Vastu Tips: ଘରେ ଟାଙ୍ଗିଲେ ଏହି ଫଟୋ, ମାଡ଼ି ଆସିବ ବିପଦ; କ’ଣ ଆପଣ ବି ଲଗାଇଛନ୍ତି କି ଏହା ମଧ୍ୟରୁ କିଛି?
ଘରେ ଟାଙ୍ଗିଲେ ଏହି ଫଟୋ, ମାଡ଼ି ଆସିବ ବିପଦ; କ’ଣ ଆପଣ ବି ଲଗାଇଛନ୍ତି କି ଏହା ମଧ୍ୟରୁ କିଛି?
ଓଡ଼ିଶା ଭାସ୍କର: ଆମେ ନିଜ ଘରର ଶୋଭା ବଢାଇବା ପାଇଁ ବେଳେ ବେଳେ କେତେ ପ୍ରକାରର ସାଜସଜା ଜିନିଷରେ ଘରକୁ ସଜାଇ ଥାଉ। କିନ୍ତୁ ଲୋକମାନେ ଭୁଲବଶତଃ ବେଳେ ବେଳେ ଏଭଳି କିଛି ଜିନିଷ ରେ ଘର ସଜାଇଥାନ୍ତି ଯାହାକି ବାସ୍ତୁ ଶାସ୍ତ୍ର ଅନୁସାରେ ଖରାପ ପ୍ରଭାବ ପକାଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଭୁଲ ଚିତ୍ର ବା ଫୋଟୋ ଲଗାଇବା ଦ୍ଵାରା ଗୃହରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ।
ଆସନ୍ତୁ ଜାଣିବା ସେଇଭଳି କିଛି ଚିତ୍ର ସମ୍ବନ୍ଧରେ ଯାହା ବାସ୍ତୁ ଶାସ୍ତ୍ର ଅନୁସାରେ ଦୁର୍ଭାଗ୍ୟର କାରଣ ଅଟେ:-
୧- ଘରେ କେବେବି ମହାଭାରତ ଯୁଦ୍ଧର ଫୋଟୋ ଲଗାନ୍ତୁ ନାହିଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଦ୍ଵାରା ଗୃହରେ ବାଦ ବିବାଦ ଦେଖା ଦିଏ ଓ ପାରିବାରିକ ଜୀବନରେ ଅଶାନ୍ତି ସୃଷ୍ଟି ହୁଏ।
୨- ଗୃହର କାନ୍ଥରେ ଭୁଲ ରେ ବି କୌଣସି ହିଂସ୍ର ପଶୁର ଛବି ଲଗାନ୍ତୁ ନାହିଁ, ଏହା ଦ୍ୱାରା ଘରେ ଝଗଡା ବଢିଥାଏ।
୩- କେବେବି ଭାଙ୍ଗିଯାଇଥିବା, ବୁଡିଯାଇଥିବା ବା ଅଟକିଥିବା ଜାହାଜର ଚିତ୍ର ଲଗାନ୍ତୁ ନାହିଁ, ଏହା ଦ୍ଵାରା ଜୀବନରେ ମାନସିକ ଅଶାନ୍ତି ବଢିଥାଏ।
୪- ଘରେ ତାଜମହଲ ବା କୌଣସି ସମାଧିର ଫୋଟୋ ଲଗାନ୍ତୁ ନାହିଁ, ଏହା ଦ୍ୱାରା ମନରେ ନାକାରାତ୍ମକ ଚିନ୍ତା ସୃଷ୍ଟି ହୁଏ।
୫- କୌଣସି ନଦୀ, ଝରଣା, ସମୁଦ୍ର ଆଦି ବହିଯାଉଥିବା ପାଣିର ଚିତ୍ର ଲଗାଇଲେ ଅଯଥା ଖର୍ଚ୍ଚ ବଢେ ଓ ଅନେକ ସମସ୍ୟା ଦେଖାଦିଏ।
୬- ଭଗବାନଙ୍କର କୌଣସି ପୁରୁଣା ବା ଚିରାଫଟା ଚିତ୍ର, ଭଙ୍ଗା ମୂର୍ତ୍ତୀ ଗୃହରେ ରଖନ୍ତୁ ନାହିଁ ଏହା ଦ୍ୱାରା ବହୁତ କ୍ଷତି ହୋଇଥାଏ। ଗୃହରେ ଦାରିଦ୍ର୍ୟ ଦେଖା ଦିଏ, ମାନସିକ ଅଶାନ୍ତି, କଳି ଝଗଡା ଲାଗିରୁହେ, ସନ୍ତାନ ମାନଙ୍କର କ୍ଷତି ହୁଏ।
୭- ବାସ୍ତୁ ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ସମୟର ଛବି ଲଗାନ୍ତୁ ନାହିଁ, ଏହା ଅଶୁଭ ଅଟେ।
