fbpx

ତାଜମହଲର ବନ୍ଦ କୋଠରୀରେ ନାହିଁ ହିନ୍ଦୁ ଦେବାଦେବୀଙ୍କ ପ୍ରତିମା: ଆରଟିଆଇରେ ସୂଚନା ଦେଲା ପତ୍ନତତ୍ତ୍ୱ ବିଭାଗ

ନୂଆଦିଲ୍ଲୀ: ତାଜମହଲର ବନ୍ଦଥିବା କୋଠରୀରେ କୌଣସି ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ନଥିବା ଭାରତୀୟ ପତ୍ନତତ୍ତ୍ୱ ବିଭାଗ ସୂଚନା ଦେଇଛି। ଏଏସଆଇ ଏହା ମଧ୍ୟ କହିଛି ତାଜମହଲ କୌଣସି ମନ୍ଦିରର ଜମିରେ ନିର୍ମାଣ ହୋଇନାହିଁ। ଗତ ମେ ୧୨ରେ ତୃଣମୂଳ କଂଗେସର ରାଷ୍ଟ୍ରିୟ ମୁଖପାତ୍ର ସାକେତ ଏସ ଗୋଖଲେ ଏକ ଆରଟିଆଇ ଦାଖଲ କରିଥିଲେ ଯାହାର ଉତ୍ତର ରଖିବାକୁ ଯାଇ ଭାରତୀୟ ପତ୍ନତତ୍ତ୍ୱ ବିଭାଗ ଏହି ସୂଚନା ଦେଇଛି।

ଶ୍ରୀ ଗୋଖଲେ ଏହି ଆବଦେନରେ ଏଏସଆଇ ଠାରୁ ଦୁଇଟି ପ୍ରଶ୍ନର ସୂଚନା ମାଗିଥିଲେ। ପ୍ରଥମ ପ୍ରଶ୍ନରେ ସେ ତାଜମହଲ ଜମିରେ ମନ୍ଦିର ନଥିବାର ପ୍ରମାଣ ମାଗିବା ସହ ଦ୍ୱତୀୟ ପ୍ରଶ୍ନରେ ତାଜମହଲର ୨୦ଟି ବନ୍ଦ କଠୋରୀରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ନଥିବା ପ୍ରମାଣ ମାଗିଥିଲେ। ଏହି ପ୍ରଶ୍ନର ଉତ୍ତର ରଖି ଏଏସଆଇର ଜନ ସମ୍ପର୍କ ଅଧିକାରୀ ମହେଶ ଚନ୍ଦ ମୀଣା ପ୍ରଥମ ପ୍ରଶ୍ନର ଉତ୍ତର କେବଳ ‘ନୋ’ ଲେଖିଛନ୍ତି। ସେହିପରି ଦ୍ୱିତୀୟ ପ୍ରଶ୍ନର ଉତ୍ତରରେ ‘ବନ୍ଦ କଠୋରୀରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ନାହିଁ’ ବୋଲି ଲେଖିଛନ୍ତି।

ସୂଚନାଥାଉ କି, ଏହା ପୂର୍ବରୁ ହିନ୍ଦୁ ସଂଗଠନରେ ତାଜମହଲକୁ ତେଜୋମହାଳୟ ମନ୍ଦିର କହିବା ସହ ତାଜମହଲର ବନ୍ଦ କଠୋରୀରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ରହିଥିବା ନେଇ ଦାବି ହୋଇଥିଲା। ଏହି ଦାବିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

 

Get real time updates directly on you device, subscribe now.