fbpx

ପେଟ୍ରୋଲ ଶେଷ ହୋଇଯିବାରୁ ରାସ୍ତା ମଝିରେ ଯୁବକ କଲେ ଏମିତି କାମ: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ବୃଦ୍ଧିକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି । ବର୍ଦ୍ଧିତ ଦର ଏବେ ଗାଡି ଚାଳକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟି ସାରିଲାଣି । ଯାହା ଫଳରେ ଅଧିକାଂଶ ସମୟରେ ଗାଡି ଚାଳକଙ୍କ ମଧ୍ୟରେ ବିରକ୍ତି ଭାବ ଦେଖିବାକୁ ମିଳୁଛି । ଯେବେ ବି ଗାଡିରୁ ପେଟ୍ରୋଲ ଶେଷ ହୋଇଥାଏ ଚାଳକମାନଙ୍କ ପାଇଁ ଏକ ଚିନ୍ତା ମୁଣ୍ଡ ଟେକିଥାଏ । ଏହି ଭଳି ପରିସ୍ଥିତିରେ ଜଣେ ଯୁବକ ରାସ୍ତା ମଝିରେ ଏମିତି ଏକ କାରନାମା କରିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ବିହାରର ବକ୍ସର ଜିଲ୍ଲାରେ ଘଟିଯାଇଛି ଏକ ଅଦ୍ଭୁତ ଘଟଣା । ବାଇକରୁ ପେଟ୍ରୋଲ ଶେଷ ହୋଇଯିବାରୁ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ଜଣେ ଯୁବକ । ଡୁମରାଓ ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଯୁବକଙ୍କର ଏପରି କାରନାମାକୁ ଦେଖି ସ୍ଥାନୀୟ ଲୋକେ ଆ୍ଚର୍ଯ୍ୟ ହୋଇଯାଇଥିଲେ । ସାରା ଘଟରାର ଭିଡିଓ କରି ସୋସିଆଲ ମିଡିଆରେ ମଧ ଅପଲୋଡ କରିଥିଲେ ସ୍ଥାନୀୟ ଦେଖଣାହାରୀ । ତେବେ ଏ ନେଇ ପୋଲିସ ଖବର ପାଇ ଘଟଣାସ୍ଥଳରୁ ଯୁବକଙ୍କୁ ଥାନାକୁ ନେଇଥିଲା ।

ଥାନାରେ ଯୁବକକୁ ଏହି ଘଟଣା ବିଷୟରେ ପଚରାଯିବାରୁ ସେ ଏକ ଅଶ୍ଚର୍ଯ୍ୟକର ଉତ୍ତର ରଖିଥିଲେ । ବାଟରେ ଯିବା ସମୟରେ ଗାଡିରୁ ପେଟ୍ରୋଲ ଶେଷ ହୋଇଯିବାରୁ ଗାଡି ଜଳାଇ ଦେଇଥିବା କହିଛନ୍ତି ଯୁବକ । ଯାହା ପୋଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଥିଲା । ତେବେ ପୋଲିସ ପଚରାଉଚରା ପରେ ଯୁବକଙ୍କୁ ଘରକୁ ପଠାଇ ଦେଇଛି । ତେବେ ଏ ସମସ୍ତ ମାମଲାର ସୂଚନା ଦେଇଛି ସ୍ଥାନୀୟ ପୋଲିସ ।

Get real time updates directly on you device, subscribe now.