fbpx

୨୦୨୩ ରେ ଲାଗିବ ୪ଟି ଗ୍ରହଣ; ଜଣାନ୍ତୁ ଏହା କେଉଁ ଦିନ ଏବଂ କେତେ ସମୟ ପାଇଁ ଲାଗିବ

ହିନ୍ଦୁ ଧର୍ମରେ ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗକୁ ଅଶୁଭ ବୋଲି ବିବେଚନା କରାଯାଇଏ । ଯେଉଁଥି ପାଇଁ ଏହି ଦିନ ମାନଙ୍କରେ କୌଣସି ପ୍ରକାର ଶୁଭ କାର୍ଯ୍ୟ କରାଯାଏ ନାହିଁ । ତେବେ ଆଉ କିଛି ଦିନ ପରେ ନୂତନ ବର୍ଷ ୨୦୨୩ ଆରମ୍ଭ ହେବାକୁ ଯାଉଛି । ତେଣୁ ଲୋକମାନେ ଆଗାମୀ ବର୍ଷରେ କଣ ନୂଆ ହେବାକୁ ଯାଉଛି ତାହା ଜାଣିବାକୁ ଆଗ୍ରହୀ ଅଛନ୍ତି । କେଉଁ ପର୍ବ କେବେ ପଡୁଛି ନୂଆ ବର୍ଷରେ କେତେ ଗ୍ରହଣ-ପରାଗ ଲାଗିବ ଏବଂ ଭାରତରେ କେତେ ଦୃଶ୍ୟମାନ ହେବ? ଏହିପରି ଅନେକ କଥା । ବର୍ତ୍ତମାନ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଆଧାରରେ, ୨୦୨୩ ମସିହାରେ କେତେ ଗ୍ରହଣ-ପରାଗ ଲାଗିବ ଏବଂ କେବେ ଲାଗିବ । ଏହି ଗ୍ରହଣ ମଧ୍ୟରୁ କେତୋଟି ଭାରତରେ ଦୃଶ୍ୟମାନ ହେବ ସେହି ସବୁ ସମ୍ବନ୍ଧରେ …

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ବର୍ଷରେ ୪ ଟି ଗ୍ରହଣ ଲାଗିବ । ୨ଟି ଚନ୍ଦ୍ରଗ୍ରହଣ ଏବଂ ୨ଟି ସୂର୍ଯ୍ୟ ପରାଗ । ୨୦୨୩ ମସିହାରେ, ପ୍ରଥମ ପରାଗ ଏପ୍ରିଲରେ ଲାଗିବ ।

ପ୍ରଥମ ଗ୍ରହଣ: ଏପ୍ରିଲ ୨୦ ଗୁରୁବାର ଦିନ ପ୍ରଥମ ସୂର୍ଯ୍ୟ ପରାଗ ଲାଗିବ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଏହା ଏପ୍ରିଲ୍ ୨୦ ସକାଳ ୭.୦୪ ରୁ ଆରମ୍ଭ ହୋଇ ୧୨.୨୯ ପର୍ଯ୍ୟନ୍ତ ଚନ୍ଦ୍ରଗ୍ରହଣର ସୂତକ କାଳ ୯ ଘଣ୍ଟା ପୂର୍ବରୁ ଆରମ୍ଭ ହେବ ।

ଦ୍ୱିତୀୟ ଗ୍ରହଣ : ୨୦୨୩ ବର୍ଷର ଦ୍ୱିତୀୟ ଗ୍ରହଣ ଏପ୍ରିଲ୍ ୨୦ ର ଠିକ୍ ୧୫ ଦିନ ପରେ ଅର୍ଥାତ୍ ମଇ ୫ ତାରିଖରେ ଲାଗିବ । ଏହା ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବ । ଏହି ଚନ୍ଦ୍ରଗ୍ରହଣ ରାତି ୮.୪୫ ରୁ ଆରମ୍ଭ ହୋଇ ରାତି ୧ ଟାରେ ଶେଷ ହେବ । ଚନ୍ଦ୍ରଗ୍ରହଣର ସୂତକ କାଳ ୯ ଘଣ୍ଟା ପୂର୍ବରୁ ଆରମ୍ଭ ହେବ ।

ତୃତୀୟ ଗ୍ରହଣ : ୨୦୨୩ ମସିହାରେ ତୃତୀୟ ସୂର୍ଯ୍ୟ ପରାଗ ଅକ୍ଟୋବର ୧୪ ତାରିଖରେ ଲାଗିବ । ଏହା ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ହେବ । ପ୍ରଥମ ସୂର୍ଯ୍ୟ ପରାଗ ପରି ଏହା ମଧ୍ୟ ଭାରତରେ ବୈଧ ହେବ ନାହିଁ । ଏହା ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଟଲାଣ୍ଟିକା ଏବଂ ଆର୍କଟିକରେ ଦେଖାଯିବ ।

ଚତୁର୍ଥ ଗ୍ରହଣ : ୨୦୨୩ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଅକ୍ଟୋବର ୨୯ ତାରିଖରେ ଲାଗିବ । ଏହା ରାତି ୧.୦୬ ରୁ ଆରମ୍ଭ ହୋଇ ରାତି ୨.୨୨ ରେ ଶେଷ ହେବ । ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ, ତେଣୁ ଏହାର ସୂତକ କାଳ ମଧ୍ୟ ବୈଧ ହେବ, ଯାହା ୯ ଘଣ୍ଟା ପୂର୍ବରୁ ଆରମ୍ଭ ହେବ ।

Get real time updates directly on you device, subscribe now.