fbpx

ଏହି ୨ ବ୍ୟାଙ୍କ୍ ବଢ଼ାଇଲେ ଫିକ୍ସ ଡିପୋଜିଟ୍ ଉପରେ ସୁଧ: ଗ୍ରାହକଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ: ଆଇଡିଏଫସି ଫାର୍ଷ୍ଟ ବ୍ୟାଙ୍କ୍ ଏବଂ ବନ୍ଧନ ବ୍ୟାଙ୍କ ଫିକ୍ସ ଡିପୋଜିଟ୍ ସୁଧ ଦରରେ ବୃଦ୍ଧି କରିଛନ୍ତି । ଆଇଡିଏଫସି ଫାର୍ଷ୍ଟ ବ୍ୟାଙ୍କ୍ ୨ କୋଟି ରୁ ନେଇ ୨୫ କୋଟି ଟଙ୍କାର ଏଫଡି ଉପରେ ଅଧିକ ସୁଧ ଦେବାକୁ ନିଷ୍ପତ୍ତି ନେଇଛି । ଏହିଭଳି ବନ୍ଧନ ବ୍ୟାଙ୍କ୍ ମଧ୍ୟ ୨ କୋଟି ଏବଂ ଏଥରେ ଅଧିକ ରାଶିର ଏଫଡି ଉପରେ ଏବେ ଅଧିକ ସୁଧ ଦେବାକୁ ନିଷ୍ପତ୍ତି ନେଇଛି । ନୂଆ ସୁଧ ଦର ୨୬ ସେପ୍ଟେମ୍ବରରୁ ଲାଗୁ ହୋଇସାରିଛି ।

ଲାଇଭ ମିଣ୍ଟର ଏକ ରିପୋର୍ଟ ଅନୂଯାୟୀ ଆଇଡିଏଫସି ଫାର୍ଷ୍ଟ ବ୍ୟାଙ୍କ୍ ୩୬୬ ଦିନରୁ ୭୩୧ ଦିନର ଏ ମ୍ୟାଚ୍ୟୁରିଟି ଅବଧି ଥିବା ୨ କୋଟିରୁ ୨୫ କୋଟି ପର୍ଯ୍ୟନ୍ତ ଏଫଡି ଉପରେ ୭.୧୦% ସୁଧ ଦେବ । ଏହିଭଳି ୭୩୨ ଦିନଠାରୁ ନେଇ ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ବ୍ୟାଙ୍କ୍ ୭ ପ୍ରତିଶତ ବାର୍ଷିକ ଦରରେ ସୁଧ ଦେବ । ୨୭୧ ଦିନରୁ ୩୬୫  ଦିନ ପର୍ଯ୍ୟନ୍ତ ଦିନ ପର୍ଯ୍ୟନ୍ତ ଏଫଡି ଉପରେ ୬.୮୫% ସୁଧ ଦେବାପାଇଁ ନିଷ୍ପତ୍ତି ନେଇଛି । ଯେତେବେଳେକି ୧୮୧ ଦିନରୁ ୨୭୦ ଦିନରେ ପୂରା ହେଉଥିବା ଏଫଡୀ ଉପରେ ଏବେ ଗ୍ରାହକଙ୍କୁ ୬.୪୫% ସୁଧ ମିଳିବ । ଆହୁରି ମଧ୍ୟ ୯୨ ଦିନରୁ ୧୮୦ ଦିନର ଏଫଡି ଉପରେ ୬.୩୫% । ୬୧-୯୧ ଦିନର ଏଫଡି ଉପରେ ୫.୬୦% ଏବଂ ୪୬-୬୦ ଦିନ ଥିବା ଫିକ୍ସ ଡିପୋଜିଟ୍ ଉପରେ ୫.୦୫% ସୁଧ ମିଳିବ । ଏହିଭଳି ୭ ଦିନରୁ ୪୫ ଦିନରେ ପୂରା ହେଉଥିବା ଫିକ୍ସ ଡିପୋଜିଟ୍ ଉପରେ ବ୍ୟାଙ୍କ୍ ୪.୭୦ ରୁ ନେଇ ୪.୯୫% ସୁଧ ଦେବ ।

ସେହିପରି ବନ୍ଧନ ବ୍ୟାଙ୍କ୍ ୨ କୋଟି ରୁ ୫୦ କୋଟି ଏବଂ ତାହାଠାରୁ ଅଧିକ ଏଫଡି ଉପରେ ସୁଧ ଦର ବୃଦ୍ଧି କରିଛି । ୩୬୫ ଦିନରୁ ନେଇ ୧୫ ମାସର ସର୍ବନିମ୍ନ ଅବଧି ପୂରା ହେଉଥିବା ଫିକ୍ସ ଡିପୋଜିଟ୍ ଉପରେ ବ୍ୟାଙ୍କ୍ ୭.୨୫ % ସୁଧ ଦେବା ପାଇଁ ନିଷ୍ପତ୍ତି କରିଛି । ୧୫ ମାସରୁ ନେଇ ୫ ବର୍ଷରୁ କମ୍ ର ଏଫଡି ଉପରେ ସୁଧ ଦର ୬.୧୫% ସୁଧ ଦେବ । ୫ ରୁ ୧୦ ବର୍ଷର ଏଫଡି ଉପରେ ୫% ଏବଂ ୯୧ ଦିନରୁ ୩୬୪ ଦିନ ପର୍ଯ୍ୟନ୍ତ ମ୍ୟାଚ୍ୟୁରିଟି ହେଉଥିବା ଏଫଡି ଉପରେ ସୁଧ ଦର ୬% ରହିଛି । ଏହିଭଳି ୪୬ ଦିନରୁ ୯୦ ଦିନ ପର୍ଯ୍ୟନ୍ତର ଅବଧି ଥିବା ଏଫଡି ଉପରେ ୫.୦୫% ସୁଧ ମିଳିବ । ୭ ଦିନରୁ ୪୫ ଦିନରେ ପୂରା ହେଉଥିବା ଏଫଡି ଉପରେ ୩.୨୫ ପ୍ରତିଶତ ରୁ ୩.୭୫ ପ୍ରତିଶତ ପର୍ଯ୍ୟନ୍ତ ବ୍ୟାଙ୍କ୍ ସୁଧ ଦେଉଛି ।

Get real time updates directly on you device, subscribe now.