ଫ୍ୟାଟି ଲିଭର ଏବଂ ଡାଇବେଟିସ୍ ଭଳି ରୋଗ ହୋଇଛି କି? ଜାଣନ୍ତୁ ଘରେ ବସି ବଡ଼ ରୋଗ ଚିହ୍ନିବାର ସହଜ ଉପାୟ
ଫ୍ୟାଟି ଲିଭର ଏବଂ ଡାଇବେଟିସ୍ ଭଳି ରୋଗ ହୋଇଥିଲେ ଶରୀରରେ ଦେଖାଯାଏ ଏହି ଲକ୍ଷଣ ।ଜାଣନ୍ତୁ ଘରେ ବସି ଏହି ବଡ଼ ରୋଗ କିପରି ଚିହ୍ନିବେ?
Fatty liver and pre diabetes symptoms: ଫ୍ୟାଟି ଲିଭର ସମସ୍ୟା ଏବେ ବିଶ୍ୱରେ ଖୁବ୍ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଭିତରୁ ଗୋଟିଏ। ଯାହା ଚୁପ୍ ଚାପ୍ ଶରୀରରକୁ ଆକ୍ରାନ୍ତ କରିଥାଏ। କାହାକୁ ଜଣା ବି ପଡ଼ି ନଥାଏ ଯେ ତାଙ୍କ ଲିଭର ଡ୍ୟାମେଜ୍ ହେଉଛି। ଯେବେ କି ସ୍ଥିତି ଗମ୍ଭୀର ହୋଇଯାଇଥାଏ।
ଅଧିକାଂଶ ଲୋକ ଜାଣନ୍ତି ଅଧିକ ମଦ୍ୟପାନ କରିବା ଦ୍ୱାରା ଲିଭର ଖରାପ ହୋଇଯାଇଥାଏ। କିନ୍ତୁ ଫ୍ୟାଟି ଲିଭର କେବଳ ମଦ୍ୟପାନ ପାଇଁ ନୁହେଁ, ବରଂ ମୋଟାପଣ, ଟାଇପ୍-2 ଡାଇବେଟିସ୍ , ହାଇ ବ୍ଲଡ୍ ପ୍ରେସର ଓ ହାଇକୋଲେଷ୍ଟ୍ରୋଲ ଲିଭରରେ ଫ୍ୟାଟ୍ ଜମା କରି ଦେଇଥାଏ। ଏହାକୁ ନନ୍ ଆଲକୋହଲିକ୍ ଫ୍ୟାଟି ଲିଭର ଡିଜିଜ୍ କୁହାଯାଇଥାଏ। ସଠିକ୍ ସମୟରେ ଏହାର ଚିକିତ୍ସା ନହେଲେ ପରବର୍ତ୍ତୀ ସମୟରେ ଏହା ଏକ ବଡ଼ ରୂପ ନେଇପାରେ।
ତେବେ ଆସନ୍ତୁ ଜାଣିବା ଆମେ ଘରେ ବସି କିପରି ଜାଣିବା ଆମକୁ ଫ୍ୟାଟି ଲିଭର କିମ୍ବା ଡାଇବେଟିସ ହୋଇଛି ।
ଏବେ ବିନା ବ୍ଲଡ ଟେଷ୍ଟରେ ଲିଭର ସ୍ୱାସ୍ଥ୍ୟ ଏବଂ ପ୍ରି-ଡାଇବେଟିସ୍ ହୋଇଛି କି ନାହିଁ ଜାଣିପାରିବା। ଶରୀରରେ ଦେଖାଯାଉଥିବା କିଛି ଲକ୍ଷଣ ଇନସୁଲିନ୍ ରେଜିଷ୍ଟେନ୍ସ ଏବଂ ଫ୍ୟାଟି ଲିଭର ଆଡ଼କୁ ଇସାରା କରେ। ଆସନ୍ତୁ ଜାଣିବା କିପରି ଘରେ ଫ୍ୟାଟି ଲିଭର ଏବଂ ପ୍ରି-ଡାଇବେଟିସ୍ ଚିହ୍ନଟ କରିବେ।
1- ଯଦି ପେଟ ଅତ୍ୟଧିକ ବାହାରିଥିବା ଏବଂ ଯଦି ଛୁଇଁବା ମାତ୍ରେ କଷ୍ଟ ଅନୁଭବ ହୁଏ, ତେବେ ଏହା ଅଙ୍ଗ ଚାରିପାଖରେ ଚର୍ବି ଜମାକୁ ସୂଚାଇପାରେ। ଏହି ଅବସ୍ଥା ଫ୍ୟାଟି ଲିଭର ଏବଂ ମେଟାବୋଲିକ୍ ସମସ୍ୟା ସହିତ ଜଡିତ ହୋଇପାରେ।
2- ଗଳା, କାନ୍ଧ କିମ୍ବା କାଖ ଅଞ୍ଚଳରେ ଛୋଟ ମାଂସପିଣ୍ଡ ଭଳି ଗଠନ ଦେଖାଦେଲେ, ଯାହାକୁ ସ୍କିନ୍ ଟ୍ୟାଗ୍ କୁହାଯାଏ, ଏହା ଇନ୍ସୁଲିନ୍ ରେଜିଷ୍ଟେନ୍ସର ପ୍ରାରମ୍ଭିକ ସଙ୍କେତ ହୋଇପାରେ।
3- ପାଦର ଗଣ୍ଠି ଅଞ୍ଚଳରେ ଲାଲ କିମ୍ବା ବାଇଗଣୀ ସୂକ୍ଷ୍ମ ରେଖା ଦେଖାଦେଲେ ଏହା ବ୍ଲର୍ଡ ସର୍କୁଲେସନ ସମସ୍ୟା ଓ ଇନ୍ସୁଲିନ୍ ରେଜିଷ୍ଟେନ୍ସ ସହ ଜଡିତ ସଙ୍କେତ ହୋଇପାରେ।
4- ଯେତେବେଳେ ଆପଣଙ୍କ ମୁହଁ ଫୁଲିଯାଏ ଏବଂ ଆପଣଙ୍କ ଗାଲହାଡ଼ ସ୍ପଷ୍ଟ ଭାବରେ ଦେଖାଯାଏ ନାହିଁ, ଏଗୁଡ଼ିକ ଫ୍ୟାଟି ଲିଭରର ଲକ୍ଷଣ ହୋଇପାରେ। ଯେତେବେଳେ ଲିଭର ଗୁରୁତର ଭାବରେ ପ୍ରଭାବିତ ହୁଏ, ଏହା ଠିକ୍ ଭାବରେ କାର୍ଯ୍ୟ କରିପାରିବ ନାହିଁ, ଶରୀରରେ ପାନୀୟ ସମତୁଳନ ବିଗଡିଯାଇ ମୁହଁରେ ଫୁଲିବା ଆରମ୍ଭ କରେ ।
5- ଯଦି ଆପଣଙ୍କର ରକ୍ତଚାପ ନିରନ୍ତର ଭାବରେ 140/90 mmHg (ଯଥା, 145 କିମ୍ବା 150) ଉପରେ ରହେ, ତେବେ ଏହା ଇନସୁଲିନ୍ ପ୍ରତିରୋଧର ଏକ ଲକ୍ଷଣ ହୋଇପାରେ ଏବଂ ଏହା ହୃଦୟ ପାଇଁ ମଧ୍ୟ ବିପଦପୂର୍ଣ୍ଣ।
6- ଫ୍ୟାଟି ଲିଭର ଏବଂ ପ୍ରିଡାଇବେଟିସର ଲକ୍ଷଣଗୁଡ଼ିକୁ କମ କରିବା ପାଇଁ, ନିୟମିତ ବ୍ୟାୟାମ କରନ୍ତୁ। ଚିନି ଏବଂ ରିଫାଇନ୍ କାର୍ବୋହାଇଡ୍ରେଟ୍ ସୀମିତ କରନ୍ତୁ। ନିୟମିତ ଭାବରେ ଆପଣଙ୍କର ବ୍ଲଡ୍ ସୁଗର୍ ଓ ବ୍ଲଡ୍ ପ୍ରେସର୍ ଯାଞ୍ଚ କରନ୍ତୁ। କୌଣସି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ ଏବଂ ଆବଶ୍ୟକ ହେଲେ ଡାକ୍ତରୀ ପରାମର୍ଶ ନିଅନ୍ତୁ।
