fbpx

ଜ୍ଞାନବ୍ୟାପୀ ମସଜିଦରେ ରହିଛି ହିନ୍ଦୁ ମନ୍ଦିରର ସ୍ପଷ୍ଟ ପ୍ରମାଣ, ପୂର୍ବ ସର୍ଭେ କମିଶନର ଦାଖଲ କଲେ ରିପୋର୍ଟ

ଜ୍ଞାନବ୍ୟାପୀ ମସଜିଦରେ ସର୍ଭେ ପାଇଁ ପୂର୍ବରୁ ନିୟୋଜିତ ହୋଇଥିବା କମିଶନର ଅଜୟ ମିଶ୍ର ସିଭିଲ୍ ଜଜ୍ କୋର୍ଟରେ ତାଙ୍କର ସର୍ଭେ ରିପୋର୍ଟ ଦାଖଲ କରିଛନ୍ତି  । ଅଜୟ ମିଶ୍ର ମେ ୬ ଏବଂ ୭ ତାରିଖରେ ତାଙ୍କ ଦ୍ୱାରା କରାଯାଇଥିବା ସର୍ଭେର ରିପୋର୍ଟ ଦାଖଲ କରିଛନ୍ତି ।

ସେ ତାଙ୍କ ରିପୋର୍ଟରେ ଲେଖିଛନ୍ତି ଯେ ତାଙ୍କ ଦ୍ୱାରା କରାଯାଇଥିବା ସର୍ଭେ ସମୟରେ ପ୍ରାୟ ୧୦୦ ରୁ ଅଧିକ ମୁସଲିମ ସେଠାରେ ଏକାଠି ହୋଇଥିଲେ ଏବଂ ସର୍ଭେ କାମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବାକୁ ପ୍ରୟାସ କରୁଥିଲେ ।

ମିଶ୍ରାଙ୍କ ରିପୋର୍ଟ ଅନୂଯାୟୀ, ମୁସଲିମ ପକ୍ଷ ଦାବି କରୁଥବା ମସଜିଦକୁ ଦାବି କରୁଥିବା ଉତ୍ତର-ପଶ୍ଚିମ ଭାଗରେ ବିବାଦୀୟ କ୍ଷେତ୍ରରେ ପ୍ରକୃତରେ ପଥରରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଖୋଦେଇ ହୋଇଛି । ରିପୋର୍ଟରେ ଆହୁରି କୁହାଯାଇଛି ଯେ ପୂରାତନ ପଥରରେ ହିନ୍ଦୁ ଧର୍ମର ପ୍ରତୀକ ରହିଛି ଯେପରିକି ପଦ୍ମ ଏବଂ ମୂର୍ତ୍ତି, ଯାହା ସ୍ପଷ୍ଟ ଭାବରେ ପ୍ରମାଣିତ କରୁଛି ଯେ ଏଠାରେ ହିନ୍ଦୁ ମନ୍ଦିର ରହିଥିଲା ।

ରିପୋର୍ଟରେ କୁହାଯାଇଛି ଯେ ଏହା ଉପରେ ହିଁ ନୂଆ ନିର୍ମାଣ କରାଯାଇଛି । ନିର୍ମାଣର ଉତ୍ତର ଭାଗରେ ଶେଷନାଗ ପ୍ରତୀକ ମଧ୍ୟ ରହିଛି । ଆଉ ପ୍ରମାଣ ସ୍ୱରୂପ ଏହି ସବୁର ଭିଡିଓଗ୍ରାଫ କରାଯାଇଛି ।

Get real time updates directly on you device, subscribe now.