fbpx

ଆପଣଙ୍କ ଶରୀରରେ ଆୟୋଡିନର ଅଭାବ ହେଲେ ଦେଖାଦେଇଥାଏ ଏହିସବୁ ଲକ୍ଷଣ, ଏହାକୁ କଦାପି ଅଣଦେଖା କରନ୍ତୁ ନାହିଁ

ଶରୀରର ବିକାଶରେ ଆୟୋଡିନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମୁଖ୍ୟତଃ ଆମ ଶରୀରରେ ଥାଇରଏଡ୍ ହରମୋନ୍ ତିଆରି ପାଇଁ ଆୟୋଡିନ ଆବଶ୍ୟକ ହୋଇଥାଏ । ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥର ସୂଚନା ଅନୁଯାୟୀ, ଜଣେ ବୟସ୍କ ଲୋକଙ୍କ ପାଇଁ ପ୍ରତ୍ୟେକ ଦିନ ୧୫୦ ମାଇକ୍ରୋଗ୍ରାମ ଆୟୋଡିନ ଆବଶ୍ୟକ । ସେହିପରି ଜଣେ ଗର୍ଭବତୀଙ୍କ ପାଇଁ ୨୨୦ ମାଇକ୍ରୋଗ୍ରାମ ଓ ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ୨୯୦ ମାଇକ୍ରୋଗ୍ରାମ ଆୟୋଡିନର ଆବଶ୍ୟକତା ଥାଏ ।

  • ଆୟୋଡିନଯୁକ୍ତ ଲୁଣର ବ୍ୟବହାର କରିବା ଦ୍ୱାରା ପ୍ରାୟ ଲୋକଙ୍କଠାରେ ଏହାର ଅଭାବ ଦେଖାଯାଏ ନାହିଁ । ତଥାପି ଏହାକୁ ଅଣଦେଖା କରିବା ଅନୁଚିତ । ଆସନ୍ତୁ ଜାଣିବା ଶରୀରରେ ଆୟୋଡିନର ଅଭାବ ହେଲେ କଣ ସବୁ ଲକ୍ଷଣ ଦେଖାଦେଇଥାଏ:-
  • ଥାଇରଏଡ୍ ଗ୍ରନ୍ଥି ବୃଦ୍ଧି ହେବା ଆୟୋଡିନ ଅଭାବର ପ୍ରଥମ ଲକ୍ଷଣ । ଫଳରେ ନିଃଶ୍ୱାସ, ପ୍ରଶ୍ୱାସ ନେବା ଆଣିବାରେ କଷ୍ଟ ଅନୁଭବ ହୋଇଥାଏ । ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ।
  • ଆୟୋଡିନ ହେଉଛି ଶରୀର ପାଇଁ ଏକ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ, ଯାହା ଶରୀରରେ ପ୍ରତ୍ୟେକ ଟିସୁରେ ରହିଥାଏ । ତେଣୁ ଏହାର ଅଭାବରେ ଶରୀରରେ ଥକ୍କାପଣ, କୋଷ୍ଠକାଠିନ୍ୟ ଓ ଓଜନ ବୃଦ୍ଧି ଆଦି ସମସ୍ୟା ଦେଖାଦେଇଥାଏ ।
  • ଆୟୋଡିନ ଅଭାବରେ କେଶ ଝଡ଼ିବା, ଚର୍ମ ଶୁଷ୍କ ହେବା ସହ ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ । ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ ଆୟୋଡିନର ଅଭାବ ବେଶୀ ମାତ୍ରାରେ ଦେଖାଦେଇଥାଏ । ଯେ କୌଣସି ବୟସର ମହିଳା ଏଥିରେ ଆକ୍ରାନ୍ତ ହୋଇପାରନ୍ତି ।
  • ସେଥିପାଇଁ ଗର୍ଭଧାରଣ କରୁଥିବା ମହିଳାମାନେ ଅଧିକ ଆୟୋଡିନଯୁକ୍ତ ଖାଦ୍ୟ ଗ୍ରହଣ କରିବା ଉଚିତ । କାରଣ ଏହାର କୁପ୍ରଭାବ ଶିଶୁର ବିକାଶ ଉପରେ ପଡ଼ିବାର ସମ୍ଭାବନା ଥାଏ । ବୟସ୍କଙ୍କଠାରେ ଆୟୋଡିନର ଅଭାବ ହେଲେ ଏହାର ପ୍ରଭାବରେ ମାନସିକ ସ୍ଥିତି ବିଗିଡ଼ିବା ସହ କାର୍ଯ୍ୟ କରିବାର କ୍ଷମତା ହ୍ରାସ ପାଇଥାଏ ।
  • ଆପଣଙ୍କ ଶରୀରରେ ଆୟୋଡିନର ଅଭାବ ବିଷୟରେ ଜାଣିବା ପାଇଁ ଡାକ୍ତରଙ୍କ ସହ ପରାମର୍ଶ ଅନୁଯାୟୀ ପରୀସ୍ରା ଟେଷ୍ଟ କରିବା ଜରୁରୀ । ଏଥିସହ ଆୟୋଡିନଯୁକ୍ତ ଲୁଣ ବ୍ୟତୀତ ମାଛ, କ୍ଷୀର, ପନିର, ଦହି, ଅଣ୍ଡା ଆଦି ଖାଦ୍ୟ ପର୍ଯ୍ୟାପ୍ତ ମାତ୍ରାରେ ଖାଇବା ଉଚିତ ।

Get real time updates directly on you device, subscribe now.