fbpx

ଭାରତର ସୁପ୍ରିମକୋର୍ଟର ହେଉଛି ବିଶ୍ୱର ସବୁଠୁ ବ୍ୟସ୍ତବହୁଳ କୋଟ

ନୂଆଦିଲ୍ଲୀ: ସିଙ୍ଗାପୁରର ପ୍ରଧାନ ବିଚାରପତି ସୁନ୍ଦରେଶ ମେନନ୍ କହିଛନ୍ତି ଯେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ହେଉଛି ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ କୋର୍ଟ । ଏହାଯୋଗୁଁ ବହୁମାତ୍ରାରେ କେସ୍ ପଡ଼ିରହିଛି । ମେନନ୍ ଶନିବାର ଦିନ ନୂଆଦିଲ୍ଲୀରେ ସୁପ୍ରିମକୋର୍ଟର ୭୩ ତମ ଫାଉଣ୍ଡେସନ୍ ଡେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସୁନ୍ଦରେଶ ମେନନ୍ ହେଉଛନ୍ତି ସିଙ୍ଗାପୁରର ପ୍ରଥମ ତଥା ଦେଶର ଚତୁର୍ଥ ପ୍ରଧାନ ବିଚାରପତି ।

ସେ ୬ ନଭେମ୍ବର ୨୦୧୨ରେ ସିଙ୍ଗାପୁର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ସିଙ୍ଗାପୁରର ସରକାରୀ ୱେବସାଇଟ୍ ଅନୁଯାୟୀ, ମେନନ୍ ୧୯୮୬ ରେ ସିଙ୍ଗାପୁରର ନ୍ୟାସନାଲ ୟୁନିଭରସିଟିରୁ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।

ଆହୁରି ମଧ୍ୟ ୧୯୯୧ ରେ, ସେ ହାୱାର୍ଡ ଲ’ ସ୍କୁଲରୁ ଆଇନ୍ ମାଷ୍ଟର କରିଥିଲେ । ମେନନ୍ ୧୯୮୭ ରେ ସିଙ୍ଗାପୁରରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ । ମେନନ୍ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ କେସ୍ ର ବୋଝକୁ ହ୍ରାସ କରିବା ସହ ନ୍ୟାୟକୁ ସହଜରେ ବିତରଣ କରିବା ପାଇଁ କୋର୍ଟ ପ୍ରକ୍ରିୟାକୁ ଆଧୁନିକୀକରଣ କରିବା ଆବଶ୍ୟକ । ସେ କହିଛନ୍ତି ଯେ କେବଳ ଭାରତରେ ନୁହେଁ, ବିଶ୍ୱର ବହୁ କୋର୍ଟ ଏବେ ଅନେକ ଚ୍ୟାଲେଞ୍ଜ ଦେଇ ଗତି କରୁଛନ୍ତି ।

Get real time updates directly on you device, subscribe now.