fbpx

୬ ମାସ ପୂର୍ବରୁ ହିଁ ବିରାଟ କୋହଲି ଓ ବିସିସିଆଇ ମଧ୍ୟରେ ଲଢେଇ ଜାରି ରହିଥିଲା ! ଏବେ ସାମ୍ନାକୁ ଆସିଲା ରେଜଲ୍ଟ

ନୂଆଦିଲ୍ଲୀ : ବିରାଟ କୋହଲି ଟି-୨୦ ଅଧିନାୟକ ପଦ ଛାଡିବା ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ମାତ୍ର ଏହାର ପ୍ରସ୍ତୁତି ଅନେକ ମାସ ପୂର୍ବରୁ ଚାଲିଥିଲା । କୋହଲି ଅତ୍ୟଧିକ କାର୍ଯ୍ୟଭାରର ଚାପ କଥା କହି ଟି-୨୦ ବିଶ୍ୱ କପ୍ ପରେ ଅଧିନାୟକ ଛାଡିବା କଥା କହିଛନ୍ତି । ମାତ୍ର ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ପରେ ତାଙ୍କର ଖରାପ ବ୍ୟାଟିଂ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ତାଙ୍କୁ ଟି-୨୦ ଅଧିନାୟକ ପଦରୁ ଅବ୍ୟାହତ ଦିଆଯିବା କଥା ସାମ୍ନାକୁ ଆସିଥିଲା । ବିିସିସିଆଇ ଏ ନେଇ ଅନେକ ମାସ ତଳୁ ବିଚାର ବିମର୍ଶ ଚଳାଇଥିଲା । ଯାହାର ରେଜଲ୍ଟ ଏବେ ସାମ୍ନାକୁ ଆସିଛି ।

କ୍ରିକବଜର ରିପୋର୍ଟ ଅନୁଯାୟୀ, ନୂତନ ଚୟନକର୍ତ୍ତା ଏବଂ କୋଚିଂରେ ହେବାକୁ ଥିବା ପରିବର୍ତ୍ତନ କାରଣରୁ ବିରାଟଙ୍କ ପାଇଁ ଚ୍ୟାଲେଞ୍ଜ ଆହୁରି ବଢି ଯାଇଥିଲା । କାରଣ ଟି-୨୦ ବିଶ୍ୱ ପରେ ରବି ଶାସ୍ତ୍ରୀ କୋଚ୍ ପଦରୁ ହଟୁଛନ୍ତି। ଶାସ୍ତ୍ରୀଙ୍କ ସହ କୋହଲିଙ୍କ ଭଲ ତାଳମେଳ ଥିଲା । ଉଭୟ ହିଁ ଦଳର ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ । କିନ୍ତୁ ଟି-୨୦ ବିଶ୍ୱ କପ୍ ପରେ କୋଚ୍ ପଦ ବଦଳିବାକୁ ଯାଉଛି । ଚଳିତ ବର୍ଷ ଫେବୃଆରୀ-ମାର୍ଚ୍ଚରେ କୋହଲିଙ୍କୁ ଶିଖର ଧାୱନଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ସାମିଲ କରିବା ନେଇ ବହୁତ ସଂଘର୍ଷ କରିବାକୁ ପଡିଥିଲା । ଚୟନକର୍ତ୍ତା ଧାୱନଙ୍କ ସ୍ଥାନରେ ବିଜୟ ହଜାରେ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିବା ଓପନରଙ୍କୁ ଦଳରେ ରଖିବାକୁ ଚାହୁଁଥିଲେ । କିନ୍ତୁ କୋହଲି ଧାୱନଙ୍କୁ ଦଳରେ ସାମିଲ୍ କରାଯିବା ପକ୍ଷରେ ଥିଲେ । ସେହି ସମୟଠୁ ହିଁ କୋହଲି ଏବଂ ବିସିସିଆଇ ମଧ୍ୟରେ ପରୋକ୍ଷରେ ଏକ ଅଘୋଷିତ ଲଢେଇ ଜାରି ରହିଥିଲା ।
ପାଞ୍ଚ ଦିନ ଅପେକ୍ଷା କରିବାକୁ ପଡିଥିଲା

ହୋଇପାରେ ଶ୍ରୀଲଙ୍କା ଗସ୍ତ ପାଇଁ ଶିଖର ଧାୱନଙ୍କୁ ଦଳର ଅଧିନାୟକ କରାଯାଇଥିଲା, ମାତ୍ର ମାର୍ଚ୍ଚ ମାସରେ ଅନୁଷ୍ଠିତ ବୈଠକ ପରେ ଦଳ ଘୋଷଣା କରାଯିବା ଏବଂ ସହମତି ପାଇଁ ବୋର୍ଡ ଏବଂ ଅଧିନାୟକ କୋହଲିଙ୍କ ମଧ୍ୟରେ ପାଞ୍ଚ ଦିନର ସମୟ ଲାଗିଥିଲା । ସୂତ୍ର ଅନୁଯାୟୀ ଅଧିନାୟକ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ କୌଣସି ପ୍ରକାରର ବିବାଦ ନାହିଁ । କୋହଲିଙ୍କ ନିକଟତର ଲୋକଙ୍କ ଅନୁଯାୟୀ, କୋହଲିଙ୍କୁ ପ୍ରମାଣିତ କରିବାର କୌଣସି ଆବଶ୍ୟକତା ନାହିଁ । ବିସିସିଆଇ କୋହଲିଙ୍କ ଉପରୁ ବାସ୍ କିଛି ଚାପ କମ କରିବାକୁ ଚାହୁଁଥିଲା ।

ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ବିରାଟ କୋହଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସଂପାଦକ ଜୟ ଶାହା, ମୁଖ୍ୟ ଚୟନକର୍ତ୍ତାଙ୍କ ସହ ବୈଠକ କରି ନିଜର ନିର୍ଣ୍ଣୟ ବିଷୟରେ ଅବବତ କରାଇଥିଲେ । ଟି-୨୦ ବିଶ୍ୱ କପ୍ ପରେ ସେ ଟି-୨୦ ଫର୍ମାଟରେ ଦଳର ଅଧିନାୟକ ପଦ ଛାଡୁଥିବା କହିଥିଲେ । ହେଲେ କୋହଲି ଗୁରୁବାର ସାର୍ବଜନୀନ ଭାବେ ଟି-୨୦ରୁ ଦଳର ଅଧିନାୟକ ପଦ ଛାଡୁଥିବା ଘୋଷଣା କରିଥିଲେ । ଏହା ପରେ ଜୟ ଶାହା କହିଛନ୍ତି ଯେ, କୋହଲି ଆରସିବି ବ୍ୟତୀତ ଦିନିକିଆ ଦଳର ଅଧିନାୟକ ଜାରି ରଖିବେ ।

Get real time updates directly on you device, subscribe now.