fbpx

ଆମ୍ବ ବିକିବାର ଚମତ୍କାର କୌଶଳ ; ରିଲ୍ ନୁହେଁ ରିଅଲରେ ନାଚି ଗାଡି ଅଟକାଇବାକୁ ଚେଷ୍ଟା କରୁଛନ୍ତି କୁନି ବିକାଳି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଅନେକ ଲୋକ ଅଛନ୍ତି ଯେଉଁମାନେ ଦିନରାତି କଠିନ ପରିଶ୍ରମ କରି ନିଜ ଘର ଚଳାନ୍ତି, କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ସେମାନଙ୍କର ସ୍ମାର୍ଟ ୱାର୍କ ପାଇଁ ଲୋକଙ୍କୁ ଆକର୍ଷିତ କରନ୍ତି । ଯଦିଓ ସମସ୍ତଙ୍କର କାର୍ଯ୍ୟ କରିବାର ଶୈଳୀ ଅଲଗା, ତଥାପି ଲୋକ ସେମାନଙ୍କ ପ୍ରତି ଅଜାଣତରେ ଆକର୍ଷିତ ହୋଇ ଯାଆନ୍ତି । ଆମେ କହୁଛୁ ଜଣେ କୁନି ଆମ୍ବ ବିକାଳି ବିଷୟରେ.. ଯିଏ ରାସ୍ତାରେ ଗୀତର ତାଳେ ତାଳେ ନୃତ୍ୟ ପ୍ରଦର୍ଶନ କରି ଆମ୍ବ ବିକିବାକୁ ଚେଷ୍ଟା କରୁଛନ୍ତି ।

ବର୍ତ୍ତମାନ ଆମ୍ବ ସିଜିନ୍ ଚାଲିଥିବାରୁ ରାସ୍ତାରେ ଘାଟରେ ଯେଉଁଠି ଦେଖିବ ଆମ୍ବ ବିକ୍ରି ହେଉଛି । ବେପାରୀ ଆମ୍ବ ଧରି ରାସ୍ତାରେ ବସିଛନ୍ତି । ଏତେ ବେପାରୀଙ୍କ ମଧ୍ୟରୁ ପଥଚାରୀ ଜଣଙ୍କ ଠାରୁ ଆମ୍ବ କାହିଁକି କିଣିବେ ସେନେଇ ସମସ୍ତେ ଭିନ୍ନ ଭିନ୍ନ ଚେଷ୍ଟା କରୁଛନ୍ତି । କିଏ କମ୍ ଦାମରେ ଦେଉଛି ତ ଅନ୍ୟ କେହି ନଗଦ ଆମ୍ବ କହି ବିକ୍ରି କରିବାକୁ ଚେଷ୍ଟା କରୁଛି । ଏସବୁ ମଧ୍ୟରେ ଜଣେ କୁନି ବେପାରୀଙ୍କୁ ଦେଖିବାକୁ ମିଳିଛି ଯେ ଅଭିନବ ଉପାୟରେ ଗାଡି ଗୁଡିକୁ ଅଟକାଇ ଆମ୍ବ ବିକିବାକୁ ଚେଷ୍ଟା କରୁଛି । ଏହାକୁ ବିଜନେସ୍ ର ନୂଆ ଟେକନିକ୍ ବୋଲି ମଧ୍ୟ କହିପାରିବା । ଏହାର ଭିଡିଓ ଏବେ ଭାଇରାଲ ହୋଇଛି ।

ମାତ୍ର ୨୫ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ , ହଳଦିଆ ଟି-ସାର୍ଟ ଏବଂ ଜିନ୍ସ ପିନ୍ଧିଥିବା ଏକ ଛୋଟ ପିଲାଟି ଏକ ଲୋକପ୍ରିୟ ଗୀତରେ ତାଳେ ତାଳେ ନାଚି ଚଳନ୍ତା ଗାଡିକୁ ଅଟକାଇବାକୁ ଆମନ୍ତ୍ରଣ କରୁଛି । କିଛି ଗାଡି ପିଲାଟିକୁ ନ ଦେଖି ପଳାଉଛି ତ ଅନ୍ୟ କେହି କେହି ଅଟକି ଯାଉଛନ୍ତି । କିନ୍ତୁ ସେ ଯାହା ବି ହେଉ, ପିଲାଟିର ଗାଡି ଅଟକାଇ ଚେଷ୍ଟା ଅତି ନିଆରା । ଆମ୍ବ ଗାଡି ନିକଟରେ ମଧ୍ୟ ଜଣେ ଲୋକକୁ ଦେଖିବାକୁ ମିଳୁଛି । ବୋଧ ହୁଏ ସେହି ବ୍ୟକ୍ତିକୁ ଏହି ପିଲାଟି ସାହାଯ୍ୟ କରୁଛି ବା ସେ ତା’ର ନିଜ ଲୋକ ହୋଇଥିବେ ।

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ସେୟାର କରାଯାଇଛି, ଯାହା ବହୁତ ପସନ୍ଦ ହେଉଛି । ମେ ୨୩ ରେ ଏପର୍ଯ୍ୟନ୍ତ ୧୬ ହଜାରରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି, ଶହ ଶହ ଲୋକ ପସନ୍ଦ କରିଛନ୍ତି।

Get real time updates directly on you device, subscribe now.