fbpx

ଅଲୋଡା ରେକର୍ଡ : ଆଇପିଏଲରେ ଶୂନ୍ୟରେ ଆଉଟ୍ ହେବାରେ ସବୁଠୁ ଆଗରେ ଅଛନ୍ତି ରୋହିତଙ୍କ ସହ ଏହି ୫ ଖେଳାଳି

ନୂଆଦିଲ୍ଲୀ : ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ରବିବାରଠୁ ଆରମ୍ଭ ହେଉଛି । ଏହା ପୂର୍ବରୁ ଆମେ ଏକ ରୋଚକ ରେକର୍ଡ ଜଣାଇବାକୁ ଯାଉଛୁ । ଏହି ରେକର୍ଡ ହେଉଛି ଆଇପିଏଲରେ କେଉଁ ଖେଳାଳି ସର୍ବାଧିକ ଥର ଶୂନ୍ୟରେ ଆଉଟ୍ ହୋଇଛନ୍ତି । ଏ ପର୍ଯ୍ୟନ୍ତ ଆଇପିଏଲ୍ ଇତିହାସରେ ସବୁଠୁ ଅଧିକ ଥର ଶୂନ୍ୟରେ ଆଉଟ୍ ହେବାର ରେକର୍ଡ ପାଞ୍ଚ ଖେଳାଳିଙ୍କ ନାମରେ ରହିଛି ।

ଏଥିରେ ରୋହିତ ଶର୍ମା, ଆଜିଙ୍କ୍ୟ ରାହାଣେ, ହରଭଜନ ସିଂହ, ପାର୍ଥିବ ପଟେଲ୍ ଓ ଅମ୍ବତି ରାୟୁଡୁ ସାମିଲ୍ । ଏହି ପାଞ୍ଚ ଖେଳାଳି ୧୩-୧୩ ଥର ଶୂନ୍ୟରେ ଆଉଟ୍ ହେବାର ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି । ପାର୍ଥିବ ଆଇପିଏଲରୁ ସନ୍ନ୍ୟାସ ନେଇ ସାରିଛନ୍ତି । ବାକି ୪ ଖେଳାଳି ଏବେ ମଧ୍ୟ ଆଇପିଏଲ୍ ଖେଳୁଛନ୍ତି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିଏ ଭୁଲ୍ ସେମାନଙ୍କ ଉପରେ ଭାରି ପଡିପାରେ ।

ରୋହିତ, ରାହାଣେ, ହରଭଜନ ଓ ରାୟୁଡୁଙ୍କ ମଧ୍ୟରୁ ଯିଏ ଆଉ ଥରେ ଶୂନ୍ୟରେ ଆଉଟ୍ ହେବ ତାଙ୍କ ନାମରେ ଏହି ଲଜ୍ଜାଜନକ ରେକର୍ଡ ହୋଇଯିବ । ଏହା ପରେ ମଧ୍ୟ ରୋହିତ ଶର୍ମା ଲିଗରେ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଚତୁର୍ଥ ସ୍ଥାନରେ ଅଛନ୍ତି । ରୋହିତ ୨୦୭ ମ୍ୟାଚରେ ୫୪୮୦ ରନ କରିଛନ୍ତି ।

ଏହା ବ୍ୟତୀତ ଲିଗରେ ଆହୁରି ୪ ଖେଳାଳି ଅଛନ୍ତି ଯେଉଁମାନେ ୧୨-୧୨ ଥର ଶୂନ୍ୟରେ ଆଉଟ୍ ହୋଇଛନ୍ତି । ଏଥିରେ ପିୟୂଷ ଚାୱାଲା, ମନଦୀପ ସିଂହ, ମନିଷ ପାଣ୍ଡେ ଓ ଗୌତମ ଗମ୍ଭୀରଙ୍କ ନାମ ସାମିଲ୍ । ଏହା ପରେ ଗ୍ଲେନ ମ୍ୟାକ୍ସୱେଲ ଓ ଦିନେଶ କାର୍ତ୍ତିକଙ୍କ ନାମ ରହିଛି । ଏହି ଦୁଇ ଖେଳାଳି ୧୧-୧୧ ଥର ଖାତା ନଖୋଲି ପାଭିଲିୟନ ଫେରିଛନ୍ତି ।

Get real time updates directly on you device, subscribe now.