fbpx

ରିସର୍ଚ୍ଚରୁ ବଡ ଖୁଲାସା; ୩୪ ପ୍ରକାର କ୍ୟାନ୍ସରକୁ ନିମନ୍ତ୍ରଣ କରିଥାଏ ଏହିସବୁ ଖାଦ୍ୟ

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ କର୍କଟ ଦିବସ । କ୍ୟାନସର ରୋଗ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଫେବୃୟାରୀ ୪ ତାରିଖକୁ ବିଶ୍ୱ କ୍ୟାନସର ଦିବସ ରୂପେ ପାଳନ କରାଯାଉଛି । ପ୍ରାରମ୍ଭିକ ସ୍ତରରେ ଏହାକୁ ନିର୍ଣ୍ଣୟ କରାଯାଇ ପାରିଲେ ଏଥିରୁ କିଛି ଆରୋଗ୍ୟ ଲାଭ ହୋଇପାରିବ । ମାତ୍ର ଏଥିରେ ବିଳମ୍ବ କଲେ ଜୀବନ ସଂକଟାପନ୍ନ ହୋଇଥାଏ । କର୍କଟ ରୋଗର ପ୍ରମୁଖ କାରଣ ଗୁଡ଼ିକ ମଧ୍ୟରେ ତମାଖୁ ସେବନ, ମଦ୍ୟପାନ, ଖାଦ୍ୟ ପଦାର୍ଥରେ ରାସାୟନିକ ଦ୍ରବ୍ୟର ବ୍ୟବହାର ଓ କିଛି ଭୂତାଣୁ ଜନିତ ସଂକ୍ରମଣ ଅନ୍ତର୍ଭୁକ୍ତ । କିନ୍ତୁ ବର୍ତ୍ତମାନ ସମୟରେ ଆମର ଦୈନନ୍ଦିନ ଖାଦ୍ୟପେୟ ଏତେମାତ୍ରାରେ ଖରାପ ହୋଇଗଲାଣି ଯେ, ଆମେ ପ୍ରତ୍ୟେକ ଦିନ କୟାନ୍ସପରି ରୋଗକୁ ଖାଦ୍ୟମାଧ୍ୟମରେ ଗ୍ରହଣ କରୁଛୁ । ଯାହାକି ପରବର୍ତ୍ତି ସମୟରେ ଆମକୁ ବିପଦରେ ପକାଉଛି । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ପ୍ରକାର ଖାଦ୍ୟ ଆମ ସ୍ୱାସ୍ଥ୍ୟପ୍ରତି ବିପଜ୍ଜନକ ହୋଇଥାଏ ।

ତେବେ ବିଶେଷଜ୍ଞମାନଙ୍କ ଦ୍ୱାରା ହୋଇଥିବା ରିସର୍ଚ୍ଚ ଅନୁଯାୟୀ, ବ୍ରିଟେନର ପ୍ରାୟ ୧,୯୭,୦୦୦ ଲୋକଙ୍କ ଉପରେ ଏକ ଅଧ୍ୟୟନ କରାଯାଇଥିଲ । ଯେଉଁଥିରୁ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଜଙ୍କ ଫୁଡ୍ କିମ୍ବା ଅଲ୍ଟ୍ରା ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ଦ୍ୱାରା କର୍କଟ ରୋଗ ହୋଇପାରେ ଏବଂ ଏହା ଆପଣଙ୍କ ଜୀବନ ମଧ୍ୟ ନେଇପାରେ ।
ଗବେଷଣା ପରେ ଆସିଲା ଆଶ୍ଚର୍ୟ୍ୟଜନକ ତଥ୍ୟ: ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ହୋଇଥିବା ଅଧ୍ୟୟନରେ ଅଧିକାଂଶ ଯୁବକ ଏବଂ ମହିଳା ଅନ୍ତର୍ଭୁକ୍ତ ହୋଇଥିଲେ । ଯେଉଁମାନଙ୍କ ପରିବାରର କୌଣସି ବି ସଦସ୍ୟ କ୍ୟାନ୍ସର ରୋଗରେ ପିଡିତ ନଥିଲେ । ତେବେ ରିପୋର୍ଟରୁ ଏପରି ଏକ ତଥ୍ୟ ପ୍ରକାଶ ପାଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ରିସର୍ଚ୍ଚ ଅନୁଯାୟୀ, ଏହା ଜଣାପଡିଛି ଯେ ଅଧିକାଂଶ ମହିଳାଙ୍କ ଠାରେ ଓଭାରି କ୍ୟାନ୍ସର ହେବାର ଆଶଙ୍କା ଦେଖିବାକୁ ମିଳିଥିଲା। ଯାହାକି ଆମ ଦୈନନ୍ଦନ ଜୀବନ ଶୈଳୀ ଏବଂ ଆମ ଖାଦ୍ୟ ଆମ ଖାଦ୍ୟ ଅଭ୍ୟାସ ସହ ଜଡିତ । ତେବେ ଏଙାକି ନେଇ ବିଶେଷ ସତର୍କ ହେବା ନିନ୍ୟାନ୍ତ ଆବଶ୍ୟକ ।

ଏହି ଖାଦ୍ୟଗୁଡ଼ିକ ସୃଷ୍ଟି କରେ ୩୪ ପ୍ରକାରର କ୍ୟାନ୍ସର: ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ମେଡିସିନରେ ପ୍ରକାଶିତ ଏକ ଅଧ୍ୟୟନରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଅଲ୍ଟ୍ରା-ପ୍ରକ୍ରିୟାକୃତ ଖାଦ୍ୟ କିମ୍ବା ଜଙ୍କ ଫୁଡ୍ ଖାଇବା ଦ୍ୱାରା ଆପଣଙ୍କୁ ଗୋଟିଏ ନୁହେଁ ବରଂ ୩୪ ଟି ବିଭିନ୍ନ ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା ରହିଥାଏ। ଯାହାକି ପରବର୍ତ୍ତି ସମୟରେ ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ଏଥିସହିତ ଜୀବନଯିବାର ସମ୍ଭାବନାକୁ ମଧ୍ୟ ବୃଦ୍ଧି କରିଦିଏ । ତେବେ ବୈଜ୍ଞାନିକ ମାନେ ଏହି ଅଧ୍ୟୟନ ପାଇଁ ପ୍ରାୟ ୧,୯୭, ୪୨୬ ଜଣ ଲୋକଙ୍କ ଫୁଡ ହାବିଟକୁ ତନ ତନ କରି ଯାଞ୍ଚ କରିଥିଲେ । ତେଣୁ ଏହାକୁ ନେଇ ଅନୁସନ୍ଧାନକାରୀଙ୍କ କହିବା ଅନୁଯାୟୀ ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ୨ ପ୍ରତିଶତ ହୋଇଥାଏ ଏବଂ ଏଥିରେ ୬ ପ୍ରତିଶତ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଥାଏ । ତେବେ ଏହି ଜଙ୍ଗଫୁଡ ଏବଂ ତେଲଭାଜି ଜିନିଷ ସେବନ କରିବା ଦ୍ୱାରା ଓଭାରି କ୍ୟାନସର ହେବାର ଆଶଙ୍କା ୧୯ ପ୍ରତିଶତ ବଢିପାରେ ଏବଂ ମୃତ୍ୟୁ ହେବାର ଆଶଙ୍କା ଥିବା ୩୦ ପ୍ରତିଶତ ବୃଦ୍ଧି ପାଇପାରନ୍ତି।

କର୍କଟ ରୋଗ ପାଇଁ ଦାୟୀ ଏହିସବୁ ଜିନିଷ:ଏହିପରି ଅନେକ ଜିନିଷ ଅଛି ଯାହା କର୍କଟ ସୃଷ୍ଟି କରୁଥିବା ଜଙ୍କ ଫୁଡ୍ କିମ୍ବା ଅଲ୍ଟ୍ରା-ପ୍ରକ୍ରିୟାକୃତ ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ । ଯାହାକୁ ଆମେ ସାଧାରଣତଃ ଆମ ଦୈନନ୍ଦିନ ଜୀବନରେ ଖାଇଥାଉ । ତେବେ ଏହି ଫୁଡଗୁଡିକର ନାମ ହେଉଛି – ତେଲିଆ ଖାଦ୍ୟ, ଆଇସ୍କ୍ରିମ୍, ସସ୍, ହଟ୍ ସୁପ୍, ସୋଡା, ସସ୍, ପ୍ୟାକ୍ ହୋଇଥିବା ସୁପ୍, ଫ୍ରୋଜେନ୍ ପିଜା, କୁକିଜ୍, ଫ୍ରେଞ୍ଚ୍ ଫ୍ରା, କେକ୍, କ୍ୟାଣ୍ଡି, ଆଦି ସମସ୍ତ ପ୍ରକାରର ଖାଦ୍ୟ ଖାଇବା କୁ ପ୍ରସ୍ତୁତ । ଏହି ସବୁ ଜିନିଷ ଖାଇବା ଅତ୍ୟନ୍ତ ସ୍ୱାଦିଷ୍ଟ ଦେଖାଯାଏ, କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହାକୁ ଖାଇବା ଅତ୍ୟନ୍ତ ବିପଜ୍ଜନକ ।

 

Get real time updates directly on you device, subscribe now.