fbpx

ସିଲେଇ କରି ଟଙ୍କା ଦେଉଥିଲେ ମାଆ, ପୁଅ ପାଇଲା ଆଇଏଏସ

ପ୍ରତି ମାଆ ବାପା ଚାହାନ୍ତି ତାଙ୍କ ସନ୍ତାନ ଜୀବନରେ ବହୁ ସଫଳତା ପାଉ । ସେହିପରି ଗରିବ ହେଉ କିମ୍ବା ଧନୀ ସବୁ ମାଆ ବାପାଙ୍କ ଏହା ଏକ ବଡ଼ ସ୍ୱପ୍ନ ଥାଏ ଯେ ତାଙ୍କ ସନ୍ତାନ ସୁନାମ ଅର୍ଜନ କରୁ । କେବଳ ଧନୀ ନୁହେଁ ଗରିବ ହେଲେ ବି କଠିନ ପରିଶ୍ରମ ଦ୍ୱାରା ସଫଳତା ହାସଲ କରିହୁଏ ଏହାକୁ ପ୍ରମାଣିତ କରି ଦେଖେଇଛନ୍ତି ବିଶ୍ୱରଞ୍ଜନ । ଗତକାଲି ୨୦୧୯ ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥିରେ ୮୨୯ଜଣ କୃତ କାର୍ଯ୍ୟ ହୋଇଥିଲେ । ସେହି ୮୨୯ଜଣଙ୍କ ମଧ୍ୟରେ ରହିଛନ୍ତି ବିଶ୍ୱରଞ୍ଜନ । ବିଶ୍ୱରଞ୍ଜନଙ୍କ ମାଆ ସିଲେଇ କରି ପରିବାରର ପ୍ରତିପୋଷଣ କରୁଥିଲେ । ସେହି ସିଲେଇ ଟଙ୍କାରୁ ମଧ୍ୟ ବିଶ୍ୱରଞ୍ଜନଙ୍କ ପାଠପଢ଼ାରେ ଖର୍ଚ୍ଚ କରୁଥିଲେ । ବିଶ୍ୱରଞ୍ଜନ ଆଇଏଏସ ପାଇବା ପରେ ରାତିଦିନ ଏକ କରି ପୁଅକୁ ପାଠପଢ଼ାଉଥିବା ମାଆଙ୍କ ଗୋଡ଼ ତଳେ ଲାଗୁ ନାହିଁ ।

Get real time updates directly on you device, subscribe now.