fbpx

ବଢିଲା ଶୀତର ପ୍ରକୋପ, ୩ଡିଗ୍ରୀ ତଳକୁ ଖସିବ ପାରଦ

ଭୁବନେଶ୍ୱର: ଗତକାଲି ସଂଧ୍ୟାରୁ ରାଜ୍ୟରେ ଶୀତ ପଡ଼ିବା ଆରମ୍ଭ ହୋଇସାରିଛି । ଆସନ୍ତା ୩ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରି ପାରଦ ସ୍ତରରେ ହ୍ରାସ ଘଟିବ । ତେଣୁ ଆଗକୁ ଆସୁଥିବା ୩ ଦିନ ପର୍ଯ୍ୟନ୍ତ ପ୍ରବଳ ମାତ୍ରାରେ ଥଣ୍ଡା ପଡ଼ିବ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି । ତେବେ ଗତକାଲି ରାତିରେ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ଦେଖାଦେଇଥିଲା । କୋରାପୁଟରେ ୧୧.୫ ଡିଗ୍ରି ରେକର୍ଡ କରିଥିବା ବେଳେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ୧୩.୮ ଡ଼ିଗ୍ରି ତାପମାତ୍ରା ରହିଥିଲା ।

ଏହି ୩ଡିଗ୍ରି ପାରଦ ଖସି ଆଜି ରାତିରୁ ଆରମ୍ଭ ହୋଇଯିବ ଶୀତ । ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ, ରବିବାର ଦିନ ସନ୍ଧ୍ୟାରୁ ଆରମ୍ଭ ହୋଇସାରିଛି ଶୀତର ପ୍ରକୋପ । ସେହିପରି ରାତିରେ ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ସୋନପୁର, ଅନୁଗୁଳ ଏବଂ ବୌଦ୍ଧ ଆଦି ଜିଲ୍ଲାରେ ସକାଳୁ ହାଲୁକା କୁହୁଡ଼ି ଦେଖିବାକୁ ମିଳିଥିଲା ।

ସେହିପରି କଟକ ଏବଂ ଭୁବନେଶ୍ୱରରେ ମଧ୍ୟ ସକାଳୁ କୁହୁଡ଼ି ପଡ଼ିଥିଲା । ହେଲେ ଆଜିଠାରୁ ରାଜ୍ୟରେ କୁହୁଡ଼ି ପଡିବାର ସମ୍ଭାବନା ନାହିଁ । ଦିନରେ ଆକାଶ ନିର୍ମଳ ରହିବା ସହ ଟାଣ ଖରା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

 

Get real time updates directly on you device, subscribe now.