fbpx

ଜ୍ୱର, କାଶ ନଥିଲେ ବି ରୁହନ୍ତୁ ସାବଧାନ: ନୂଆ କରୋନା ଷ୍ଟ୍ରେନରେ ଦେଖାଦେଇଥାଏ ଏହିସବୁ ଭୟଙ୍କର ଲକ୍ଷଣ

ଦେଶରେ ଦୈନିକ ଏକ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଥଣ୍ଡା, ଜ୍ୱର, କାଶ ଆଦି ଏହି ମହାମାରୀର ସାଧାରଣ ଲକ୍ଷଣ ବୋଲି ଆମେ ପୂର୍ବରୁ ଜାଣିଛେ । ମାତ୍ର ସଂପ୍ରତି କରୋନାର ନୂଆ ଷ୍ଟ୍ରେନର ନୂଅ ଲକ୍ଷଣ ଦେଖିବାକୁ ମିଳିଲାଣି । ଆସନ୍ତୁ ଜାଣିବା ସେହି ଲକ୍ଷଣଗୁଡ଼ିକ ବିଷୟରେ:-

– ଚୀନରେ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ନୂଆ ଷ୍ଟ୍ରେନରେ କିଛି ବିଶେଷ ଲକ୍ଷଣ ଦେଖାଦେଇଥାଏ । ଏହି ନୂତନ ସଂକ୍ରମଣରେ ବ୍ୟକ୍ତିର ଆଖି ସାମାନ୍ୟ ଲାଲ କିମ୍ବା ଗୋଲାପୀ ରଙ୍ଗ ହୋଇପାରେ । ଏଥିସହିତ ଆଖିରୁ ପାଣି ଗଡ଼ିବା, ଫୁଲିବା ଆଦି ଲକ୍ଷଣ ଦେଖାଦେଇଥାଏ ।

– ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ ଅଡିଓଲୋଜିର ଏକ ରିପୋର୍ଟ ଅନୁଯାୟୀ, ନୂଆ ଷ୍ଟ୍ରେନ ଦ୍ୱାରା କାନରେ ସମସ୍ୟା ଦେଖାଦେଇଥାଏ । ପରୀକ୍ଷଣରେ ଭାଗନେଇଥିବା ପ୍ରାୟ ୫୬ ପ୍ରତିଶତ ଲୋକଙ୍କ ଠାରେ ଏହି ଅସୁବିଧା ଦେଖାଦେଇଥିଲା ।

– ବିଶେଷଜ୍ଞଙ୍କ ମତରେ ନୂଆ ଷ୍ଟ୍ରେନ ଦ୍ୱାରା ପେଟ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏହି ଷ୍ଟ୍ରେନ ସଂକ୍ରମଣରେ ଡାଇରିଆ, ବାନ୍ତି, ହଜମ ସମସ୍ୟା, ପେଟ ଯନ୍ତ୍ରଣା ଆଦି ଲକ୍ଷଣ ଦେଖାଦେଇଥାଏ ।

– ଅଧିକ ସମୟ ପର୍ଯ୍ୟନ୍ତ ଜଣଙ୍କ ଦେହରେ ଏହି ଷ୍ଟ୍ରେନ ରହିବା ଦ୍ୱାରା ନିଦ ସମସ୍ୟା ଓ ସ୍ମରଣଶକ୍ତି ହ୍ରାସ ଆଦି ଲକ୍ଷଣ ଦେଖାଦେଇଥାଏ । ଏଥିସହ ଶରୀରରେ ହୃଦସ୍ପନ୍ଦନ ବହୁତ ତେଜ ହୋଇଯାଏ । ଏତଦବ୍ୟତୀତ ମାଂସପେଶୀରେ ଯନ୍ତ୍ରଣା ହେବା ସହ ରୋଗୀକୁ ଅଶାନ୍ତ ଅନୁଭବ ହୋଇଥାଏ ।

Get real time updates directly on you device, subscribe now.