fbpx

ଏକ ତରଫା ପ୍ରେମର ଏଇ ପରିଣାମ! ପ୍ରେମିକାକୁ ମାରି ନିଜେ କଲେ ଏମିତି କାମ

ରାୟଗଡା: ପ୍ରେମ ମାନେନା ବୟସର ତାରତମ୍ୟ । ପ୍ରେମ ବୁଝେନା ଭଲ ମନ୍ଦ । କେବେ ପ୍ରେମରେ ପଡି ପ୍ରେମିକା ସ୍ୱର୍ଗ ସୁଖ ଅନୁଭବ କରେ ତ ଆଉ ବେଳେ ବେଳେ ମଶାଣିର ଯୁଇରେ ଜଳିଯାଏ ଏକ ତରଫା ପ୍ରେମ ଆଉ ଜଣେ ପାଗଳ ପ୍ରେମିକ । ଏହି ପ୍ରେମ ମଣିଷକୁ କେବେ ପଥର ତ କେବେ ବନେଇ ଦିଏ ଗୋଟିଏ ହତ୍ୟାକାରୀ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ । ତେବେ ଏ ପ୍ରେମ କାହାଣୀର ପ୍ରେମିକ ହେଉଛନ୍ତି ୪୩ ବର୍ଷୀୟ ୩ ଛୁଆଙ୍କ ବାପା ରସିକ ପ୍ରଧାନୀ । ପୋଡାପୋଡି ପଞ୍ଚାୟତର ରସିକଙ୍କ ପ୍ରେମ ନିଶାରେ ପ୍ରାଣ ହରାଇଛନ୍ତି ଜଣେ ୧୬ ବର୍ଷୀୟା ନାବାଳିକା ।

ଗତ ବର୍ଷ ମାଟ୍ରିକ ପରୀକ୍ଷା ପାସ କରିବା ପରେ ନିଜ ପାରିବାରିକ ଆର୍ଥିକ ଅବସ୍ଥା ଠିକ ନଥିବା ଯୋଗୁଁ ବାଧ୍ୟ ହୋଇ ହାତରେ କୋଲମ ବଦଳରେ ଉଠାଇଥିଲେ କୋଦାଳ । ଯେଉଁ ବୟସ ରେ ନାବାଳିକା ମାନେ ନିଜ ଭବିଷ୍ୟତକୁ ନେଇ ସ୍ୱପ୍ନ ଗଢିଥାନ୍ତି, ସେହି ବୟସରେ ନାବାଳିକା ଜଣକ ଶ୍ରମିକ ବନି କୋଠାବାଡି ଗଢୁଥିଲେ । କିନ୍ତୁ ଏହି ସମୟରେ ତାଙ୍କ ଜୀବନକୁ ଆସିଲେ ରସିକ ପ୍ରଧାନ ଆଉ ତାଙ୍କର ଏକ ତରଫା ପ୍ରେମ । ବାରମ୍ବାର ରସିକଙ୍କ ପ୍ରେମ ନିବେଦନରେ ଅତିଷ୍ଠ ହେଇ ନାବାଳିକା ଜଣକ ନିଜ ପରିବାର ବର୍ଗକୁ ସମସ୍ତ କଥା ଜଣାଇଥିଲେ । ଶେଷରେ ଗ୍ରାମବାସୀଙ୍କ ସାହାଯ୍ୟ ରେ ରସିକ ପ୍ରଧାନୀଙ୍କୁ ଚେତାବନୀ ଦେବା ସହ ତାଙ୍କଠାରୁ କାହାକୁ ହଇରାଣ ନ କରିବା ପାଇଁ ଲିଖିତ ପ୍ରତିଶୃତି ନିଆଯାଇଥିଲା ।

ହେଲେ ମଦ ନିଶାରେ ରସିକ ନାବାଳିକାଙ୍କ ସହ ବଚସା କରି ଶେଷରେ ଛୁରୀରେ ତାଙ୍କ ଗଳା କାଟି ହତ୍ୟା କରିଛନ୍ତି । ଏହାପରେ ପ୍ରେମର ନିଶା ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିଲା । କିନ୍ତୁ ସେ ଏଥିରୁ ବଞ୍ଚିଯାଇଛନ୍ତି । ଘଟଣାସ୍ଥଳରେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ରସିକ ଚିକିତ୍ସାଧୀନ ଅଛନ୍ତି । ତେବେ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.