fbpx

ଏହି ଲୋକମାନଙ୍କୁ ମିଳିବନି PM Kisaanର ୧୩ତମ କିସ୍ତି: ସରକାରଙ୍କ ତରଫରୁ ଆସିଲା ଏମିତି ନିଷ୍ପତ୍ତି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଦ୍ୱାଦଶ କିସ୍ତି ପ୍ରାୟ ସମସ୍ତ ଆକାଉଣ୍ଟରେ ଡିପୋଜିଟ ହୋଇସାରିଛି । ଏବେ ୧୩ତମ କିସ୍ତିକୁ ଅପେକ୍ଷା କରିଛନ୍ତି କୋଟି କୋଟି ହିତାଧିକାରୀ । କିନ୍ତୁ ଏହା ଭିତରେ ସରକାର ଦେଇଛନ୍ତି ଏକ ବଡ ଖବର । ପିଏମ କିସାନ ଯୋଜନାରେ ଲାଭବାନ ହେଉଥିବା କିଛଇ ଚାଷୀଙ୍କୁ ଆଗାମୀ କିସ୍ତି ମିଳିପାରିବ ନାହିଁ । ତେବେ ଏଥିପାଇଁ ହିତାଧିକାରୀମାନଙ୍କୁ ଏକ ଡକ୍ୟୁମେଣ୍ଟ ଅପଡେଟ କରିବାକୁ ପଡିବ ବୋଲି ସରକାର ସୂଚନା ଦେଇଛନ୍ତି ।

କୃଷକମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ପିଏମ କିସାନ ସମ୍ମାନ ନିଧି ଯୋଜନା ଚଲାଉଛନ୍ତି । ଏହି ଯୋଜନାରେ ଚାଷୀମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ପାଇଥାନ୍ତି ହିତାଧିକାରୀ । ଗତ ଅକ୍ଟୋବରରେ କୃଷକମାନଙ୍କୁ ଏହାର ଦ୍ୱାଦଶ କିସ୍ତି ମିଳିସାରିଥିବା ବେଳେ ଏବେ ୧୩ତମ କିସ୍ତିକୁ ଅପେକ୍ଷା କରିଛନ୍ତି କୃଷକ । କିନ୍ତୁ ଏ ନେଇ ଏକ ବଡ ଅପଡେଟ ଆଣିଛନ୍ତି ସରକାର । ହିତାଧିକାରୀ ମାନଙ୍କୁ ଆଗାମୀ କିସ୍ତି ପାଇଁ ନିଜର ରାସନ କାର୍ଡର ସଫ୍ଟ କପି ଦେଇ ରେଜିଷ୍ଟ୍ରେସନ କରିବାକୁ ପଡିବ । ସମସ୍ତ ଡକ୍ୟୁମେଣ୍ଟ ଏବଂ ଏହାର ପିଡିଏଫ ଅପଲୋଡ କରିବା ସହ ଇ-କେୱାଇସି ମଧ୍ୟ କରିବା ବାଧ୍ୟତାମୂଳକ ହେବ । ନଚେତ କୃଷକମାନଙ୍କ ଆକାଉଣ୍ଟକୁ ଯୋଜନାର ୧୩ତମ କିସ୍ତି ପଠାଯିବ ନାହିଁ ।

ପୂର୍ବରୁ ନିଜ ନାଁ ରେଜିଷ୍ଟ୍ରେସନ ପାଇଁ ସମସ୍ତ ଡକ୍ୟୁମେଣ୍ଟର ହାର୍ଡ କପି ଡିପୋଜିଟ କରୁଥିଲେ କୃଷକ । କିନ୍ତୁ ଏହି ନିୟମରେ ଏବେ ହୋଇଛି ପରିବର୍ତ୍ତନ । ତେଣୁ ନୂଆ ନିୟମ ଅନୁସାରେ ହିତାଧିକାରୀମାନଙ୍କୁ ଆଗାମୀ କିସ୍ତି ପାଇବା ପାଇଁ ହେଲେ ପ୍ରକେଥ୍ୟକ ଡକ୍ୟୁମେଣ୍ଟର ସଫ୍ଟ କପି ଅପଲୋଡ କରିବାକୁ ହେବ । ତେବେ କିଛି ହିତାଧିକାରୀମାନଙ୍କୁ ଏବେ ପର୍ଯ୍ୟନ୍ତ ଦ୍ୱାଦଶ କିସ୍ତିର ଟଙ୍କା ମିଳିପାରି ନାହିଁ । ତେଣୁ ଚଳିତ ନଭେମ୍ବରରେ ଏହି ଟଙ୍କା ସେମାନଙ୍କ ଆକାଉଣ୍ଟକୁ ପଠାଯିବ ।

Get real time updates directly on you device, subscribe now.