fbpx

କରୋନା ଭାଇରସରେ ଏହି ୩ଟି ଲକ୍ଷଣ ପ୍ରଥମେ ଦେଖାଯାଏ ! ଜାଣନ୍ତୁ କିପରି କରିବେ ଚିହ୍ନଟ..

ଦେଶରେ କରୋନା ଭାଇରସ୍ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୦କୁ ବୃଦ୍ଧି ପାଇଛି । ଏହି ମାରାତ୍ମକ ଭାଇରସରେ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ ୨ ଲକ୍ଷ ଅତିକ୍ରମ କରିସାରିଛି । ନିକଟରେ ଏକ ରିପୋର୍ଟରେ ଖୁଲାସା ହୋଇଛି ଯେ, କରୋନା ଭାଇରସକୁ ଜାଣିବା ପାଇଁ ୫ ଦିନର ସମୟ ଯଥେଷ୍ଟ ହୋଇଥାଏ । ୫ ଦିନ ମଧ୍ୟରେ ଶରୀରରେ ୩ଟି ବିଶେଷ ଲକ୍ଷଣ ଚିହ୍ନଟ କରି ଆପଣ ବି କରୋନା ଭୂତାଣୁରୁ ନିଜକୁ ରକ୍ଷା କରିପାରିବେ ।

ଜର୍ଣ୍ଣାଲ ଅଫ୍ ଇଣ୍ଟରନାଲ ମେଡିସିନର ଏକ ରିପୋର୍ଟ ମୁତାବକ, କରୋନା ଭାଇରସର ୩ଟି ଖାସ୍ ଲକ୍ଷଣ ରହିଛି, ଯାହାକୁ ଆପଣ ୫ ଦିନ ମଧ୍ୟରେ ଜାଣିପାରିବେ । ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ..

୧- କରୋନା ସଂକ୍ରମିତ ହେବାର ୫ ଦିନ ମଧ୍ୟରେ ଜଣେ ବ୍ୟକ୍ତିର ଶୁଖିଲା କାଶ ଆରମ୍ଭ ହୋଇଥାଏ ।

୨- ରୋଗୀକୁ ତୀବ୍ର ଜ୍ୱର ହେବା ସହ ତାଙ୍କ ଶରୀରର ତାପମାତ୍ରା ବଢିଯାଇଥାଏ । ବର୍ତ୍ତମାନ ସୁଦ୍ଧା ବହୁ ସ୍ୱାସ୍ଥ୍ୟ ବିଶେଷଜ୍ଞ କରୋନା ଭାଇରସରେ ଅଧିକ ଜ୍ୱର ହେବାର ଦାବି କରିଆସୁଛନ୍ତି ।

୩- କରୋନା ଭାଇରସର ଅଭିଯୋଗ ପରେ ପ୍ରଥମ ୫ ଦିନରେ ବ୍ୟକ୍ତିୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ ।

ଏଥି ସହିତ ଜାତୀୟ ସ୍ୱାସ୍ଥ୍ୟ କେନ୍ଦ୍ର (NHS) ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ କରୋନା ଜୀବାଣୁରେ ସମାନ ଲକ୍ଷଣ ଥିବା ଦାବି କରିଛନ୍ତି। ଏଥିରେ ଶରୀରରେ ଯନ୍ତ୍ରଣା ଏବଂ ଥଣ୍ଡା ଭଳି ସମସ୍ୟା ହେବ ବୋଲି କୁହାଯାଇଛି । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, କରୋନା ଜୀବାଣୁ ଭଳି ଲକ୍ଷଣ ସାଧାରଣ ଥଣ୍ଡା, ଫ୍ଲୁ, ସଂକ୍ରମଣ କିମ୍ବା ନିମୋନିଆ ସହିତ ସମାନ ହୋଇଥାଏ । କିନ୍ତୁ ସାଧାରଣ ଫ୍ଲୁ-ସଂକ୍ରମଣରେ ରୋଗୀ କିଛି ଦିନ ମଧ୍ୟରେ ସୁସ୍ଥ ହେବାକୁ ଲାଗିଥାଏ । ନିମୋନିଆ କିଛି ସପ୍ତାହ କିମ୍ବା ମାସ ପର୍ଯ୍ୟନ୍ତ ରହିଥାଏ ।

Get real time updates directly on you device, subscribe now.