ଶୋକ ମଧ୍ୟରେ ବାରୁଦର ଗର୍ଜନ ! ଇରାନ ହର୍ମୁଜ୍ରେ ରଚିଲା କି ଭୟଙ୍କର ତବାହି? ଦୁଇଟି ଜାହାଜ ଉପରେ ମିସାଇଲ୍ ଆକ୍ରମଣ
ହର୍ମୁଜ୍ ଦେଇ ଗତି କରୁଥିବା ଦୁଇଟି ଜାହାଜ ଉପରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଆକ୍ରମଣ କରିଛି। ତେବେ ଏପର୍ଯ୍ୟନ୍ତ ଏହା ଉପରେ ଇରାନ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
US Iran Strait of Hormuz : ଇରାନ ନିଜର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇଙ୍କ ମୃତ୍ୟୁ ଶୋକରେ ବୁଡ଼ି ରହିଛି। ସାରା ଦେଶ ମାତମ ମନାଉଛି। ଏହି ସମୟରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ଉତ୍ତେଜନା ବଢ଼ୁଥିବା ଦେଖିବାକୁ ମିଳୁଛି। ହର୍ମୁଜ୍ରେ ଦୁଇଟି ଜାହାଜ ଉପରେ ଆକ୍ରମଣ ହୋଇଛି। ଏହା ଯୋଗୁଁ ଦୁଇଟି ଯାକ ଜାହାଜ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ଆକ୍ରମଣରେ କେହି ହତାହତ ହୋଇଥିବା ଖବର ନାହିଁ। ଆମେରିକା ଏହି ଆକ୍ରମଣକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିବା ସହ ଇରାନକୁ ଦାୟୀ କରିଛି।
ସାମ୍ବାଦିକ ବାରାକ୍ ରଭିଡ୍ଙ୍କ ରିପୋର୍ଟ ଅନୁଯାୟୀ, ଦୁଇଟି ଯାକ ଜାହାଜରେ ମିସାଇଲ ମାଡ଼ ହୋଇଛି ଏବଂ ସେଗୁଡ଼ିକ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜାହାଜରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା କୁହାଯାଇଛି। ହର୍ମୁଜ ଦେଇ ଗତି କରୁଥିବା ଦୁଇଟି ଜାହାଜ ଉପରେ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଆକ୍ରମଣ କରିଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାକୁ ନେଇ ଇରାନ ପକ୍ଷରୁ କୌଣସି ଆଧିକାରିକ ବୟାନ ଜାରି କରାଯାଇ ନାହିଁ।
ଇରାନ-ଆମେରିକା ମଧ୍ୟରେ ଏବେ ବି ଉତ୍ତେଜନା ସ୍ଥିତି
ଆମେରିକା ଏବଂ ଇରାନ ମଧ୍ୟରେ ଅନେକ ଦିନ ଧରି ଯୁଦ୍ଧ ଚାଲିବା ପରେ ସିଜ୍ଫାୟାର ଉପରେ ସହମତି ପ୍ରକାଶ ପାଇଥିଲା। ତେବେ ଉତ୍ତେଜନାମୂଳକ ସ୍ଥିତି ଏବେ ମଧ୍ୟ ଲାଗି ରହିଛି। ଆମେରିକାର ଆକ୍ରମଣ ଯୋଗୁଁ ଇରାନ ନିଜର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇଙ୍କୁ ହରାଇଛି। ଖାମେନେଇଙ୍କ ସହ ଇରାନର ଆହୁରି ଅନେକ ଅଧିକାରୀ ମଧ୍ୟ ପ୍ରାଣ ହରାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ବୟାନ ଦେଇଛନ୍ତି ଯେ, ତାଙ୍କ ସେନା ଇରାନକୁ ଶକ୍ତ ଆଘାତ ଦେଇଛି ଏବଂ ଏବେ ଶୋକ ପାଳନ କରିବାକୁ ସମୟ ଦେଇଛି।
କେବେ ଦଫନ କରାଯିବ ଖାମେନେଇଙ୍କ ପାର୍ଥିବ ଶରୀର?
ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ପ୍ରାୟ ୫-୬ ଦିନ ଧରି ଚାଲିବ। ତାଙ୍କ ପାର୍ଥିବ ଶରୀରକୁ ଇରାନର କୋମ୍ ସହରର ଜମକରନ ମସଜିଦ୍କୁ ନିଆଯାଇଛି। ଏହାପରେ ଖାମେନେଇଙ୍କ ପାର୍ଥିବ ଶରୀର ଇରାକ ମଧ୍ୟ ଯିବ। ସେହିପରି ୯ ଜୁଲାଇରେ ଖାମେନେଇଙ୍କ ଗୃହ ସହର ମସହଦ୍ରେ ତାଙ୍କ ଶବକୁ ଦଫନ କରାଯିବ।


