fbpx

ଜନବସତି ଅଞ୍ଚଳରେ ପଡ଼ିଲା କ୍ଷେପଣାସ୍ତ୍ରର ଭଗ୍ନାବଶେଷ

ବାଲେଶ୍ୱର: ବାହାନଗା ବ୍ଳକ ବରିପଦା ପଞ୍ଚାୟତର ମହାରୁଦ୍ରପୁର ଆଡିଆ ଗ୍ରାମରେ ପଡ଼ିଲା କ୍ଷେପଣାସ୍ତ୍ରର ଭଗ୍ନାବଶେଷ । କ୍ଷେପଣାସ୍ତ୍ର ପରୀକ୍ଷଣ ବେଳେ ଏହି ଭଗ୍ନାବଶେଷ ଖସିପଡିଥିଲା। ପଡିବା ସମୟରେ ପ୍ରଚଣ୍ଡ ଶବ୍ଦ ହେଉଥିବାବେଳେ ଲୋକମାନେ ଆତଙ୍କିତ ହୋଇ ଘରୁ ବାହାରି ଆସିଥିଲେ । ତେବେ ଏଥିରେ ଧନଜୀବନ ହାନି ହୋଇନାହିଁ ।

ସୂଚନା ଅନୁସାରେ, ଆଜି ଚାନ୍ଦିପୁରର କ୍ଷେପଣାସ୍ତ୍ର ପରୀକ୍ଷା ସମୟରେ କିଛି କ୍ଷେପଣାସ୍ତ୍ରର ଭଗ୍ନାବଶେଷ ଗ୍ରାମ ମଧ୍ୟରେ ଖସି ପଡିଥିଲା । ଏହା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ ବରିପଦା ପଞ୍ଚାୟତର ମହାରୂଦ୍ରପୁର ଆଡିଆ ଗ୍ରାମର ଅଜୟାନନ୍ଦ ଦାସଙ୍କ ଗୁହାଳ ଘର ଉପରେ ପଡ଼ିଥିଲା । ପଡିବା ଯୋଗୁଁ ସେଠାରେ ତିନି ଫୁଟ ଲମ୍ବର ଗାତ ସୃଷ୍ଟି ହୋଇଛି । ଯାହା ଫଳରେ ଲୋକମାନେ ଆତଙ୍କିତ ହୋଇ ଘରୁ ବାହାରି ଖୋଲା ସ୍ଥାନକୁ ପଳାଇଯାଇଥିଲେ । କ୍ଷେପଣାସ୍ତ୍ରର ଭଗ୍ନାବଶେଷର ଓଜନ ୬୦ କେଜିରୁ ଉର୍ଦ୍ଦ୍ବ ହୋଇ ଥାଇପାରେ ବୋଲି ଜଣାପଡିଛି । ତେବେ କୌଣସି ଧନଜୀବନ ହାନି ହୋଇନଥିବା ବେଳେ ଗୋଟିଏ ଛୋଟ ଵାଛୁରୀ ଦେହରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି । ଯାହା ଫଳରେ ବାଛୁରୀ ନାକରୁ ରକ୍ତ ବାହାରୁଥିହାର ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଆଇଟିଆରର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.