fbpx

ଓଡିଶାରେ ହେବ ବଜ୍ରାଘାତ ଅନୁସନ୍ଧାନ କେନ୍ଦ୍ର

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ଓଡିଶାରେ ପ୍ରତିଷ୍ଠା ହେବାକୁ ଯାଉଛି ବଜ୍ରାଘାତ ଅନୁସନ୍ଧାନ କେନ୍ଦ୍ର । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ଡ଼ ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ, ‘ଦେଶରେ ପ୍ରଥମ ଥର ପାଇଁ ଏଭଳି ଅନୁଷ୍ଠାନର ପରିକଳ୍ପନା କରାଯାଇଛି । ଭୂ-ବିଜ୍ଞାନ ମନ୍ତ୍ରଣାଳୟ ଆଇଏମଡି, ଆଇଏସଆରଓ, ଡିଆରଡିଓ ସହଯୋଗରେ ଏହି ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା ହେବ । ଅନୁସନ୍ଧାନ କେନ୍ଦ୍ର ଦ୍ୱାରା ବଜ୍ରାଘାତ ସମ୍ବନ୍ଧରେ ଆହୁରି ସଠିକ୍ ତଥ୍ୟ ମିଳିପାରିବ ।’ ତେବେ ସଠିକ୍ ଆକଳନ ଦ୍ୱାରା ଅନେକ ଧନ ଜୀବନ ରକ୍ଷା କରାଯାଇପାରିବ ବୋଲି ଆଇଏମଡି ମହାନିର୍ଦ୍ଦେଶକ କହିଛନ୍ତି ।

Get real time updates directly on you device, subscribe now.