fbpx

ଦୁନିଆକୁ ଚୀନ ଉପରେ ବିଶ୍ୱାସ ନାହିଁ; ସନ୍ଦେହ ନଜରରେ ଦେଖୁଛନ୍ତି ଏକ୍ସପର୍ଟ

ଚୀନ: କରୋନା ମହାମାରୀ ସର୍ବପ୍ରଥମେ ଚୀନର ଉହାନ ସହରରେ ସୃଷ୍ଟି ହୋଇଥିଲା । ମଝିରେ କିଛିଦିନ ହେବ ଏହାର ପ୍ରଭାବ କମିଥିବା ବେଳେ ବର୍ତ୍ତମାନ ପୂନର୍ବାର ରୋଗୀଙ୍କ ସଂଖ୍ୟା ଚୀନରେ ବଢିବାରେ ଲାଗିଛି । ସବୁଥର ଭଳି ଏଥର ମଧ୍ୟ ଜିଙ୍ଗପିଙ୍ଗଙ୍କ ଉପରେ ବାସ୍ତବିକ ରୋଗୀଙ୍କ ସଂଖ୍ୟା ଲୁଚାଇବାର ଆରୋପ ଲଗାଯାଇଛି । ପ୍ରକୃତରେ ଚୀନ କୋଭିଡ୍-୧୯ର ଡାଟା ଜାରି କରିଥିଲା ହେଲେ ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ଏହା ଉପରେ ସନ୍ଦେହ ପ୍ରକାଶ କରିଥିଲା । ଏହି ବାବଦରେ ‘ହଙ୍କ କଙ୍ଗ ପୋଷ୍ଟ’ ଏକ ରିପୋର୍ଟରେ ପ୍ରକାଶ କରିଛି ଯେ, ଦୁନିଆକୁ କୋଭିଡ୍ ଡାଟା ଉପରେ ଭରଷା ନାହିଁ ।

ଏକ ବରିଷ୍ଠ ଡବ୍ଲ୍ୟୁ.ଏଚ.ଓ ଅଧିକାରୀ କହିଛନ୍ତି ଯେ, ଚୀନ କରୋନା ରିପୋର୍ଟର ସଠିକ୍ ଚିତ୍ର ପ୍ରଦାନ କରୁନାହିଁ । ବୀଜିଙ୍ଗର ଅଧିକାରୀଙ୍କ ଦ୍ୱାରା କୋଭିଡ-୧୯ ମୃତ୍ୟୁ ସଂଖ୍ୟା ବଦଳିବା ପରେ ସରକାରଙ୍କ ଦ୍ୱାରା ଦାବି କରାଯାଇଥିଲା ଯେ, ଗୋଟିଏ ଦିନରେ ୫ କିମ୍ବା ଏହାଠାରୁ କମ୍ ମୃତ୍ୟୁ ହେଉଛି । ହେଲେ ଚୀନର ଅନ୍ତିମ ସଂସ୍କାର ଘର ଏବଂ ହସ୍ପିଟାଲକୁ ଦେଖି ଲାଗୁଛି ଯେ, ଏହି ମୃତ୍ୟୁ ସଂଖ୍ୟା ବାସ୍ତବିକ ଠାରୁ ବହୁତ ରହିଛି ।

ଚୀନର ଏହି ଦାବିକୁ ଦୁନିଆର ସମସ୍ତ ବିଶେଷଜ୍ଞ ସନ୍ଦେହ କରିବାର କଥା ସାମ୍ନାକୁ ଆସିଛି । କୁହାଯାଉଛି ଯେ, ଆମେରିକା, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, ସ୍ୱିଡେନ, ଅଷ୍ଟ୍ରେଲିଆ, ଭାରତ, ଦକ୍ଷିଣ କୋରିୟା, ଚୀନରୁ ଆସୁଥିବା ଯାତ୍ରୀ ମାନଙ୍କ ଉପରେ ଶକ୍ତ କୋଭିଡ୍ ନିୟମ ଲାଗୁ କରିଛନ୍ତି ।

Get real time updates directly on you device, subscribe now.