fbpx

ସ୍କୁଟିରେ ଲାଗିଥିଲା ଲକ୍, ତଥାପି ଯୁବତୀଙ୍କୁ ଏମିତି ବୋକା ବନାଇଦେଲା ନୂଆ ଷ୍ଟାଇଲର ଚୋର

ନୂଆଦିଲ୍ଲୀ: ଆମେ ସାଧାରଣତଃ ନିଜର ଗାଡ଼ିକୁ ସୁରକ୍ଷିତ ରଖିବ ପାଇଁ ତଥା ଚୋରିରୁ ବର୍ତ୍ତିବା ପାଇଁ ସେଥିରେ ଲକ୍ ପକାଇଥାଉ । ତେବେ ଅନେକ କ୍ଷେତ୍ରରେ ଲକ ପକାଇବା ପରେ ମଧ୍ୟ ଗାଡ଼ି ଚୋରି ହୋଇଯାଇଥାଏ । ଆଜିକାଲିର ଚୋରମାନେ ନୂଆ ନୂଆ ତରିକାରେ ଚୋରି କରୁଥିବାର ଦେଖାଯାଉଛି । ଏପରି ଏକ ନୂଆ ଷ୍ଟାଇଲର ଚୋର ଜଣେ ଯୁବତୀଙ୍କୁ ଚୁନା ଲଗାଇଛନ୍ତି । ଏହି ଖବରଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଜଣାପଡ଼ିଛି ଯେ, ଚୋରଟି ପ୍ରଥମେ ରାସ୍ତାକଡ଼ାରେ ଥୁଆ ହୋଇଥିବା ଏକ ସ୍କୁଟି ପାଖକୁ ଯାଇଥିଲା । ତା’ପରେ ସେ ସ୍କୁଟିଟି ଲକ୍ ହୋଇଛି କି ନା ତାହା ଦେଖିବା ପରେ ନିଜର ଦିମାଗ୍ ଲଗାଇଥିଲା । ଚୋରଟି ସ୍କୁଟିର ସାଇଲେନ୍ସରେ ଏକ କପଡ଼ା ଲଗାଇ ଦେଇ ସେ ସ୍ଥାନରୁ ଚାଲିଯାଇଥିଲା । ଏହାପରେ ସ୍କୁଟିର ମାଲିକ ଯୁବତୀ ଜଣଙ୍କ ଆସି ଷ୍ଟାର୍ଟ କରନ୍ତି ତ ଗାଡ଼ିଟି ଷ୍ଟାର୍ଟ ହୋଇନଥିଲା । ଏହାପରେ ଚୋରଟି ଯୁବତୀଙ୍କ ପାଖକୁ ଆସି ସାହାଯ୍ୟ କରିବାର ବାହାନା ଦେଖାଇ ଥିଲା । ପୁଣି ଚୋରଟି ଗାଡ଼ିକୁ ଷ୍ଟାର୍ଟ କରିବାର ବାହାନା କରିଥିଲା । ଅନ୍ୟପଟେ ଯୁବତୀ ଜଣଙ୍କ ସମସ୍ୟାରେ ବିଚଳିତ ହୋଇ ଫୋନରେ କଥା ହେବାରେ ଲାଗିଥିଲେ । ଏହି ସମୟର ସୁଯୋଗ ନେଇ ଚୋରି ସାଇଲେନ୍ସରରୁ କପଡ଼ା ହଟାଇ ଦେଇ ଗାଡ଼ି ଧରି ଚମ୍ପଟ ମାରିଥିଲା । ନିଜ ଆଖି ସାମ୍ନାରୁ ସ୍କୁଟି ଗାଏବ ହେବା ଦେଖି ଯୁବତୀ ଜଣଙ୍କ କିଛି କରି ନପାରି କେବଳ ଭାବୁକ ହୋଇ ରହିଯାଇଥିଲେ ।

Get real time updates directly on you device, subscribe now.