fbpx

ହୀରାକୁଦର ୩୪ ଗେଟ୍ ଦେଇ ଜଳ ନିଷ୍କାସିତ, ମହାନଦୀରେ ଆସୁଛି ବନ୍ୟା

ଭୁବନେଶ୍ୱର,(ଭାସ୍କରନ୍ୟୁଜ୍) : ଲଘୁଚାପଜନିତ ଲଗାଣ ବର୍ଷା ବନ୍ୟା ଆଣୁଛି । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ବୃଦ୍ଧି ପାଉଛି ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ । ତେଣୁ ୩୪ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବାରୁ ମହାନଦୀରେ ବନ୍ୟା ଆସୁଥିବା ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ । ରବିବାର ସକାଳ ସୁଦ୍ଧା ମୁଣ୍ଡୁଳୀରେ ୬ ଲକ୍ଷ କ୍ୟୁସେକ୍ ଜଳ ପହଁଚିବ ବୋଲି ସୂଚନା ମିଳିଛି । ତେବେ ମହାନଦୀର ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବା ନେଇ ସୂଚନା ଦିଆଯାଇଛି । ମହାନଦୀ ଫୁଲୁଥିବାରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଡାକବାଜି ଯୋଗେ ସଚେତନ କରାଯାଉଛି । ଏପରିକି ଆବଶ୍ୟକସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଯୋଜନା କରାଯାଇଛି ।

ସମ୍ପ୍ରତି ହୀରାକୁଦ ଜଳଭଣ୍ଡାରକୁ ୪.୬୬ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୫ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ କରାଯାଉଛି । ଶୁକ୍ରବାର ୨୦ଟି ଗେଟ୍ ଖୋଲାଯାଇଥିବାବେଳେ ଶନିବାର ଆଉ ୧୪ଟି ଗେଟ୍କୁ ପର୍ଯ୍ୟାୟକ୍ରମରେ ଖୋଲାଯାଇଛି । ଅନ୍ୟପକ୍ଷରେ ଛତିଶଗଡ଼ରେ ବର୍ଷା ଓ ବନ୍ୟା ସ୍ଥିତି ସଙ୍ଗୀନ ରୂପ ଧାରଣ କରିଥିବାରୁ ହୀରାକୁଦ ଡ୍ୟାମ୍ ର ଅଧିକ ଗେଟ୍ ଖୋଲିବା ପାଇଁ ଓଡ଼ିଶା ସରକାରଙ୍କୁ କୁହାଯାଇଛି । ତେବେ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ କହିଛନ୍ତି ଯେ, ସ୍ଥିତି ଦେଖି ଗେଟ୍ ଖୋଲାଯିବାର ନିଷ୍ପତ୍ତି ନିଆଯିବ ।

ଛତିଶଗଡ଼ରେ ବର୍ତ୍ତମାନ ଯେଉଁ ପରିସ୍ଥିତି ଦେଖାଦେଇଛି ସେଥିପାଇଁ ସେଠାକାର ସରକାର ଦାୟୀ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି ।ମାଳମାଳ ବ୍ୟାରେଜ ନିର୍ମାଣ କରିବା ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଛି ବୋଲି ସେ କହଛନ୍ତି । ଅନ୍ୟପକ୍ଷରେ ବୈତରଣୀ, ବ୍ରାହ୍ମଣୀ, ଜଳକା, ଦେବୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଜିଲ୍ଲାପାଳମାନେ ସଜାଗ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

 

Get real time updates directly on you device, subscribe now.