fbpx

ଚୋରକୁ ମାନିବାକୁ ପଡ଼ିବ: ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ମଧ୍ୟ କରିଦେଲା ଚୋରି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସର୍ବଦା ନିଜର ରୋକଠୋକ ବୟାନବାଜୀକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ନିକଟରେ ଆଜ ତକ ସହ ଏକ ସାକ୍ଷାତକାର ଅବସରରେ ଯୋଗୀ ସନାତନ ଧର୍ମ ଓ ୨୦୨୪ ବିଧାନସଭା ନିର୍ବାଚନକୁ ନେଇ ନିଜର ମତାମତ ଦେଇଥିଲେ । ତେବେ ଏହା ମଧ୍ୟରେ ରାଜ୍ୟର ରାଜଧାନୀ ଲକ୍ଷ୍ନୌରୁ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ଲକ୍ଷ୍ନୌରେ ହେବାକୁ ଥିବା ଗ୍ଲୋବାଲ ନିବେଶକଙ୍କ ସମ୍ମିଳନୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ନିବାସଠାରୁ ଆଇଜିପି ପର୍ଯ୍ୟନ୍ତ ଫୁଲରେ ସଜାଯାଇଥିଲା । ମାତ୍ର ସମ୍ମିଳନୀ ଆୟୋଜନ ପୂର୍ବରୁ ଏକ ବଡ଼ ଘଟଣା ଘଟିଯାଇଛି । ପାଖାପାଖି ୧୦୦ଟି ଫୁଲକୁଣ୍ଡ ଚୋରି ହୋଇଯାଇଛି । ଏହି ଘଟଣା ନେଇ ଚାରିଆଡ଼େ ହାହାକାର ମଚି ଯାଇଛି । ଚୋର ଯଦି ମୁଖ୍ୟମନ୍ତ୍ରୀଙ୍କ ନିବାସରୁ ଫୁଲକୁଣ୍ଡ ଚୋରି କରିଦେଇ ପାରୁଛି, ସେ ଏକ ସାଧାରଣ ଚୋର ହୋଇନଥିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ତେବେ ଏହି ଘଟଣାରେ ଦୁଇଜଣଙ୍କୁ ନଗର ନିଗମ ପକ୍ଷରୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଆଗକୁ ଯେପରି ପୁନର୍ବାର ଚୋରି ନହୁଏ ସେଥିପାଇଁ ଏକ ସୁରକ୍ଷା ଟିମ୍ ଗଠନ କରାଯାଇଛି । ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ ପାଇଁ ସରକାରଙ୍କ ପକ୍ଷରୁ ଅଲଗା ଅଲଗା ବିଭାଗର ଉଦ୍ୟୋଗର ବିକାଶ ପ୍ରାଧିକରଣକୁ ନିବେଶ ଲକ୍ଷ୍ୟ ଦିଆଯାଇଛି । ଆଗକୁ ରାଜ୍ୟରେ ଏକ ବଡ଼ ଧରଣରର ନିବେଶ ହେବ ବୋଲି ଆଶା କରାଯାଉଛି । ଆସନ୍ତା ୨୦ ତାରିଖ ମଧ୍ୟରେ ରାଜ୍ୟର ଜିଲ୍ଲା ଅଧିକାରୀଙ୍କ ନେତୃତ୍ୱରେ ଜିଲ୍ଲାସ୍ତରୀୟ ନିବେଶକ ସମ୍ମିଳନୀର ଆୟୋଜନ କରାଯିବ ।

Get real time updates directly on you device, subscribe now.