fbpx

ଜନ୍ମାଷ୍ଟମୀ ପୂର୍ବରୁ ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ: ଏହି ୪ ରାଶିର ବ୍ୟକ୍ତିମାନେ ହେବେ ଭାଗ୍ୟଶାଳୀ ।

ତିଥି ,ବାର ନକ୍ଷେତ୍ର ଅନୁଯାୟୀ ଗ୍ରହମାନେ ସେମାନଙ୍କ ରାଶି ଓ ଗତିପଥ ପରିବର୍ତ୍ତନ କରିଥାନ୍ତି । ଯାହାଫଳରେ ଏହା ବ୍ୟକ୍ତିମାନଙ୍କ ଭାଗ୍ୟ ଉପରେ ପ୍ରଭାବ ପକାଇ ଥାଏ । ତେବେ ଆଗକୁ ଜନ୍ମାଷ୍ଟମୀ ଥିବାରୁ ସୂର୍ଯ୍ୟ ମଧ୍ୟ ତାଙ୍କର ରାଶି ପରିବର୍ତ୍ତନ କରୁଛନ୍ତି । ଅଗଷ୍ଟ ୧୮ ତାରିଖରେ ଜନ୍ମାଷ୍ଟମୀ ଥିବାରୁ ଏହାର ଗୋଟିଏ ଦିନ ଆଗରୁ ଅର୍ଥାତ ଅଗଷ୍ଟ ୧୭ ତାରିଖରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରି ସିଂହ ରାଶିକୁ ପ୍ରବେଶ କରିବେ । ଯେଉଁ କାରଣରୁ ଏହା ୪ ରାଶିର ବ୍ୟକ୍ତିମାନଙ୍କ ଉପରେ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ କେଉଁ ୪ଟି ରାଶିର ଭାଗ୍ୟ ପରିବର୍ତ୍ତନ କରିବ ।

ଜନ୍ମାଷ୍ଟମୀରେ ଭାଗ୍ୟଶାଳୀ ହେବେ ଏହି ୪ ରାଶିର ବ୍ୟକ୍ତି:

ମେଷ:ଜନ୍ମାଷ୍ଟମୀର ଗୋଟିଏ ଦିନ ଆଗରୁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭଫଳ ଆଣିବ । ସେମାନଙ୍କ ଭାଗ୍ୟ ସର୍ବଦା ସେମାନଙ୍କ ସାଥ ଦେବ । ଏଥିସହିତ ଅଟକିଥିବା କାମ ମଧ୍ୟ ଭଲରେ ଭଲରେ ହେବ । ଏତେତ୍ ବ୍ୟତୀତ ଏହି ରାଶିର ବ୍ୟକ୍ତିମାନଙ୍କର ବୈବାହିକ ଜୀବନ ସୁଖପ୍ରଦ ହେବ ।

କର୍କଟ: ସୂର୍ଯ୍ୟ ବର୍ତ୍ତମାନ କର୍କଟ ରାଶିରେ ବିରାଜମାନ ଅଛନ୍ତି । ତେବେ ଅଗଷ୍ଟ ୧୭ ତାରିଖରେ ସେ ରାଶି ପରିବର୍ତ୍ତନ କରି ଏହି ରାଶିରୁ ବାହାରି ଯିବେ । ସୂର୍ଯ୍ୟ କର୍କଟ ରାଶିରୁ ବାହାରି ଯିବା ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭ ଫଳ ଦେବ । ସେମାନଙ୍କୁ କ୍ୟାରିୟରରେ ସଫଳତା ମିଳିବ । ଏଥି ସହିତ ଚାକିରୀରେ ପ୍ରମୋଶନ ମିଳିବା ସହିତ ନୂତନ ଚାକିରୀର ମଧ୍ୟ ଯୋଗ ଅଛି । ଏହି ପରିବର୍ତ୍ତନ ଭବିଷ୍ୟତରେ ଅନେକ ଶୁଭ ଫଳ ଦେବ ।

ସିଂହ: ସୂର୍ଯ୍ୟ ଆସନ୍ତା ୧୭ ତାରିଖରେ ଏହି ରାଶିରେ ହିଁ ପ୍ରବେଶ କରିବେ । ଯାହାଫଳରେ ଏହି ରାଶିର ବ୍ୟକ୍ତିମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ସହିତ ସମ୍ମାନ ମିଳିବ । ଲାଗିରହିଥିବା ସମସ୍ୟାର ସମାଧାନ ହେବ । ଯଦି କୌଣସି ମାମଲା କୋର୍ଟରେ ଚାଲୁଛି ତାହା ମଧ୍ୟ ସମାଧାନ ହେବ । କ୍ୟାରିୟର ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର ମିଳିବ ।

ତୁଳା: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଶୁଭ ଫଳ ଦେବ । ଏହା ଦ୍ୱାରା ଏହି ରାଶିର ବ୍ୟକ୍ତିମାନେ ଧନବାନ ହେବା ସହିତ ବେପାରୀମାନଙ୍କ ପାଇଁ ଏହା ବହୁତ ଶୁଭ ଅଛି ।

Get real time updates directly on you device, subscribe now.