାଭ୍ରରେ ଏହି ପ୍ରବଳ ତାତି ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି ସେଥିରେ ଓଡିଶା ରହିଛି । ଉପକୂଳ ଓଡିଶା ସମେତ ଅଭ୍ୟନ୍ତରୀଣ ଏବଂ ପଶ୍ଚିିମ ଓଡିଶାରେ ଗୋଟିଏ ଦୁଇଟି ଜିଲ୍ଲାରେ ସର୍ବଧିକ ତାପମାତ୍ରା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ଅନୁଯାୟୀ, ଏପ୍ରିଲ ମାସରେ ରାଜ୍ୟରେ ତାପମାତ୍ରା ମିଶ୍ରିତ ରହିବ । ଅର୍ଥାତ୍ କେତେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକ୍ ରହିବାକୁ ଥିବା ବେଳେ ଅନ୍ୟ କେତେକ ସ୍ଥାନରେ ସ୍ୱାଭାବିକ୍ ଠାରୁ ଅଧିକ ରହିବ । ଓଡିଶା ସମେତ ଅନ୍ୟ ୧୦ଟି ରାଜ୍ୟରେ ଏପ୍ରିଲ ମାସରେ ସର୍ବାଧିକ ତାତି ଅନୁଭୂତ ହୋଇପାରେ । ଉତ୍ତର ଉପକୂଳ ଓଡିଶା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଅଭ୍ୟନ୍ତରୀଣ ଓଡିଶା ଅନୁଗୁଳ, ଢେଙ୍କାନାଳ ସହ ଅନ୍ୟ କେତେକ ଜିଲାରେ ପ୍ରବଳ ଗ୍ରଷ୍ମ ପ୍ରଭାବ ଜାରି ରହିବ । ଯାହା ତାତିର ପୂର୍ବ ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଗତକାଲି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି । ଏହି ସମୟରେ ସର୍ବାଧିକ ୮୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ଆସନ୍ତା ୪ଘଣ୍ଟା ମଧ୍ୟରେ ଦିନର ତାପମାତ୍ରା ୫ଡିଗ୍ରୀ ପର‌୍ୟ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.